15 ସେନ୍ତାରିସେ ମୁଇ ମର୍ ନିଜର୍ ମେଣ୍ଡାମନ୍କେ ଜାନି । ଆରି ମେଣ୍ଡାମନ୍ ମିସା ମକେ ଜାନତ୍ । ମୁଇ ସେମନର୍ ଲାଗି ମର୍ ଜିବନ୍ ଦେବାକେ ମିସା ରାଜି ।
“ମର୍ ବାବା ମକେ ସବୁ ବିସଇ ଦାନ୍ କଲାଆଚେ । ବାବାକେ ଚାଡି କେ ମିସା ତାର୍ ପିଲା, ମକେ ନାଜାନତ୍ । ଆରି ତାର୍ ପିଲା, ମକେ ଚାଡି କେ ମିସା ବାବାକେ ନାଜାନତ୍ । ତାର୍ ପିଲା ମୁଇ, ଜନ୍ ଲକ୍ମନର୍ ଲଗେ ବାବାକେ ଦେକାଇବି, ସେମନ୍ସେ ବାବାକେ ଚିନି ପାରତ୍ ।
ଜେନ୍ତାରି କି ପର୍ମେସର୍ ପାଟାଇଲା ନର୍ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍ ବିନ୍ ଲକ୍ମନର୍ ସେବା କରି ସେମନ୍କେ ମୁକ୍ତି ମିଲ ବଲି ନିଜର୍ ଜିବନ୍ ଦେବାକେ ଆଇଲି ଆଚି ।”
ଜିସୁ ସେ ଡାଣ୍ଡେ ସୁକଲ୍ଆତ୍ମାଇ ପୁରୁନ୍ଅଇ କଇଲା, “ଏ ବାବା ! ସରଗ୍ ଆରି ମଚ୍ପୁରର୍ ମାପ୍ରୁ ! ତୁଇ ଗିଆନି ଆରି ବୁଦିରଇବା ଲକ୍ମନର୍ଟାନେଅନି ଏ କାତା ଲୁଚାଇରଇଲେ ମିସା, ସାନ୍ ପିଲାମନର୍ ପାରା ଲକର୍ଟାନେ ଜାନାଇଲାସ୍ । ଏଟାର୍ପାଇ ତମ୍କେ ସୁମର୍ନା କଲିନି । ଉଁ ବାବା, କାଇକେବଇଲେ ତମେ ଏନ୍ତାଟା ଦେକ୍ବାକେ ମନ୍କର୍ତେ ରଇଲାସ୍ ।
ମର୍ ବାବାର୍ ସବୁ ବିସଇ ମକେ ସର୍ପି ଅଇଲାଆଚେ, ଆରି ପଅ କେ, ଏଟା ବାବାକେ ଚାଡି ଆରି କେ ନାଜାନତ୍, ଆରି ବାବା କେ, ଏଟା ପଅକେ ଚାଡି କେ ନାଜାନତ୍ । ପଅ ଜାର୍ଲଗେ ମର୍ ବାବାକେ ଜାନାଇବି ବଲି ମନ୍କରିରଇସି, ସେସେ ଜାନିରଇସି ।”
କେ ମିସା କେବେ ପର୍ମେସର୍କେ ଦେକତ୍ନାଇ । ମାତର୍ ତାର୍ ଗଟେକ୍ ବଲି ପିଲା ଜେ କି ପର୍ମେସରର୍ ସମାନ୍ ଆଚେ ଆରି ତାର୍ କଲେ ଆଚେ, ସେ ଆକା ଆମ୍କେ ତାର୍ ବିସଇ ଜାନାଇ ଦେଲା ଆଚେ ।”
ମୁଇ ନିମାନ୍ ମେଣ୍ଡା ଚାରାଉ ଗଉଡ୍ । ନିମାନ୍ ଗଉଡ୍ ମେଣ୍ଡାମନର୍ ଲାଗି ନିଜର୍ ଜିବନ୍ ମିସା ଦେଇସି ।
ନିଜର୍ ମଇତର୍ମନର୍ ଲାଗି ଜିବନ୍ ଦେବାଟା ଅଇଲାନି ସବୁର୍ଟାନେଅନି ବଡ୍ ଆଲାଦ୍ ।
ଏ ଦରମର୍ ବାବା, ଏ ଦୁନିଆ ତମ୍କେ ନାଜାନେ, ମାତର୍ ମୁଇ ତମ୍କେ ଜାନିଆଚି । ଆରି ତମେସେ ମକେ ପାଟାଇଆଚାସ୍ ବଲି ସିସ୍ମନ୍ ଜାନିଆଚତ୍ ।
କେ ମିସା ବାବାକେ ଦେକତ୍ନାଇ । ମୁଇ ପର୍ମେସରର୍ ତେଇଅନି ଆସିଆଚେ, ମୁଇସେ ବାବାକେ ଦେକିଆଚି ।
ତମେ ତାକେ ନାଜାନାସ୍, ମାତର୍ ମୁଇ ଜାନି । ଜଦି ମୁଇ ତାକେ ନାଜାନି ବଲି କଇବି, ସେନ୍ତାର୍ଆଲେ ମୁଇ ମିସା ତମର୍ପାରା ମିଚ୍ କଇବା ଲକ୍ ଅଇବି । ମାତର୍ ମୁଇ ତାକେ ଜାନିଆଚି ଆରି, ତାର୍ କାତା ମାନ୍ଲିନି ।
ଏବେ ଏ ପାପ୍ ବର୍ତି ଅଇରଇବା ଜଗତେଅନି ଆମ୍କେ ଉଦାର୍ କର୍ବାକେ ଆମର୍ ବାବା ପରମେସର୍ ମନ୍ କଲାଟା, ମାନିକରି କିରିସ୍ଟ ଆମର୍ ପାପର୍ ପାଇ ନିଜ୍କେ ସର୍ପିଦେଲା ।
ଆମେ କେ ମିସା ନିୟମର୍ ସବୁ ଆଦେସ୍ ମାନି ନାପାରୁ । ସେଟାର୍ପାଇ ଆମେ ସବୁ ଡଣ୍ଡ୍ ପାଇବାର୍ ରଇଲା । ମାତର୍ କିରିସ୍ଟ ଆମର୍ ସାଇପ୍ ନିଜେ ନେଲା ଆରି ନିୟମର୍ ସାଇପେଅନି ଆମ୍କେ ମୁକ୍ଲାଇଲା । ଦରମ୍ ସାସ୍ତରେ ଲେକାଆଚେ, ଜେ ଗଚେ ଉଚ୍କିଅଇ ମର୍ସି, ସେ ପରମେସରର୍ତେଇ ଅନି ସାଇପ୍ ପାଇଲା ଲକ୍ !
ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।
ଆମେ ପାପ୍ କଲାର୍ପାଇ ପାଇବା ଡଣ୍ଡ୍ କୁରୁସ୍କାଟେ ମରିକରି କିରିସ୍ଟ ନିଜେ ବଇନେଲା । ପାପ୍ କର୍ବାଟା ଚାଡିକରି ଦରମ୍ ଚଲାଚଲ୍ତି କର୍ବାକେ ସେ ଏନ୍ତାରି କଲା । ତାର୍ ଗାଗ୍ଡେ ମାରି ରଇବା ଗାଉର୍ ଲାଗି ଆମେ ନିକ ଅଇଆଚୁ ।
କିରିସ୍ଟ ମିସା ଆମର୍ ପାପର୍ଲାଗି ଏକାତରେକ୍ ସବୁଲକର୍ପାଇ ଦୁକ୍କସ୍ଟ ଅଇ ମୁର୍ଚିକରି ମଲା । ସେ ଦରମ୍ ରଇ ପାପ୍କରିରଇବା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ମରିଜାଇରଇଲା । ଲକ୍ମନ୍ ତାର୍ ଗାଗଡ୍ ମରାଇଲାଇ, ମାତର୍ ତାର୍ ଆତ୍ମା ଜିବନ୍ ଅଇଆଚେ ।
ଆମର୍ ବୁଲ୍ କାମର୍ପାଇ ଆମର୍ ବାଦୁଲେ ପର୍ମେସର୍ ଜିସୁକେ ଡଣ୍ଡ୍ ଦେଲା । ତାର୍ଲାଗି ଅବ୍କା ଆମର୍ ପାପ୍ସେ ନଏଁ ମାତର୍ ଗୁଲାଇଟାନେ ରଇବା ସବୁଲକର୍ ପାପ୍ ସେ କେମା କର୍ସି ।