ଏବ୍ରି 9:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ମାତର୍ ଆମେ ଜେତ୍କିଲକ୍ ସବୁର୍ତେଇଅନି ବଡିଆ ବିସଇ ପାଇଆଚୁ, କିରିସ୍ଟ ଆମର୍ ବଡ୍ ପୁଜାରି ଅଇ ଆଇଲା ଆଚେ । ସେ ସେବା କର୍ବା ଜାଗାର୍ ତୁମ୍ ଲଗେ ରଇବା ଅଦିକ୍ ସୁକଲ୍ ଜାଗାଇଅନି ଅଦିକ୍ ମୁଲିଅ ରଇଲାଟା ଆରି ଅଦିକ୍ ସିଦ୍ ଆଚେ । କାଇକେବଇଲେ ସେଟା ଲକ୍ମନ୍ ତିଆର୍ କଲାଟା ନଏଁ, କି ଏ ନସିଜିବା ଜଗତର୍ଟା ମିସା ନଏଁ । အခန်းကိုကြည့်ပါ။ |
ମସାର୍ ନିୟମ୍ ଅବ୍କା ଗଟେକ୍ ବାନା ପାରା ରଇଲା । ଜନ୍ ନିକ ଆସିର୍ବାଦ୍ କିରିସ୍ଟ ଆମ୍କେ ଦେଇସି, ସେ ଆସିର୍ବାଦର୍ ଗୁନ୍ଚଲନ୍ ତେଇ ଡିସ୍ତେରଇଲା । ମାତର୍ ସେଟା ଆସିର୍ବାଦର୍ ସମାନ୍ ନଏଁ । ତେବର୍ପାଇ ନିୟମ୍ ମାଙ୍ଗ୍ଲା ଇସାବେ, ସେମନ୍ ସବୁ ବର୍ସେ ବଲି ସର୍ପାଇ ଅଇତେରଇଲାଇ । ମାତର୍ ସେ ସବୁ ବଲି ସରପ୍ବାଟା ପର୍ମେସର୍ଟାନେ ଆଇବା ଲକ୍ମନ୍କେ ସିଦ୍ କରିନାପାର୍ଲା ।
ଏ ମଲ୍କିସେଦକ୍ ସାଲେମ୍ ରାଇଜର୍ ରାଜା ରଇଲା । ସେ ସବୁର୍ଟାନେଅନି ଉପ୍ରେ ରଇବା ପର୍ମେସରର୍ ପୁଜାରି ରଇଲା । ଚାର୍ଟା ରାଜାମନ୍କେ ଜୁଇଦେ ଆରାଇକରି ବାଉଡ୍ଲାବେଲେ ମଲ୍କିସେଦକ୍ ଅବ୍ରାଆମ୍କେ ବେଟ୍ ଅଇବାର୍ ଗାଲା ଆରି ତାକେ ଆସିର୍ବାଦ୍ କଲା । ସେଡ୍କିବେଲେ ଜୁଇଦେ ଜିତିକରି ତେଇର୍ ଜେତ୍କି କାଇକାଇଟା ନେଇକରି, ନିଜର୍ଟା କରିରଇଲା, ତେଇଅନି ଦସ୍ବାଗେ ଅନି ଗଟେକ୍ବାଗ୍ ଅବ୍ରାଆମ୍ ତାକେ ଦେଲା ।