ଏପିସିୟ 4:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 ତେବେ ଆମେ ସାନ୍ ପିଲାମନର୍ ପାରା ନ ଅଇ କରି, ଜଗତର୍ ମନସ୍ମନର୍ ସିକିଆଇ ଆରି ତାକର୍ ଦଦାପେଲା ଅଇବା ପାରା ବିଚାର୍ନା ଇସାବର୍ ବିନ୍ ବିନ୍ ସିକିଆଇ, ଗାଡର୍ ଲଅଡି ଆରି ମାର୍ବା ପବନ୍ ଜେନ୍ତାରି ଡଙ୍ଗାକେ ଏନେତେନେ କର୍ସି, ସେନ୍ତାରି ତାକର୍ ସିକିଆ ସୁନିକରି ଏନେତେନେ ନ ଅଉଁ । အခန်းကိုကြည့်ပါ။ |
ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ ।
ଏ ଆଲାଦର୍ ବାଇବଇନିମନ୍, ଜଦି କେ ମିସା ପର୍ମେସରର୍ ଆତ୍ମା ମର୍ଟାନେ ଆଚେ, ବଲି କଇବା ଲକ୍ମନର୍ କାତା ବିସ୍ବାସ୍ କର୍ବାର୍ ନାଇ । ମାତର୍ ସେନ୍ତାରି ଲକର୍ଟାନେ ସତଇସେ ପର୍ମେସରର୍ ଆତ୍ମା ଆଚେ କି ନାଇ ଜାନ୍ବାକେ ମନ୍ଦିଆନ୍ ଦେଇ ସେ କଇବା କାତା ପରିକା କର୍ବାର୍ ଆଚେ । କାଇକେବଇଲେ ମିଚ୍ କାତା ସିକାଉମନ୍ ବେସି ଲକ୍ ବାରଇଆଚତ୍ । ପର୍ମେସରର୍ ଟାନେଅନି ମିଲାଇଲା କବର୍ ବଲି ସବୁବାଟେ ଗାଲାଇ ଆଚତ୍ ।
ତମେ ଗଟେକ୍ତେଇ ରୁଣ୍ଡିକରି ମିସି କାଇଲାବେଲେ, ତମର୍ ସଙ୍ଗ୍ ସେମନ୍ ଲାଜ୍ ଲାଗ୍ବା କାମ୍ କଲେ ମିସା ସେମନ୍ ତମର୍ ମୁଆଟେ ଲାଜ୍ ନ ଅଇକରି ସାଆସ୍ ସଙ୍ଗ୍ କାଇଲାଇନି । ମେଣ୍ଡାମନ୍କେ ନ ଚାରାଇ ନିଜେ ଚାରାଇଅଇଲା ଗଉଡ୍ ପାରା ଅଇଲାଇନି । ପବନ୍ ଆଇଲେ ଉଡାଇନେବା ପାନି ନ ମାର୍ବା ବାଦଲ୍ପାରା ଏମନ୍ ଆଚତ୍ । ପଲ୍ ଦେବା ବେଲାଇ କାଇପଲ୍ ନ ରଇବା ଗଚ୍ ଜେନ୍ତାରି ଉପାଡିକରି ସୁକ୍ବାକେ ଚାଡ୍ଲାପାରା, ସେନ୍ତାରି ଅଇ ସେମନ୍ ଆଚତ୍ ।
ତେଇ ପସୁକେ ବନ୍ଦିକରି ନେଲାଇ । ତାର୍ ସଙ୍ଗ୍ ଜନ୍ ମିଚ୍ କଇବା ବବିସତ୍ବକ୍ତା, ଜେ କି ତାର୍ ମୁଆଟେ କାବାଅଇଜିବା କାମ୍ମନ୍ କର୍ତେରଇଲା, ତାକେ ମିସା ବନ୍ଦିଗରେ ନେଲାଇ । ଏ କାବାଅଇଜିବା କାମ୍ମନର୍ ଲାଗି ସେ ଲକ୍ମନ୍କେ ନାଡାଇରଇଲା । ଜନ୍ ଲକ୍ମନ୍ କି ପସୁର୍ ଚିନ୍ ଗଦିଅଇକରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଦୁଇଲକ୍ଜାକ ଜିବନ୍ ରଇତେ ଗନ୍ଦ୍ ଅଇତେରଇବା ଜଇର୍ ଗାଡେ ପିଙ୍ଗାଅଇଲା ।