10 ଗଟେକ୍ ଟଣ୍ଡେଅନିସେ ଦନିଅବାଦ୍ ଦେବାଟା ଆରି ସାଇପ୍ ଦେବାଟା ବାରଇସି । ମର୍ ବାଇବଇନିମନ୍, ଏନ୍ତାରି ଅଇବାଟା ଟିକ୍ ନଏଁ ।
ଜନ୍ଲକ୍ମନ୍ ତମ୍କେ ନିନ୍ଦା କର୍ବାଇ, ସେମନ୍କେ ପରମେସର୍ ଆସିର୍ବାଦ୍ କରବଲି ପାର୍ତନା କରା । ସେମନ୍କେ ଆସିର୍ବାଦ୍ କରା, ସାଇପ୍ ଦିଆସ୍ ନାଇ ।
ତେବେ, ତମେ ନିଜର୍ ମନ୍ କଲା ଇସାବେ ରଇବା ଲକ୍ମନର୍ପାରା ଆଚାସ୍ । ମୁଇ ଏଟାର୍ ପାଇ କଇଲିନି, କାଇକେବଇଲେ ତମର୍ ତମର୍ ବିତ୍ରେ ଇଁସା ତଲା, ଲାଗାଜଡା ଆରି ଜାତିନିତି ଆଚେ । ତମେ ନିଜର୍ ମନ୍ କଲା ଇସାବେ ରଇବା ଲକ୍ ବଲି ଜାନାପଡ୍ଲାନି । ଜଗତର୍ ଲକ୍ମନର୍ ପାରା, ନିଜର୍ ମନ୍ କଲା ଇସାବେ ଚଲାଚଲ୍ତି କଲାସ୍ନି ।
ଏଟାର୍ ମିସ୍ତେ ସେମନ୍ ଅଲସ୍ ଅଇବାଟା ସିକ୍ବାଇ । ଆର୍ ଗରେ ତାର୍ ଗରେ ଜାଇ ବେଲା ବିତାଇବାଇ । ତିପୁଲ୍ କାତା କଇ ବିନ୍ ଲକର୍ ବିସଇ କାତାବାର୍ତା ଅଇବାଇ ।
ଏ ମର୍ ଆଲାଦର୍ ବାଇବଇନିମନ୍, ତମେ ନାଡାଇଉଆ ନାଇ ।
ଏ ମର୍ ଆଲାଦର୍ ବାଇବଇନିମନ୍, ମନେ ରକିରୁଆ । ତମେ ଆଗ୍ତୁ ନିକକରି ସୁନା । ମାତର୍ ବାବିଚିନ୍ତିକରି କାତା କୁଆ । ଦାପ୍ରେ ରିସା ଉଆନାଇ ।
ଏ ମର୍ ବାଇବଇନିମନ୍, ତମର୍ ବିତ୍ରେ ବାକିଅ ସିକିଆ ଦେବା ଗୁରୁ ଅଦିକ୍ ଉଆ ନାଇ । ଜନ୍ଲକ୍ ବିନ୍ ଲକ୍ମନ୍କେ ସିକାଇବାଇ ସେମନ୍ ଅଦିକ୍ ଡଣ୍ଡ୍ ପାଇବାଇ, ଏଟା ଜାନିରୁଆ ।
ଗଟେକ୍ ଚୁଆବିଲେଅନି, ଗଲାପାନି ଆରି ନିର୍ମଲ୍ପାନି ବାରଇସି କି ? ନାଇ, ନ ବାରଏ ।
ଆମେ ଜିବ୍ ସଙ୍ଗ୍ ମାପ୍ରୁକେ ଆରି ବାବା ପରମେସର୍କେ ଦନିଅବାଦ୍ ଦେଲୁନି ଆରି ଏ ଜିବ୍ସଙ୍ଗ୍ ପର୍ମେସର୍ ତାର୍ପାରା ତିଆର୍ କରିରଇବା ମୁନୁସ୍କେ ସାଇପ୍ ଦେଲୁନି ।
ତମର୍ ବିରୁଦେ କେ କାରାପ୍ କାମ୍ କଲେ ତାକେ ବେର୍ଦାରି ରୁଆନାଇ । ନିନ୍ଦାକାତା କଇଲେ ଟଣ୍ଡ୍ ଲାଗାଆ ନାଇ । ତାର୍ ବାଦୁଲେ ପର୍ମେସର୍ ସେମନ୍କେ ଦୟା ଦେକାଇବାକେ ପାର୍ତନା କରା । କାଇକେବଇଲେ ସେ ତମ୍କେ ଡାକ୍ଲାବେଲେ ମୁଇ ତମ୍କେ ଆସିର୍ବାଦ୍ କର୍ବି । ବଲି କାତା ଦେଇରଇଲା ।