ଗାଲାତିୟ 4:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ସେନ୍ତାରିସେ ଆମେ ମିସା ଆତ୍ମାର୍ ଇସାବେ ବୟସ୍ ନ ଅଇବା ଆଗ୍ତୁ, ଜଗତ୍କେ ସାସନ୍ କର୍ବା ନିଅମ୍, ଆରି ରିତିନିତିର୍ ଗତିଦାଙ୍ଗ୍ଡା ଅଇ ରଇଲୁ । အခန်းကိုကြည့်ပါ။ |
ଏଲେମିସା କେତେକ୍ ଲକ୍ ତାକେ ସୁନତ୍ କର୍ବାକେ ମନ୍ କର୍ତେ ରଇଲାଇ । ସେମନ୍ ବିସ୍ବାସି ବାଇ ବଲି ନାଡାଇକରି କୁଟିଆଲ୍ ଇସାବେ ଦଲେ ମିସିରଇଲାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସିରଇଲାର୍ ଲାଗି ଆମେ ଜନ୍ ମୁକ୍ଲିରଇବା ଦିନ୍ ପାଇଲୁଆଚୁ, ସେ ବିସଇ କଜି ମିଲାଇବାକେ ସେମନ୍ ମନ୍ କର୍ତେ ରଇଲା । ଆମ୍କେ ଆରିତରେକ୍ ମସାର୍ ନିୟମର୍ ଦାଙ୍ଗ୍ଡା କର୍ବାକେ ମିସା ମନ୍ କର୍ତେରଇଲାଇ ।
ଏ କାତା ଗଟେକ୍ ଜଟ୍କା ଇସାବେ ଆଚେ । କାଇକେବଇଲେ ଦୁଇଟା ମାଇଜି ଦୁଇଟା ରାଜିନାମା ପାରା । ଗଟେକ୍ ରାଜିନାମା ଆରାବ୍ ଦେସେ ରଇବା ସିନଅ ପର୍ବତ୍ ଉପ୍ରେ ପର୍ମେସର୍ ମସାକେ ଦେଇରଇବା ନିୟମ୍ । ଏ ରାଜିନାମା ଆଗାର୍କେ ସମାନ୍ କରି ଅଇସି । କାଇକେବଇଲେ ଆଗାର୍ ଆରି ତାର୍ ପିଲାମନ୍ ଗତି ଅଇରଇଲାଇ । ସମାନ୍ ସେନ୍ତାରିସେ ଏ ରାଜିନାମାର୍ ପିଲାମନ୍ ସବୁଲକ୍ ଗତିଦାଙ୍ଗ୍ଡା ।
କେ ମିସା ନିଜର୍ ଚାଲାକିକରି ପର୍ମେସରର୍ ବିସଇ ତିଆର୍କରି ରଇବାଟା ସଙ୍ଗ୍ ତମ୍କେ ପାନ୍ଦେ ନ ଲାଗାଅତ୍, ସେଟାର୍ପାଇ ଜାଗ୍ରତ୍ ଅଇରୁଆ । ସେମନ୍ ସିକାଇବାଟା କାଇ ଲଡାକେ ନ ଆସେ ଆରି ସେଟା ସତ୍ ବିସଇ ନଏଁ । ସେଟା ବିନ୍ ଲକର୍ଟାନେଅନି ସୁନି ସୁନି ଆଇବାଟା ଆରି ସେଟା ଏ ଜଗତ୍ ବିତ୍ରେ ରଇବା ନିୟମ୍ । ମାତର୍ କିରିସ୍ଟର୍ ବିସଇଟାନେ ରଇବା, ସତ୍ ସିକିଆ ନଏଁ ।