ଗାଲାତିୟ 5:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ଏ ବାଇବଇନିମନ୍, ନିୟମର୍ ଡଣ୍ଡେଅନି ମୁକ୍ଲାଇ ଅଇବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । ମାତର୍ ଜାଗ୍ରତ୍, ଏବେ ଆରି ଗାଗଡର୍ ମନ୍ କର୍ବାଟା ସବୁ ପୁରାପୁରୁନ୍ କରିଅଇସି ବଲି କୁଆନାଇ । ମାତର୍ ଆଲାଦେଅନି ଚଲାଚଲ୍ତି ଅଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସେବା କରା । အခန်းကိုကြည့်ပါ။ |
ଏଲେମିସା କେତେକ୍ ଲକ୍ ତାକେ ସୁନତ୍ କର୍ବାକେ ମନ୍ କର୍ତେ ରଇଲାଇ । ସେମନ୍ ବିସ୍ବାସି ବାଇ ବଲି ନାଡାଇକରି କୁଟିଆଲ୍ ଇସାବେ ଦଲେ ମିସିରଇଲାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସିରଇଲାର୍ ଲାଗି ଆମେ ଜନ୍ ମୁକ୍ଲିରଇବା ଦିନ୍ ପାଇଲୁଆଚୁ, ସେ ବିସଇ କଜି ମିଲାଇବାକେ ସେମନ୍ ମନ୍ କର୍ତେ ରଇଲା । ଆମ୍କେ ଆରିତରେକ୍ ମସାର୍ ନିୟମର୍ ଦାଙ୍ଗ୍ଡା କର୍ବାକେ ମିସା ମନ୍ କର୍ତେରଇଲାଇ ।
କାଇକେବଇଲେ ବିସ୍ବାସି ବଲି କେତେକ୍ ନାଡାଇବା ଲକ୍ କେ ନାଜାନ୍ତେ ପୁରିଆଚତ୍ । ଏ ଲକ୍ମନ୍ ପାଇବା ଡଣ୍ଡ୍ ଆଗର୍ କାଲେଅନି ସାସ୍ତରେ ଲେକାଅଇଆଚେ । ଏ ଲକ୍ମନ୍ ପର୍ମେସରର୍ ଅଦିକାର୍ ନାମତ୍ନାଇ । ଆମର୍ ପର୍ମେସର୍ ଦରମ୍ଟା ବଲି ଲକ୍ମନ୍ ଜେନ୍ତାର୍ ସେନ୍ତାର୍ ବେସିଆ କାମ୍ କଲେମିସା କାଇଟା ନଏଁ ବଲି କଇଲାଇନି । ମାପ୍ରୁ ଜିସୁକିରିସ୍ଟସେ ଆମର୍ ମାଲିକ୍ ବଲି ସେମନ୍ ନାମତ୍ନାଇ ।