13 ଜେ ଦୁଦ୍ କାଇବାର୍ ଆଚେ, ସେ ଏବେ ମିସା ପିଲାସେ । ସେନ୍ତାରି ଲକ୍ମନ୍ ଟିକ୍ ଆରି ବୁଲ୍ ଚଲାଚଲ୍ତି କର୍ବାଟା ଚିନି ନାପାର୍ଲାଇନି ।
ଜିସୁ ସେବେଲାଇ ପାର୍ତନା କରି କଇଲା, “ଏ ବାବା, ତମେ ସରଗ୍ ଆରି ମଚ୍ପୁରର୍ ମାପ୍ରୁ । ଏ ସବୁ ବିସଇ ସିକ୍ଲା ଲକ୍ ଆରି ଗିଆନି ରଇବା ଲକର୍ତେଇଅନି ଲୁଚାଇ ସଙ୍ଗଇ, ନସିକ୍ଲା ଲକ୍ମନର୍ ତେଇ ଜାନାଇ ଆଚୁସ୍ ବଲି ମୁଇ ତମ୍କେ ଦନିଅବାଦ୍ ଦେଲିନି ।
ମୁଇ ତମ୍କେ ସତ୍ କାତା କଇଲିନି, କେ ମିସା ଗଟେକ୍ ସାନ୍ ପିଲାର୍ ପାରା ନ ଅଇ, ପର୍ମେସରର୍ ରାଇଜ୍ ନ ନାମତ୍, ସେମନ୍ କେବେ ମିସା ତାର୍ ରାଇଜେ କେଟି ନାପାରତ୍ ।”
ବକୁଆମନ୍କେ ନିମାନ୍ କାତା କଇବା ଲକ୍, ଗିଆନ୍ ନ ରଇବା ଲକ୍ମନର୍ ଗୁରୁ । ତମେ ବିସ୍ବାସ୍ କଲାସ୍ନି ଜେ, ନିୟମ୍ ଜାନିକରି ପୁରାପୁରୁନ୍ ସତ୍ ଆରି ଗିଆନ୍ ପାଇଆଚାସ୍ ବଲି ।
ମୁଇ ଜେଡେବେଲେ ପିଲା ରଇଲି, ପିଲାମନ୍ କଇଲାପାରା କାତା ଅଇଲି ଆରି ପିଲାମନ୍ ଚିନ୍ତା କଲାପାରା ଚିନ୍ତା କର୍ତେରଇଲି ଆରି ସେମନ୍ ବାବ୍ଲା ପାରା ବାବ୍ତେରଇଲି । ମାତର୍ ମୁଇ ଏବେ ବୟସେ ବଡ୍ ଅଇଗାଲିଜେ ପିଲାମନର୍ ପାରା ଚଲାଚଲ୍ତି କର୍ବାଟା ଚାଡିଦେଲି ।
ଏ ବାଇବଇନିମନ୍ ତମେ ପିଲାମନର୍ ପାରା ଚିନ୍ତା କରାନାଇ । କାରାପ୍ ବିସଇତେଇ ପିଲାପାରା ଉଆ । ମାତର୍ ବୁଦି ଆରି ବିଚାର୍ କର୍ବାତେଇ ବଡ୍ ଲକର୍ ପାରା ଅଇବାର୍ ଦର୍କାର୍ ।
ଏ ବାଇବଇନିମନ୍, ମୁଇ କରନ୍ତିୟତେଇ ରଇଲାବେଲେ ସୁକଲ୍ଆତ୍ମା ପାଇଲା ଲକ୍ମନର୍ ଇସାବେ ତମ୍କେ କାତା ଅଇ ନାପାର୍ଲି । ମାତର୍ ନିଜେ ମନ୍କଲା ଇସାବେ ରଇବା ଲକ୍ମନର୍ ଇସାବେସେ କାତା ଅଇଲି । କାଇକେ ବଇଲେ ତମେ ସେବେଲେସେ, ବିସ୍ବାସ୍ କର୍ବାକେ ମୁଲିଆଇ ରଇଲାସ୍ । କିରିସ୍ଟର୍ ତେଇ କଅଁଲା ପିଲାମନର୍ ପାରା ।
ଲକ୍ମନ୍ ଡଣ୍ଡ୍ ପାଇବାଇ ବଲି ଜାନାଇ ଅଇବା କାମ୍, ଜଦି ମଇମା ସଙ୍ଗ୍ ଆଇଲା, ତେବେ ଆମର୍ ସବୁ ପାପ୍ କେମା ଅଇଲାଆଚେ ବଲି ଜାନାଇବା ବାକିଅ କେତେକ୍ ଅଦିକ୍ ମଇମା ଅଇରଇସି ?
ତେବେ ଆମେ ସାନ୍ ପିଲାମନର୍ ପାରା ନ ଅଇ କରି, ଜଗତର୍ ମନସ୍ମନର୍ ସିକିଆଇ ଆରି ତାକର୍ ଦଦାପେଲା ଅଇବା ପାରା ବିଚାର୍ନା ଇସାବର୍ ବିନ୍ ବିନ୍ ସିକିଆଇ, ଗାଡର୍ ଲଅଡି ଆରି ମାର୍ବା ପବନ୍ ଜେନ୍ତାରି ଡଙ୍ଗାକେ ଏନେତେନେ କର୍ସି, ସେନ୍ତାରି ତାକର୍ ସିକିଆ ସୁନିକରି ଏନେତେନେ ନ ଅଉଁ ।
ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି ।
ଏବେ ଜନମ୍ ଅଇଲା କଅଁଲା ପିଲାମନ୍ ଦୁଦ୍ କାଇବାକେ ଜେନ୍ତାରି ମନ୍ କର୍ବାଇ, ସେନ୍ତାରିସେ ତମେ ଆତ୍ମାର୍ ଦୁଦ୍ କାଇବାକେ ମନ୍ କରା । ସେଟା ଅଇଲାନି ପର୍ମେସରର୍ ସତ୍ ବାକିଅ । ସେଟା କାଇବାକେ ମନ୍ କଲେ, ତମର୍ ମୁକ୍ତି ସିଦ୍ ଅଇବାଜାକ ତମେ ବିସ୍ବାସେ ଅଦିକ୍ ଅଦିକ୍ ବଡି ଆଇସା ।
ଜଦି କେ ମିସା ସେନ୍ତାରି ଲକ୍କେ ଜୁଆର୍ବିଆର୍ କର୍ସି, ସେ ବୁଲ୍ ସିକାଉର୍ ସଙ୍ଗ୍ ମିସିକରି ତାର୍ କାରାପ୍ କାମେ ମିସ୍ଲାନି ।