8 ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା ।
“ନିକ ପଲ୍ ଦାର୍ବାର୍ଆଲେ ଗଟେକ୍ ଗଚ୍ ନିକ ଅଇବାର୍ ଆଚେ । ବାନିଆ ଗଚେ ବାନିଆ ପଲ୍ ଅଇସି । ଗଚ୍ କେନ୍ତିଟା, ତାର୍ ପଲେ ଅନି ଜାନାପଡ୍ସି ।
“ଆମର୍ ଆନିଦାଦିମନ୍ ଜନ୍ ରିତିନିତି ଦେଇଆଚତ୍, ସେଟା ସବୁ କାଇକେ ତମର୍ ସିସ୍ମନ୍ ମାନତ୍ନାଇ ? ବିଦି ଇସାବେ କାଇବା ଆଗ୍ତୁ ନିକ କରି ଆତ୍ ନ ଦଅତ୍ ।”
ଜେଡେବେଲେ ପିଲାତ୍ ଦେକ୍ଲା ଜେ ସେମନ୍କେ ଆରି କାଇଟା କଇକରି ମିସା ଲାବ୍ ନାଇ, ନଇଲେ ଗଣ୍ଡ୍ଗଲ୍ ଅଇବାର୍ ଉପ୍ରେ ଆଚେ, ସେ ପାନି ଗୁଡିକ୍ ନେଇ, ସବୁ ଲକ୍ମନର୍ ମୁଆଟେ ଆତ୍ ଦଇପାକାଇ କଇଲା, “ଏ ଲକର୍ ମରନର୍ ପାଇ ମୁଇ ଦାଇ ନାଇ । ଏଟା ତମର୍ କାମ୍ ।”
ସେମନର୍ ଆରି ଆମର୍ ବିତ୍ରେ, ସେ କାଇମିସା ବଡ୍ସାନ୍ ଦେକେ ନାଇ । ସେମନ୍ ଜିସୁକେ ବିସ୍ବାସ୍ କଲାର୍ପାଇ, ସେ ସେମନ୍କେ ସୁକଲ୍ କଲାଆଚେ ।
ତେବର୍ପାଇ ଏ ମର୍ ଆଲାଦର୍ ମଇତର୍ମନ୍, ପର୍ମେସର୍ କାତା ଦେଇରଇବାଟା ସବୁ ଆମ୍କେ ସର୍ପିଆଚେ । ତେବର୍ପାଇ ଜନ୍ଟା ସବୁ ଆମର୍ ଗାଗଡ୍କେ ଆରି ଆତ୍ମାକେ ସୁକଲ୍ ନ କରାଏ, ସେଟା ସବୁ ଚାଡିଦେଉଁ । ପର୍ମେସର୍କେ ଡରିରଇକରି ପୁରାପୁରୁନ୍ ସୁକଲ୍ ଅଇରଉଁ ।
ମୁଇ ମୁନୁସ୍ ପିଲାମନ୍କେ କଇଲିନି, ସେମନ୍ ଜେଡେବେଲେ ପାର୍ତନା କର୍ବାକେ ରୁଣ୍ଡ୍ବାଇ, ସୁକଲ୍ ଚଲାଚଲ୍ତି ଅଇକରି ତାକର୍ ଆତ୍ ଟେକି ପାର୍ତନା କରତ୍ । ଜଦି ଏବେ ମିସା ସେମନ୍ ଦଦାପେଲା ଅଇରଇଲେ କି ଲାଗାଲାଗି ଅଇରଇଲେ, ସେଟା ରାଜିନାମା କର୍ବାର୍ ଆଚେ ।
ସେଟାର୍ପାଇ ତେବେ ଆସା, ଆମେ ସତଇସେ ମନ୍କରି ଆରି ଡାଟ୍ସଙ୍ଗ୍ ବିସ୍ବାସ୍ କରି ପର୍ମେସରର୍ ଲଗେ ଜୁ । ଆମର୍ ବିବେକ୍ ଆମ୍କେ ଦସ୍ ନ ଦେଲାପାରା କିରିସ୍ଟର୍ ବନିସଙ୍ଗ୍ ଚିଚିଅଇକରି ଦଇଅଇ ରଇବାର୍ ଆଚେ । ଆରି ଆମର୍ ଗାଗଡ୍ ସୁକଲ୍ ପାନିସଙ୍ଗ୍ ଦଇଅଇଲାପାରା ରଇବାର୍ ଆଚେ ।
କାଇକେବଇଲେ ମସାର୍ ନିୟମ୍ କାଇଟା ମିସା ପୁରାପୁରୁନ୍ ସିଦ୍କରି ନାପାର୍ଲା । ମାତର୍ ଏବେ ଆମ୍କେ ଗଟେକ୍ ବପୁର୍ ଆସା ମିଲ୍ଲା ଆଚେ । ଜାର୍ଲାଗି ଆମେ ପରମେସରର୍ ଲଗେ ଅଇବାକେ ଆସିପାର୍ଲୁନି ।
ସେ ତା, ଦୁଇମନିଆ ଲକ୍, ସେ କର୍ବା ସବୁ କାମ୍ଟାନେ ତବିର୍ ନ ରଏ ।
ମାତର୍ ପର୍ମେସର୍ ସିକାଇବା ଗିଆନ୍ ଜନ୍ଲକ୍ମନ୍କେ ଆଚେ, ତାକର୍ ଗୁନ୍ଚଲନେ ସେମନ୍ ସୁକଲ୍ ଅଇରଇବାଇ, ସାନ୍ତିସଙ୍ଗ୍ ରଇବାଇ, ସୁଆଲେ ରଇବାଇ, ଦୟା ଦେକାଇବାଇ, ଜିବନ୍ଦୁକାଇବାଇ ଆରି ତାକର୍ ସବୁ କାମ୍ ନିକ ରଇସି । ସେମନ୍ ଲକ୍ମନ୍କେ ବଡ୍ ସାନ୍ ଇସାବେ ନ ଦେକତ୍ ଆରି ଚଲାନିକାତା ନ କଅତ୍ ।
ତମେ ସତ୍ ମାନ୍ଲାର୍ ପାଇ, କାରାପ୍ ଚଲାଚଲ୍ତି ଚାଡିକରି ତମର୍ ସଙ୍ଗର୍ ବିସ୍ବାସିମନ୍କେ ସତ୍ସଙ୍ଗ୍ ଆଲାଦ୍ କଲାସ୍ନି । ମନ୍ ପରାନ୍ ଦେଇକରି ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାସ୍ନି ।
ସେ ପାନି ଆମର୍ ଡୁବନ୍ ବିସଇ ଜାନାଇଲାନି । ତମେ ଡୁବନ୍ ନେଲାକେ ତମର୍ ଗାଗଡର୍ ମୁର୍କି ଦଇଅଇଲାର୍ ପାଇ ନଏଁ, ମାତର୍ ଗଟେକ୍ ନିକ ବିବେକ୍ ସଙ୍ଗ୍ ପର୍ମେସର୍କେ ଦେଇରଇଲା କାତାର୍ ଲାଗି ତମ୍କେ ମୁକ୍ତି କର୍ସି । ଜିସୁ କିରିସ୍ଟ ମଲାତେଇଅନି ଜିବନ୍ ଅଇକରି ଉଟ୍ଲାକେ ଏଟା ଅଇସି ।
ଜେତ୍କି ଲକ୍ କିରିସ୍ଟର୍ ପାରା ଅଇବୁ ବଲି ଆସା କଲାସ୍ନି, ନିଜେ ପାପ୍ କାମ୍ ଚାଡି ସୁକଲ୍ ରଇବାର୍ ଆଚେ । ଜେନ୍ତାରିକି କିରିସ୍ଟ କେବେ ପାପ୍ ନ କରେ ।