ଜାକୁବ 4:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ତମର୍ ବିତ୍ରେ ମାରାମାରି ଆରି ଲାଗାଜଡା କାଇକେ ଆଇଲାନି ? ତମର୍ ମନ୍ବିତ୍ରେ ଡସିରଇବା କାରାପ୍ ମନ୍କଲାଟା ଉଟିକରି ତମର୍ ବିତ୍ରେ ଜୁଜ୍ଲାନି, ଏଟାର୍ ଲାଗି ଏନ୍ତାରି ଅଇଲାନି । ସେଟାର୍ପାଇ ଗଟେକ୍ ଲକ୍ ଆରିଗଟେକ୍ ଲକର୍ ସଙ୍ଗ୍ ଲାଗ୍ଲାସ୍ନି । အခန်းကိုကြည့်ပါ။ |
ସଇତାନ୍ ଅଇଲାନି ତମର୍ ବାବା । ଆରି ତମେ ସେ କର୍ବା କାରାପ୍ କାମ୍ମନ୍ କର୍ବାକେ ମନ୍ କଲାସ୍ନି । ସେ ଆଗ୍ତୁଅନି ଲକ୍ମନ୍କେ ନସ୍ଟ କଲାନି, ଆରି ସେ ସତ୍ ବିସଇ ଗିନ୍ କଲାନି । ତାର୍ତେଇ ସତ୍ ବିସଇ ନାଇ । ଜେଡେବେଲା ସେ ମିଚ୍ କଇଲାନି, ସେବେଲା ସେ ନିଜର୍ ଗୁନ୍ ଚଲନ୍ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍ କଇବା ଲକ୍, ଆରି ମିଚ୍ କଇବା ଲକ୍ମନର୍ ବାବା ।
କାଇକେବଇଲେ ଗଟେକ୍ ବେଲାଇ ଆମେମିସା ବକୁଆ ଲକର୍ପାରା ରଇ ପର୍ମେସରର୍ କାତା ନ ମାନିକରି, ବୁଲ୍ ବିସଇ କର୍ତେରଇଲୁ । ଆମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ବିସଇ ରଇଲା, ସେଟା ସବୁ ସାର୍ଦାସଙ୍ଗ୍ କର୍ତେରଇଲୁ । ବିନ୍ ଲକର୍ ତିପୁଲ୍ କାତା ଗୁଲାଇବାଟେ ବିଚିକରି ସେମନ୍କେ ଇଁସା କର୍ତେରଇଲୁ । ସେମନ୍ ଆମ୍କେ ଗିନ୍ କର୍ତେରଇଲାଇ, ଆମେମିସା ସେମନ୍କେ ଗିନ୍ କର୍ତେରଇଲୁ ।