1 କିରିସ୍ଟଟାନେ ମିସିବିଡି ରଇବା ବିସ୍ବାସି ବାଇବଇନି ପାରା ଆଲାଦ୍ କରାକରି ଅଇ ରୁଆ ।
ତମର୍ ତମର୍ ବିତ୍ରେ ଆଲାଦ୍ କରା । ଏଟା ଅଇଲାନି ମର୍ ଆଦେସ୍ ।”
ଜନ୍ ଦିନେ ସେମନ୍ ପେନ୍ଟିକସ୍ଟ୍ ପରବ୍ ମାନ୍ତେରଇଲାଇ, ଜିସୁକେ ବିସ୍ବାସ୍ କର୍ବା ସବୁ ଲକ୍ମନ୍ ଗଟେକ୍ ଜାଗାଇ ରୁଣ୍ଡିରଇଲାଇ ।
ସବୁ ବିସ୍ବାସିମନ୍ ଗଟେକ୍ ବିସଇ ଚିନ୍ତା କରି ମନ୍ କଲାଇ । କେ ମିସା ନିଜର୍ ସଁମ୍ପତି ନିଜର୍ ବଲି ଦାବି ନ କର୍ତେ ରଇଲାଇ । ତାକର୍ଟାନେ ଜେତ୍କି ରଇଲା ସେଟା ସବୁଲକ୍ ସମାନ୍ କରି ବାଟାସାଟା କର୍ତେ ରଇଲାଇ ।
ଏ ବାଇବଇନିମନ୍, ନିୟମର୍ ଡଣ୍ଡେଅନି ମୁକ୍ଲାଇ ଅଇବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । ମାତର୍ ଜାଗ୍ରତ୍, ଏବେ ଆରି ଗାଗଡର୍ ମନ୍ କର୍ବାଟା ସବୁ ପୁରାପୁରୁନ୍ କରିଅଇସି ବଲି କୁଆନାଇ । ମାତର୍ ଆଲାଦେଅନି ଚଲାଚଲ୍ତି ଅଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସେବା କରା ।
ମାତର୍ ଆତ୍ମାର୍ ପଲ୍ ଅଇଲାନି, ଆଲାଦ୍ କରାକରି ଅଇବାଟା, ସାର୍ଦାସଙ୍ଗ୍ ରଇବାଟା, ସାନ୍ତିସଙ୍ଗ୍ ରଇବାଟା, ମୁର୍ଚିକରି ରଇବାଟା, ବିନ୍ଲକ୍କେ ଉପ୍କାର୍ କର୍ବାଟା, ନିମାନ୍ ଚଲାଚଲ୍ତି କର୍ବାଟା, ବିସ୍ବାସେ କାମ୍କର୍ବାଟା, ସଲଦ୍ ଅଇବାଟା, ଆତ୍ମାଇ ସାଆସ୍ ଦାରି ଚଲାଚଲ୍ତି କର୍ବାଟା,
କାଇକେବଇଲେ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଜିଇଲେ କାଇଲେ, ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ମିସା ନାଇ । ଏକାଇ ଗଟେକ୍ସେ ଦର୍କାର୍ ରଇଲା ବିସଇ । ସେଟା ଅଇଲାନି, ବିସ୍ବାସେ ଡାଟ୍ ରଇ ଆଲାଦ୍ ସଙ୍ଗ୍ ଦାଇତେ ରଇବା କାମ୍ କର୍ବାର୍ ।
ଜନ୍ଟା କି ଗଟେକ୍ ମନ୍ ଅଇକରି ରଇବାକେ ସୁକଲ୍ଆତ୍ମା ଆମ୍କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ ।
ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
ଏ ବାଇବଇନିମନ୍ ତମର୍ପାଇ ଆମେ ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେବା କାତା । ଏଟା ଟିକ୍ ବିସଇ । କାଇକେବଇଲେ ତମର୍ ବିସ୍ବାସ୍ ଅଦିକ୍ ଅଦିକ୍ ଅଇଲାନି । ଆରି ତମର୍ ନିଜର୍ ନିଜର୍ ବିତ୍ରେ ସବୁଲକ୍କେ ଆଲାଦ୍ ବଡିଗାଲାନି ।
ଆସା, ଆମେ ବିନ୍ ଲକ୍ମନ୍କେ ମନ୍ଦେଇ ସେମନ୍କେ ସାଇଜ କରୁ । ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରି ନିକ କାମ୍ କରୁ ।
ତମେ ସତ୍ ମାନ୍ଲାର୍ ପାଇ, କାରାପ୍ ଚଲାଚଲ୍ତି ଚାଡିକରି ତମର୍ ସଙ୍ଗର୍ ବିସ୍ବାସିମନ୍କେ ସତ୍ସଙ୍ଗ୍ ଆଲାଦ୍ କଲାସ୍ନି । ମନ୍ ପରାନ୍ ଦେଇକରି ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାସ୍ନି ।
ସବୁ ଲକ୍ମନ୍କେ ସନ୍ମାନ୍ ଦିଆସ୍ । ବିସ୍ବାସି ବାଇବଇନିମନ୍କେ ଆଲାଦ୍ କରା । ପର୍ମେସର୍କେ ମାନିକରି ରୁଆ । ଆରି ସବୁର୍ ଉପ୍ରର୍ ସାସନ୍କାରିଆକେ ସନ୍ମାନ୍ ଦିଆସ୍ ।
ସାରାସାରି ତମର୍ ସବୁଲକର୍ ମନ୍ ଗଟେକ୍ ଅ । ଦୁକ୍ସୁକ୍ ବେଲେ ତମର୍ ତମର୍ ବିତ୍ରେ ମିସିବିଡି ରୁଆ । ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ସୁଆଲେ ରୁଆ ।
ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ତମର୍ ତମର୍ ବିତ୍ରେ ଆଲାଦ୍ କରାକରି ଅଇବାଟା । କାଇକେବଇଲେ, ସେନ୍ତାରି ଆଲାଦ୍ କଲେ, ତମର୍ ତମର୍ ପାପ୍ ବିସଇ ଚିନ୍ତା ନ କରି ମୁର୍ଚିକରି କେମା ଦିଆଦିଇ ଅଇସା ।
ଗୁନ୍ଚଲନ୍ସଙ୍ଗ୍ ବାଇବଇନିକେ ଆଲାଦ୍ କର୍ବାକେ, ବାଇବଇନିକେ ଆଲାଦ୍ କରି ସବୁଲକ୍କେ ଆଲାଦ୍ କର୍ବାକେ ଚେସ୍ଟା କରା ।
ଆରି ଏଟା ଅଇଲାନି ତାର୍ ଆଦେସ୍ । ତାର୍ ପଅ ଜିସୁକିରିସ୍ଟକେ ବିସ୍ବାସ୍ କର୍ବାର୍ ଆରି ଜିସୁ ତିଆର୍ଲାପାରା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ।
ଜଦି କେ ମିସା ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇସି, ମାତର୍ ନିଜର୍ ବିସ୍ବାସି ବାଇବଇନିକେ ଗିନ୍ କର୍ସି, ସେନ୍ତାର୍ଆଲେ ସେ ମିଚ୍ କଇଲାନି । କାଇକେବଇଲେ ଦୁଇଟା ଆଁକିତେଇ ଡିସ୍ବା ବାଇବଇନିମନ୍କେ ଆଲାଦ୍ ନ କର୍ବା ଗଟେକ୍ ଲକ୍, ନ ଡିସ୍ବା ପର୍ମେସର୍କେ ଆଲାଦ୍ କରିନାପାରେ ।
ମାତର୍ ତମର୍ ଚଲାଚଲ୍ତିତେଇ ମକେ ଗଟେକ୍ ବିସଇ ବଲ୍ ନ ଲାଗେ । ସେଟା ଅଇଲାନି ଆଗେ ତମେ ମକେ ଜେନ୍ତି ଆଲାଦ୍ କର୍ତେରଇଲାସ୍, ଏବେ ସେନ୍ତାରି କରାସ୍ ନାଇ ।