ଜାକୁବ 3:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ସେନ୍ତାରି ଜିବ୍ ମିସା ଜଇପାରା, ଜିବ୍ ବିତ୍ରେ ମିଚ୍ଟାମନ୍ ବର୍ତିଅଇ ଆଚେ । ସେଟା ଆମର୍ ଗାଗଡ୍ ବିତ୍ରେ ବାସାଅଇ ଆଚେ । ଆମର୍ ଗୁଲାଇ ଗାଗଡ୍କେ କାରାପ୍ ଡାବିଦେଇସି । ଆମର୍ ଜିବନ୍ ଜଇଟାନେ ପଡାଇଲାପାରା ପଡାଇ ଦେଇସି । ଆରି ସେ ଜଇ ନର୍କେଅନି ଆଇସି । အခန်းကိုကြည့်ပါ။ |
ତେବର୍ପାଇ ମୁଇ ଜେଡେବେଲେ ତମର୍ ନଅରେ ଆଇବାବେଲେ ଡାୟଟେପିସ୍ ଜାଇଟା କଲାନି, ସେଟାସବୁ ମଣ୍ଡଲିର୍ ଲକ୍ମନ୍କେ, କଇଦେବି ବଲି ମନ୍ କଲି । ସେ ମର୍ ବିରୁଦେ, ନ କର୍ଲାଟାମନ୍ କଇବୁଲ୍ଲାନି । ଆରି ତାର୍ତେଇଅନି ଅଦିକ୍ କାରାପ୍ଟା ମିସା ସେ କଲାନି । ଆମର୍ ସଙ୍ଗର୍ ବିସ୍ବାସିମନ୍, ଜେକି ସୁବ୍କବର୍ ଜାନାଇଲାଇନି, ସେ ସେମନ୍କେ ଡାକିନେବାକେ ନିଚ୍ଲାନି । ଜନ୍ ଲକ୍ମନ୍ ସେମନ୍କେ ଡାକିନେବାକେ ମନ୍ କଲାଇନି, ସେମନ୍କେ ତେବାଇଲାନି । ସେନ୍ତାରି ଲକ୍ମନ୍କେ ମଣ୍ଡଲିର୍ ସବାତେଇ ଆଇବାକେ ମନାକଲାନି ।
ତେଇ ପସୁକେ ବନ୍ଦିକରି ନେଲାଇ । ତାର୍ ସଙ୍ଗ୍ ଜନ୍ ମିଚ୍ କଇବା ବବିସତ୍ବକ୍ତା, ଜେ କି ତାର୍ ମୁଆଟେ କାବାଅଇଜିବା କାମ୍ମନ୍ କର୍ତେରଇଲା, ତାକେ ମିସା ବନ୍ଦିଗରେ ନେଲାଇ । ଏ କାବାଅଇଜିବା କାମ୍ମନର୍ ଲାଗି ସେ ଲକ୍ମନ୍କେ ନାଡାଇରଇଲା । ଜନ୍ ଲକ୍ମନ୍ କି ପସୁର୍ ଚିନ୍ ଗଦିଅଇକରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଦୁଇଲକ୍ଜାକ ଜିବନ୍ ରଇତେ ଗନ୍ଦ୍ ଅଇତେରଇବା ଜଇର୍ ଗାଡେ ପିଙ୍ଗାଅଇଲା ।