19 ଉଁ, ନର୍ଲକ୍ ବୁଜ୍ବା ତେଇଅନି ଅଦିକ୍ କିରିସ୍ଟ ଆମ୍କେ ଆଲାଦ୍ କଲା ଆଚେ, ସେ ଆଲାଦ୍ ତମେ ଜାନା ବଲି ମୁଇ ପାର୍ତନା କଲିନି । ଜେନ୍ତାରିକି ତମର୍ ଚାଲାଚାଲ୍ତି ପରମେସରର୍ ପାରା ଅଇ ଆଇସି ।
ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କର୍ବାକେ ଆସା କର୍ବାଇ, ତାକର୍ କେଡେକ୍ ନିକ କରମ୍, କାଇକେବଇଲେ ପର୍ମେସର୍ ସେମନ୍କେ ସାର୍ଦା କରାଇସି ।
“ତାର୍ ମନ୍ ବିତ୍ରେ ରଇଲା ପୁରାପୁରୁନ୍ ଜିବନ୍ ଦୁକାଇବା ତେଇଅନି ଆମେ ସବୁ ଆସିର୍ବାଦ୍ ପାଇଆଚୁ । ଉଁ, ଆସିର୍ବାଦର୍ ପଚେ ଆସିର୍ବାଦ୍ ପାଇଆଚୁ ।
ତମେସେ ଗଟେକ୍ ପର୍ମେସର୍, ତମ୍କେ ଆରି ତମେ ପାଟାଇରଇବା ଜିସୁ କିରିସ୍ଟକେ ଜାନ୍ବାଟା ଅଇଲାନି ନ ସାର୍ବା ଜିବନ୍ ।
ସେନ୍ତାର୍ଆଲେ ତେବେ କେ ମିସା ଆମ୍କେ କିରିସ୍ଟର୍ ଆଲାଦେଅନି ବେଗ୍ଲାଇ ନାପାରତ୍ । ଦୁକେ ରଇଲେ ମିସା, କସ୍ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍ଲାଇ ନାପାରେ ।
ଉପ୍ରର୍ ଦୁନିଆ କି ତଲର୍ ଦୁନିଆ, ଏ ଜଗତେ ତିଆର୍ ଅଇରଇବା କାଇ ବିସଇ ମିସା ପର୍ମେସରର୍ ବଡ୍ ଆଲାଦେ ଅନି ଆମ୍କେ ବେଗ୍ଲାଇ ନାପାରେ । ଆମର୍ ମାପ୍ରୁ ଜିସୁକିରିସ୍ଟକେ ଦେଲା ପରମେସରର୍ ସେ ବଡ୍ ଆଲାଦେ ଅନି, ଏ ସବୁ ବିସଇ ଆମ୍କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।
କିରିସ୍ଟର୍ ଆଲାଦ୍ ଆମ୍କେ ବାଟ୍ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍ ଲାଗି ଆମେ ସବୁଲକ୍ ତାର୍ ମରନେ ମିସିଆଚୁ ।
ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
ମଣ୍ଡଲି ଅଇଲାନି କିରିସ୍ଟର୍ ଗାଗଡ୍ । କିରିସ୍ଟର୍ ଜିବନ୍ ସଙ୍ଗ୍ ମଣ୍ଡଲି ପୁରାପୁରୁନ୍ ଅଇସି । ଆରି କିରିସ୍ଟ ସବୁବିସଇ ପୁରାପୁରୁନ୍ କର୍ସି ।
ମୁଇ ପାର୍ତନା କଲିନି ତମେ ପର୍ମେସରର୍ ଲକ୍ମନର୍ ସଙ୍ଗ୍ ମିସିକରି କିରିସ୍ଟର୍ ଆଲାଦ୍ ବୁଜ୍ବାକେ ବପୁ ପାଇସା । ତାର୍ ବଡ୍ ଆଲାଦ୍ ସଙ୍ଗ୍ ସେ ଆମ୍କେ ଆଲାଦ୍ କଲା ଆଚେ ।
ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା ।
ତମେ ସବୁବେଲେ ମର୍ ମନ୍ ବିତ୍ରେ ଆଚାସ୍ । ତେବର୍ପାଇ ତମର୍ ବିସଇନେଇ କରି ଏନ୍ତାରି ବାବ୍ବାଟା ଟିକ୍ ସେ । ମୁଇ ବନ୍ଦି ନ ଅଇକରି ରଇଲାବେଲେ କି ଏବେ ବନ୍ଦି ରଇକରି ସୁବ୍କବର୍ ବିରୁଦେ ଦଦାପେଲା ଉଟ୍ଲାବେଲେ, ଏଟା ସତ୍ ଆକା ବଲି ଡାଟ୍ସଙ୍ଗ୍ ଦେକାଇବାଟାନେ ମିସା, ତମେ ସବୁ ମିସ୍ବାକେ ପର୍ମେସର୍ ବେଲା ଟିକ୍ କରି ଦେଲାଆଚେ ।
ଏନ୍ତାରି କଲେ, ପର୍ମେସର୍ ତମ୍କେ ସାନ୍ତି ଦେଇସି । ଏ ସାନ୍ତି ଲକ୍ମନ୍ ବୁଜ୍ବା ସାନ୍ତିର୍ପାରା ନାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍ ଜିବନେ କସ୍ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍ସି ।
ତେବର୍ପାଇ ତମେ ତାକେ ସାର୍ଦା କରାଇଲାପାରା ଚଲାଚଲ୍ତିକରି ସେ ମନ୍କଲାପାରା ଜିଉନାକାଉନା କର୍ସା । ବିନ୍ ଲକ୍ମନ୍କେ ସାଇଜ କରିଲାଗିରଇସା ଆରି ପର୍ମେସରର୍ ବିସଇ ଜାନ୍ବାକେ ଅଦିକ୍ ଅଦିକ୍ ବଡିଆଇସା ।
ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍ କଲାସ୍ନି ଆରି ବିସ୍ବାସ୍ କଲାସ୍ନି । ସେଟାର୍ପାଇ ତମର୍ ସାର୍ଦା ବେସି ବଡ୍ ।
ମାତର୍ ଆମର୍ ମାପ୍ରୁ ଆରି ଉଦାର୍ କର୍ବା ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା ଆରି ଗିଆନ୍ ସଙ୍ଗ୍ ଅଦିକ୍ ଅଦିକ୍ ବଡା । ଏବେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ସେ ଡାକ୍ପୁଟା ପାଅ । ଆମେନ୍ ।