ଏବ୍ରି 13:20 - ସତିଅର୍ ବାଟ୍ ନୁଆ ନିୟମ୍ 202020 ଆମର୍ ମାପ୍ରୁ ଜିସୁକେ ପର୍ମେସର୍ ମଲାତେଇଅନି ଉଟାଇଲା । ସେ ଗଟେକ୍ ଗଉଡ୍ପାରା ଆମ୍କେ ଜାଗିରଇସି । ଆମେ ପର୍ମେସର୍ ସଙ୍ଗ୍ ସବୁଦିନର୍ପାଇ ଗଟେକ୍ ଅଇବାଟାକେ ତାର୍ ବନି ଜରାଇଲା । အခန်းကိုကြည့်ပါ။ |
ତମେ ଜେଡେବେଲେ ଡୁବନ୍ ନେବାକେ ପାନିଟାନେ ବୁଡ୍ଲାସ୍, ସେଟା ତମର୍ ପାପର୍ ଗୁନ୍ଚଲନ୍ କିରିସ୍ଟର୍ ସଙ୍ଗ୍ ମରିକରି ତପିଅଇଲାପାରା ଅଇରଇଲାସ୍ । ପାନିବିତ୍ରେଅନି ବାରଇଲାଟା ନୁଆ ଗୁନ୍ଚଲନ୍ ଦାରି କିରିସ୍ଟର୍ ସଙ୍ଗ୍ ଆରି ତରେକ୍ ଉଟ୍ଲାପାରା ଅଇଲା । ପର୍ମେସର୍ ତାର୍ ବପୁସଙ୍ଗ୍ ମଲାତେଇଅନି ଜିବନ୍କରି କିରିସ୍ଟକେ ଉଟାଇଲା ବଲି ତମେ ବିସ୍ବାସ୍ କଲାର୍ପାଇ ଏଟା ତମ୍କେ ଗଟ୍ଲା ।
ମସାର୍ ନିୟମ୍ ନ ମାନ୍ବା ଗଟେକ୍ ଲକର୍ ଦସା ସେନ୍ତାରି ରଇଲେ, ପର୍ମେସରର୍ ପଅକେ ଇନ୍ କର୍ବା ଗଟେକ୍ ଲକର୍ ଦସା କେତେକ୍ ଅଦିକ୍ ନ ରଏ । ଜଦି ତାର୍ ରାଜିନାମାର୍ ବନିକେ କାଇ ମୁଲିଅ ନାଇ ବଲି ଏଲାକରିଦେଲେ, ଏ ବନିର୍ ଲାଗି ସେ ପାପେଅନି ସେ ସୁକଲ୍ ଅଇରଇଲା । ସେନ୍ତାରି କର୍ବା ଲକ୍ ପର୍ମେସରର୍ ଆତ୍ମା ଜେ କି ଜିବନ୍ ଦୁକାଇ ଦୟା ଦେକାଇସି, ତାକେ ମିସା ମନ୍ଦୁକ୍ କରାଇଲାନି । ତାର୍ ଡଣ୍ଡ୍ କେତେକ୍ ଅଦିକ୍ ନ ଅଏ ।