14 କାଇକେ ବଇଲେ ସବୁ ନିୟମ୍ ଏ ଗଟେକ୍ ବାକିଅତେଇ ସିଦ୍ ଅଇସି, ତମେ ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍କେ ଆଲାଦ୍ କରା ।
“ତମର୍ ପାଇ ବିନ୍ ଲକ୍ମନ୍ ଜାଇଟା କରତ୍ ବଲି ମନ୍ କଲାସ୍ନି, ସେନ୍ତାରି ତମେ ବିନ୍ ଲକର୍ ପାଇ କରା । ଏଟା ଅଇଲାନି ମସା ଦେଇରଇବା ନିୟମ୍ ଆରି ବବିସତ୍ବକ୍ତାମନର୍ ସିକିଆର୍ ଅରତ୍ ।”
ଆରି ପଚର୍ ମୁକିଅ ଆଦେସ୍ ଅଇଲାନି, ତମେ ନିଜ୍କେ ଆଲାଦ୍ କଲାପାରା ପଡିସାର୍ ଲକ୍କେ ମିସା ଆଲାଦ୍ କରା । ଏ ଦୁଇଟା ଆଦେସ୍ ଚାଡିକରି ଆରି କାଇ ମିସା ମୁକିଅ ଆଦେସ୍ ନାଇ” ବଲି କଇଲା ।
ପର୍ମେସର୍କେ ସବୁ ମନ୍ଦେଇକରି ସବୁ ଚିନ୍ତା ଦେଇକରି ଆରି ସବୁ ବପୁ ଦେଇ ଆଲାଦ୍ କର୍ବାର୍ ଆଚେ ଆରି ନିଜ୍କେ ଆଲାଦ୍ କଲା ପାରା ବିନ୍ ଲକ୍କେ ମିସା ଆଲାଦ୍ କର୍ବାର୍ଆଚେ ବଲିକରି ତମେ କଇଲା କାତା ଟିକ୍ ସେ । ଆମେ ପର୍ମେସର୍କେ ଜେତେକ୍ ଅମ୍ କଲେ ମିସା ଆରି ଜେତେକ୍ କାଇଟା ପୁଜ୍ଲେ ମିସା, ଏ ଦୁଇଟା ଆଦେସ୍ ବେସି ମୁକିଅ ।” ବଲି କଇଲା ।
ମୁଇ ତମ୍କେ ଗଟେକ୍ ନୁଆ ଆଦେସ୍ ଦେଲିନି, ତମେ ତମର୍ ନିଜର୍ ନିଜର୍ ବିତ୍ରେ ଆଲାଦ୍ କରା । ମୁଇ ଜେନ୍ତି ତମ୍କେ ଆଲାଦ୍ କଲିଆଚି, ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ କର୍ବାର୍ଆଚେ ।
କିରିସ୍ଟ ଜିବନ୍ ଦୁକାଇକରିସେ ତମ୍କେ ଡାକିରଇଲା । ମାତର୍ ତମେ ତାକେ ଏତେକ୍ ଦାପ୍ରେ ଚାଡିଦେଇକରି ଆରି ଗଟେକ୍ ବିନ୍ ସୁବ୍କବର୍ବାଟେ ମନ୍ ଦେଲାସ୍ନି । ତମର୍ ଏ ମନ୍ ବାଦ୍ଲାଇବାଟା ଦେକିକରି ଇତି ମୁଇ କାବା ଅଇଗାଲିନି ।
ତମର୍ ତମର୍ ବିତ୍ରେ, ଜିବନେ ଆଇବା ବଜ୍ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍ଟର୍ ଆଦେସ୍ ମାନ୍ସା ।
ତମେ ଏନ୍ତାରିଟା ତିଆରା ଜେନ୍ତାରିକି, ସେମନ୍ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାଇ । ଜନ୍ ଲକ୍ମନ୍କେ ସତ୍ ବିସ୍ବାସ୍ ଆରି ସୁକଲ୍ ଜିବନ୍, କାଇ କପଟ୍ ନ ରଇବା ମନ୍ ଆଚେ, ସେମନ୍ସେ ଏଟା କରିପାର୍ବାଇ ।