9 ସେ ପର୍ମେସରର୍ କାତା ମାନ୍ଲାକେ ପୁରାପୁରୁନ୍ ସିଦ୍ ଅଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ କେବେ ନ ସାର୍ବା ମୁକ୍ତି ଦେବା ଲକ୍ ଅଇଲା ।
ପିତର୍ ଏଟା କଇବାବେଲେ ଏଦେ ଦେକା ! କଣ୍ଡେକ୍ ବାଦଲ୍ ଉଜଲ୍ ଅଇ ସେମନର୍ ଉପ୍ରେ ଉଡି ଆଇଲା ଆରି ତେଇଅନି ଗଟେକ୍ ସର୍ ଆଇଲା “ଏ ମର୍ ଆଲାଦର୍ ପଅ, ଆର୍ ଲଗେ ମୁଇ ବେସି ସାର୍ଦା । ତାର୍ କାତା ମନ୍ ଦେଇ ସୁନା ।”
ଜିସୁ ସେମନ୍କେ କଇଲା, “ତମେ ଜାଇ ସେ କଲିଆପାରା ଲକ୍କେ କୁଆ, ଦେକ୍ ଆଜି ଆରି କାଲି ମୁଇ ଡୁମା ଚାଡାଇଲିନି ଆରି ନିକ କଲିନି । ଆରି ପର୍ଦିନ୍କେ ମୁଇ ମର୍ କାବା ଅଇଜିବା କାମ୍କଲିନି । ପର୍ମେସରର୍ ଜଜ୍ନାଇ ରଇଲା ବେଲା କେଟ୍ବା ଆଗ୍ତୁ, ମୁଇ ଏନ୍ତି କାମ୍ କରି ସାରାଇବି ।
ଜିସୁ ସେଟା କାଇକରି “ସାରିଗାଲାବେ ! ” ବଲି କଇଲା । ଏତ୍କି କଇକରି ତାର୍ ଆତ୍ମା ସର୍ପିଦେଲା ।
ଜେ ଜିବନର୍ ବାଟ୍ ଦେକାଉ, ତାକେ ତମେ ମାର୍ଲାସ୍, ମାତର୍ ପର୍ମେସର୍ ତାକେ ମଲାଟାନେଅନି ଆରି ତରେକ୍ ଜିବନ୍ କରି ଉଟାଇଲା । ଆମେ ଅଇଲୁନି ତାର୍ ସାକି ।
ସେ ଆକା ଆମ୍କେ ମୁକ୍ତି ଦେଇସି । ଗୁଲାଇ ଜଗତର୍ପାଇ ପର୍ମେସର୍ ତାକେସେ ଦେଲା ଆଚେ । ଜେ କି ଆମ୍କେ ରକିଆ କର୍ସି ।
ଆମେ ଏ ସବୁ ବିସଇର୍ ସାକି ଆଚୁ । ଆରି ଜନ୍ ସୁକଲ୍ ଆତ୍ମାକେ ପର୍ମେସର୍ ତାକର୍ ଆଗିଆଁକାରିମନ୍କେ ଦାନ୍କଲାଆଚେ, ସେ ମିସା ଏଟାର୍ ସାକି ।”
ପରମେସର୍ କିରିସ୍ଟର୍ ତେଇଅନି ମକେ ଗଟେକ୍ ପେରିତ୍ କଲାଆଚେ, ଜେନ୍ତାରି କି ସବୁ ଜଗତର୍ ଲକ୍ମନ୍କେ ତାର୍ ବିସଇ ଜାନାଇବି । ସେମନ୍ ସେଟା ବିସ୍ବାସ୍ କରି ମାନ୍ବାଇ ।
ମାତର୍ ସୁବ୍କବର୍ ଜାନାଇବାଟାନେ ସବୁ ଲକ୍ ମାନତ୍ ନାଇ । ସେଟାର୍ ପାଇ ଜିସାଇୟ ଲେକ୍ଲା ଆଚେ, “ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କରତ୍ନାଇ ।”
ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସରର୍ ଆଦେସ୍ ମାନ୍ବାକେ କିରିସ୍ଟ ମକେ ଦେଇକରି ଜନ୍ଟା ସାଦନ୍ କଲାଆଚେ, ଅବ୍କା ସେଟାସେ ମୁଇ ଡାଟ୍ ସଙ୍ଗ୍ କଇବି । କାଇଟା କଇବାର୍ଆଚେ, ଆରି କାଇଟା କର୍ବାର୍ଆଚେ, ସେମକେ ଜାନାଇଲାକେ ଏଟା ଅଇଲା ।
ମାତର୍ ଜନ୍ ଲକ୍ମନ୍ ନିଜର୍ ଲାବ୍ ଆରି ସତ୍ ରଇବା ବିସଇ ନ ମାନି, ମିଚ୍କାତା ମାନ୍ବାଇ, ସେମନର୍ ଉପ୍ରେ ବଡ୍ ରିସା ଆଇସି ।
ମୁଇ ପରମେସର୍କେ ଦନିଅବାଦ୍ କଲିନି, ତମେ ଗଟେକ୍ ବେଲାଇ ପାପର୍ ଗତିଦାଙ୍ଗ୍ଡା ଅଇରଇଲାସ୍ ମିସା, ଏବେ ଜନ୍ ସିକିଆ ଟାନେ ପାଇରଇବା ସତ୍, ପୁରାପୁରୁନ୍ ମନ୍ଦେଇକରି ନାମ୍ଲାସ୍ନି ।
ବଡ୍ପନ୍ ଅଇବା ଲକ୍ମନ୍ ପର୍ମେସରର୍ ବିରୁଦେ ନିଜ୍କେ ଉଟାଇବାଟା ଆରି ଜେତ୍କି ସବୁ ଚିନ୍ତା ପର୍ମେସରର୍ ଗିଆନ୍ ଉପ୍ରେ ଉଟ୍ସି, ସେଟା ସବୁ ଜାକ ଆମେ ବାନ୍ଦିକରି କିରିସ୍ଟକେ ମାନତ୍ ବଲି ସର୍ପାଇବୁ ।
ତେବର୍ ପାଇ, ଏ ମର୍ ଆଲାଦର୍ ମଇତର୍ମନ୍, ତମେ ଜେନ୍ତାରିକି, ମାପ୍ରୁର୍ ଆଦେସ୍ ମାନିକରି ରଇଆଚାସ୍, ଜାଗିରଇ ଡରିକରି ତମର୍ ମୁକ୍ତିର୍ କାମ୍ ପୁରାପୁରୁନ୍ କରା । ମୁଇ ରଇଲାବେଲେସେ ନାଇ, ମାତର୍ ମୁଇ ଦୁରିକେ ରଇଲେ ମିସା ଏଟା କରା ।
ଜନ୍ଲକ୍ମନ୍ ପର୍ମେସର୍କେ ନାଜାନତ୍, ଆରି ଆମର୍ ମାପ୍ରୁ ଜିସୁର୍ ବାକିଅ ନ ମାନତ୍, ସେନ୍ତାରି ଲକ୍ମନ୍କେ ସେ ଡଣ୍ଡ୍ ଦେବାକେ ଲାଗ୍ତେରଇବା ଜଇସଙ୍ଗ୍ ଆଇସି ।
ନିଜେ ଆମର୍ ମାପ୍ରୁ ଜିସୁ କିରିସ୍ଟ, ଆରି ଜନ୍ ଆମର୍ ବାବା ପର୍ମେସର୍ ଆମ୍କେ ଆଲାଦ୍ କଲା, ସେ ଆକା ଆମ୍କେ ଜିବନ୍ ଦୁକାଇକରି କେବେ ନ ସାର୍ବା ବପୁ ଆରି ଆସା ଦେଇଆଚେ ।
ସେନ୍ତାରିସେ ବାଚିଅଇଲା ଲକ୍ମନ୍ ମିସା କେବେ ନ ସାର୍ବା ମଇମା ସଙ୍ଗ୍ ଜିସୁକିରିସ୍ଟ ଦେବା ମୁକ୍ତି, ପାଇବାଇ । ସେମନର୍ଲାଗି ଏ ସବୁ ବିସଇ ମୁଇ ମୁର୍ଚିକରି ରଇଲିନି ।
ତେବର୍ପାଇ ପିଲାମନ୍ ସବୁ ରକତ୍ ମାଉଁସ୍ ମିସି ରଇବାକେ ସେ ମିସା ନିଜର୍ ସେ ରକାମ୍ ସିତି ମିସିଗାଲା, ଆରି ତାର୍ ମରନ୍ ସଙ୍ଗ୍ ମରନର୍ ଅଦିକାରି ସୟ୍ତାନ୍କେ ବିନାସ୍ କଲା ।
କାଇକେବଇଲେ ପର୍ମେସର୍ ଗଟେକ୍ ବେସି ନିକ ଜଜ୍ନା ଆମର୍ପାଇ ଟିକ୍ କଲାଆଚେ । ଆମେ ସେ ଲକ୍ମନର୍ ସଙ୍ଗ୍ ନ ମିସ୍ବାଜାକ, ସେ ସେମନ୍କେ କାତା ଦେଇରଇଲାଟା ସିଦ୍ ନ କରେ ।
ଅବ୍ରାଆମ୍ ମିସା ତାର୍ ବିସ୍ବାସର୍ ଲାଗି ପର୍ମେସରର୍ କାତା ମାନ୍ଲା । ପର୍ମେସର୍ ତାର୍ପାଇ ସଙ୍ଗଇରଇବା ଗଟେକ୍ ଦେସେ ଜା ବଲି କଇଲାକେ, ସେ ଦାପ୍ରେ ମାନ୍ଲା ଆରି ବାରଇଲା । ସେ କନ୍ତି ଗାଲିନି ବଲି ନାଜାନି ରଇଲେ ମିସା ସେ ସେନ୍ତାର୍ କଲା ।
ଆମର୍ ଆଁକି ଜିସୁର୍ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍ବାସ୍ କରିଆଚୁ । ଜନ୍ ସାର୍ଦା ତାର୍ ମୁଆଟେ ସଙ୍ଗଇରଇଲା, ସେ ସାର୍ଦାର୍ଲାଗି ରଇବା ଦୁକ୍କସ୍ଟ ମୁର୍ଚି କରି ରଇଲା । ଆରି ତେଇ ମର୍ବା ଲାଜର୍ ବିସଇ ମନେ ଦାରେନାଇ । ପର୍ମେସର୍ ଆଜି ଜନ୍ ଜାଗାଇ ବସ୍ଲାଆଚେ, ତାର୍ ଉଜାବାଟେ ସେ ମିସା ବସ୍ଲାଆଚେ ।
ପର୍ମେସର୍ ସବୁ ବିସଇ ତିଆର୍କରି ସଙ୍ଗଇଲା ଆଚେ । ସେଟାର୍ପାଇ ଜିସୁକେ ଦୁକ୍ କସ୍ଟ ପାଇବାକେ ସେ ଦେଲା । ଏନ୍ତାରି ଅଇ ସେ ସିଦ୍ ଅଇଲା ଆରି ଆମର୍ ବିତ୍ରେଅନି ବେସି ଲକ୍, ତାର୍ ପଅ ଅଇଗାଲୁ । ଜେନ୍ତାରି କି ଆମେ ମିସା ତାର୍ ମଇମା କଲାଟାନେ ମିସ୍ବୁ, କାଇକେବଇଲେ ଜିସୁ ପାପର୍ ଡଣ୍ଡେଅନି ଆମ୍କେ ମୁକ୍ଲାଇଲା ।
ତେବେ ଏନ୍ତାରି ରଇବା ବଡ୍ ମୁକ୍ତି ଆମେ ଏଲା କରିଦେଲେ କେନ୍ତି ରକିଆ ପାଇବାର୍ ଅଇସି ? ଏ ମୁକ୍ତିର୍ ବିସଇ ପର୍ତମେ ମାପ୍ରୁ ନିଜେ ଜାନାଇ ଆଚେ ଆରି ତାର୍ଟାନେଅନି ସୁନିରଇବା ଲକ୍ମନ୍ ତେଇର୍ ସତ୍ ଆମର୍ଟାନେ ପର୍ମାନ୍ କରି ଜାନାଇ ଆଚତ୍ ।
କିରିସ୍ଟ ସେ ତାମୁ ବାଟେଜାଇ ଏକାତରେକ୍ ସେ ବଡ୍ ସୁକଲ୍ ଜାଗାଇ ପୁର୍ଲା । ସେ ତେଇ ପୁର୍ବା ବେଲେ ବଲି କର୍ବାକେ ଚେଲି କି ପସୁ ବନି ନେଇ ନ ଜାଇରଇଲା । ମାତର୍ ସେ ନିଜର୍ ବନି ନେଇକରି ଜନ୍ ଜନ୍ଟା କର୍ବାର୍ ରଇଲା, ସେଟା ପୁରାପୁରୁନ୍ କଲା । ଜେନ୍ତାରି କି ଆମ୍କେ ମୁକ୍ଲାଇକରି କାଲ୍ କାଲ୍ ଜୁଗ୍ଜୁଗର୍ ପାଇ ମୁକ୍ତି ଦେଲା ।
ଏଟାର୍ପାଇ କିରିସ୍ଟସେ ନୁଆ ନିୟମ୍ ସାଦନ୍ କଲାଆଚେ । ଜେନ୍ତାରି କି, ଜେତ୍କି ଲକ୍ମନ୍କେ ପରମେସର୍ ଡାକିଆଚେ, ସେମନ୍ ପରମେସର୍ ସପତ୍ କରି କଇରଇବା ନ ସାର୍ବା ଆସିର୍ବାଦ୍ ପାଇବାଇ । କିରିସ୍ଟ ମଲାର୍ପାଇ ଆଗର୍ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍ ମୁକଲ୍ଲାଇ ।
ସେନ୍ତାରିସେ କିରିସ୍ଟ ମିସା ସବୁ ଲକର୍ ପାପ୍ ନିଜେ ନେବାକେ ବଲି ଇସାବେ ତରେକ୍ ସେ ସର୍ପାଇ ଅଇଲା । ସେ ଆରି ତରେକ୍ ଆଇଲାବେଲେ, ଆମର୍ ପାପର୍ପାଇ ସେ ନ ଆସେ । ମାତର୍ ତାକେ ଜାଗି ରଇଲା ଲକ୍ମନ୍କେ ଉଦାର୍ କର୍ବାକେ ଆଇସି ।
ତମେ ସତ୍ ମାନ୍ଲାର୍ ପାଇ, କାରାପ୍ ଚଲାଚଲ୍ତି ଚାଡିକରି ତମର୍ ସଙ୍ଗର୍ ବିସ୍ବାସିମନ୍କେ ସତ୍ସଙ୍ଗ୍ ଆଲାଦ୍ କଲାସ୍ନି । ମନ୍ ପରାନ୍ ଦେଇକରି ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାସ୍ନି ।
ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି ।
ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ଦିନ୍କେ ଜାଗ୍ତେରୁଆ ଆରି ପର୍ମେସରର୍ ଆଲାଦେ ବଡିଆସା । ସେନ୍ତାର୍ଆଲେ ତମେ ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସା । କାଇକେବଇଲେ ସେ ଆମ୍କେ ଦୟା ଦେକାଇଲା ଆଚେ ।