ଏବ୍ରି 13:9 - ସତିଅର୍ ବାଟ୍ ନୁଆ ନିୟମ୍ 20209 ତେବର୍ପାଇ ଲକ୍ମନ୍ ତମ୍କେ ବିନ୍ ବିନ୍ ସିକିଆ ସୁନାଇକରି ସତ୍ବାଟେଅନି ବିନେ ନେବାକେ ରାଜି ଉଆନାଇ । କାଇକେବଇଲେ ପର୍ମେସର୍ ଜିବନ୍ ଦୁକାଇକରି ଦୟା ଦେକାଇଲାଟା ଆମର୍ ମନ୍କେ ଡାଟ୍ କର୍ସି । କାଦିର୍ ଲାଗି ରଇବା ନିୟମ୍ ମାନ୍ବାଟା ନଏଁ । ସେନ୍ତାରି ନିୟମ୍ ମାନ୍ବା ଲକ୍, ତେଇ ଅନି କାଇଟା ମିସା ପାଅତ୍ ନାଇ । အခန်းကိုကြည့်ပါ။ |
ଜନ୍ ଲକ୍ମନ୍ ବିନ୍ଦିନ୍ ମନର୍ଟାନେଅନି ଗଟେକ୍ ଦିନ୍ ସୁବ୍ ବଲି ବାବ୍ବାଇ, ସେମନ୍ ପର୍ମେସର୍କେ ସାର୍ଦା କରାଇବାକେ ସେନ୍ତାରି ବାବ୍ବାଇ । ସେନ୍ତାରିସେ, ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇବାଇ, ସେଟା ପର୍ମେସର୍କେ ସାର୍ଦା କରାଇବାକେ କର୍ବାଇ ଆରି ସେଟାର୍ପାଇ ତାକେ ଦନିଅବାଦ୍ ଦେବାଇ । ଆରି ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ କାଇବାଇ, ସେମନ୍ ସେଟା ପର୍ମେସର୍ ସାର୍ଦା ଅଇସି ବଲି କାଇଲାଇନି ଆରି ସେମନ୍ ମିସା ତାକେ ଦନିଅବାଦ୍ ଦେଲାଇନି ।
ଏ ଆଲାଦର୍ ବାଇବଇନିମନ୍, ଜଦି କେ ମିସା ପର୍ମେସରର୍ ଆତ୍ମା ମର୍ଟାନେ ଆଚେ, ବଲି କଇବା ଲକ୍ମନର୍ କାତା ବିସ୍ବାସ୍ କର୍ବାର୍ ନାଇ । ମାତର୍ ସେନ୍ତାରି ଲକର୍ଟାନେ ସତଇସେ ପର୍ମେସରର୍ ଆତ୍ମା ଆଚେ କି ନାଇ ଜାନ୍ବାକେ ମନ୍ଦିଆନ୍ ଦେଇ ସେ କଇବା କାତା ପରିକା କର୍ବାର୍ ଆଚେ । କାଇକେବଇଲେ ମିଚ୍ କାତା ସିକାଉମନ୍ ବେସି ଲକ୍ ବାରଇଆଚତ୍ । ପର୍ମେସରର୍ ଟାନେଅନି ମିଲାଇଲା କବର୍ ବଲି ସବୁବାଟେ ଗାଲାଇ ଆଚତ୍ ।
ତମେ ଗଟେକ୍ତେଇ ରୁଣ୍ଡିକରି ମିସି କାଇଲାବେଲେ, ତମର୍ ସଙ୍ଗ୍ ସେମନ୍ ଲାଜ୍ ଲାଗ୍ବା କାମ୍ କଲେ ମିସା ସେମନ୍ ତମର୍ ମୁଆଟେ ଲାଜ୍ ନ ଅଇକରି ସାଆସ୍ ସଙ୍ଗ୍ କାଇଲାଇନି । ମେଣ୍ଡାମନ୍କେ ନ ଚାରାଇ ନିଜେ ଚାରାଇଅଇଲା ଗଉଡ୍ ପାରା ଅଇଲାଇନି । ପବନ୍ ଆଇଲେ ଉଡାଇନେବା ପାନି ନ ମାର୍ବା ବାଦଲ୍ପାରା ଏମନ୍ ଆଚତ୍ । ପଲ୍ ଦେବା ବେଲାଇ କାଇପଲ୍ ନ ରଇବା ଗଚ୍ ଜେନ୍ତାରି ଉପାଡିକରି ସୁକ୍ବାକେ ଚାଡ୍ଲାପାରା, ସେନ୍ତାରି ଅଇ ସେମନ୍ ଆଚତ୍ ।