10 ନୁଆ ଚଲାଚଲ୍ତି ଆରାମ୍କରି ଆଚାସ୍ । ପର୍ମେସର୍ ତମ୍କେ ଦେଇରଇବା ଏ ନୁଆ ଚଲାଚଲ୍ତିତେଇ ତମେ ତାର୍ ବିସଇ ଅଦିକ୍ ଅଦିକ୍ ଜାନ୍ସା ଆରି ତାର୍ପାରା ଅଦିକ୍ ଅଦିକ୍ ଅଇଆଇସା ।
ତମେସେ ଗଟେକ୍ ପର୍ମେସର୍, ତମ୍କେ ଆରି ତମେ ପାଟାଇରଇବା ଜିସୁ କିରିସ୍ଟକେ ଜାନ୍ବାଟା ଅଇଲାନି ନ ସାର୍ବା ଜିବନ୍ ।
ଏ ଜଗତେ ରଇବା ଲକ୍ମନର୍ ପାରା ଚଲାଚଲ୍ତି ଇସାବେ ଜିଉନା କାଉନା କରାନାଇ । ପରମେସର୍ ତମର୍ ମନ୍ ନୁଆକରି ବାଦ୍ଲାଅ । ସେନ୍ତି ଅଇଲେ ସେ ମନ୍ କର୍ବାଟା ବୁଜିପାର୍ସା । ଆରି ଜନ୍ ଚଲାଚଲ୍ତି ତାର୍ ମୁଆଟେ ନିକ, ସିଦ୍ ଆରି ତାକେ ସାର୍ଦା କରାଇସି, ସେଟା ଜାନି ପାର୍ସା ।
ରାତି ଦାପ୍ରେ ସାରିଜାଇସିବେ, ସାକାଲ୍ ଅଇବାକେ ଗାଲାନି । ସେଟାର୍ପାଇ ଆସା, ରାତିଆ କରିରଇବା କାରାପ୍ କାମ୍ ସବୁ ଚାଡିକରି, ଉଜ୍ଲେ ଜୁଇଦ୍ କର୍ବା ଆତ୍ଆତିଆର୍ ଦାରୁ ।
ମାପ୍ରୁ ଜିସୁକିରିସ୍ଟର୍ ଆତ୍ଆତିଆର୍ ଦାରି ରଉଁ । ଆରି ଆମର୍ ପାପର୍ ଗୁନ୍ଚଲନ୍ ନ ମାନିକରି ଆମେ ମନ୍ କର୍ବାଟା ପୁରାପୁରୁନ୍ ନ କରୁ ।
ସେଟାର୍ପାଇ ଡୁବନ୍ ନେଲାପଚେ ଆମେ ତାର୍ ମରନେ ମିସି, ତାର୍ ସଙ୍ଗ୍ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍ ଡାକ୍ପୁଟା ବପୁ ସଙ୍ଗ୍ ଆରିତରେକ୍ ଉଟ୍ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍ ପାଇକରି ଚଲାଚଲ୍ତି କର୍ବାର୍ ଆଚେ ।
ଜନ୍ ଲକ୍ମନ୍କେ ପରମେସର୍ ବାଚ୍ଲା ଆଚେ, ସେମନ୍କେ ତାର୍ ପଅ ପାରା ଅଇବାକେ ଆଗ୍ତୁସେ ଟିକ୍ କରିଆଚେ । ସେନ୍ତିଆଲେ, ଗଟେକ୍ ବଡ୍ କୁଟୁମେ, ତାର୍ ପଅ ସେମନର୍ ବଡ୍ ବାଇ ଅଇସି ।
ତେବେ ଆମେ ଜେତ୍କି ଲକ୍ ସବୁ ମାପ୍ରୁକେ ବିସ୍ବାସ୍ କରିଆଚୁ, ଆମର୍ ମୁଁ ଡାବି ଅଏନାଇ । ପର୍ମେସରର୍ ବପୁ ଆରି ମଇମା ଦେକାଇଅଇବା ଗଟେକ୍ ଦର୍ପନ୍ ପାରା ଆମେ ଆଚୁ । ଆମେ ତାର୍ପାରା ଅଇବା ଜାକ ଦିରେ ଦିରେ ବାଦ୍ଲାଇ ଅଇ ଆଇଲୁନି । ପର୍ମେସରର୍ ଆତ୍ମାସେ ଆମ୍କେ ବାଦ୍ଲାଇଲାନି ।
ତେବର୍ପାଇ ଆମେ ସାଆସ୍ ନ ଅଇରଇବା ଲକର୍ ପାରା ନ ଅଉଁ । କାଇକେବଇଲେ ଆମର୍ ବାଇରର୍ ଗାଗଡ୍ ମରିମରି ଆଇଲେ, ମିସା ବିତ୍ରେ ରଇବା ଲକ୍ ଦିନ୍କେ ଦିନ୍ ନୁଆ ଅଇ ଆଇଲାନି ।
ପର୍ମେସର୍ ଜେ କି କଇଲା “ଉଜଲ୍ ଆନ୍ଦାରେ ଅନି ଉଜଲ୍ ଦେଇସି ।” ସେ ସମାନ୍ ପର୍ମେସର୍ କିରିସଟର୍ ମୁଏ ଅନି ତାର୍ ଉଜଲ୍ ଆମର୍ ବିତ୍ରେ ଉଜଲ୍ କରାଇଲା । ଜେନ୍ତାରି କି କିରିସ୍ଟ ତେଇ ରଇବା ପର୍ମେସରର୍ ମଇମା, ଆମେ ବୁଜି ପାର୍ବୁ ।
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
ଆମେ ଡୁବନ୍ ନେଇକରି କିରିସ୍ଟର୍ ସଙ୍ଗ୍ ଗଟେକ୍ ଅଇଆଚୁ ଆରି ଏବେ ଜିସୁ କିରିସ୍ଟର୍ ଜିବନ୍ ରୁପର୍ ବସ୍ତର୍ ପିନ୍ଦି ଆଚୁ ।
କେ ସୁନତ୍ ଅଇଲା, କେ ସୁନତ୍ ଅଏନାଇ, ସେଟା କିଚି ନାଇ । ମାତର୍ ପର୍ମେସର୍ ଆମ୍କେ ନୁଆ ଜନମ୍ ଦେଲାଆଚେ, ସବୁର୍ଟାନେଅନି ସେଟାସେ ମୁକିଅ ବିସଇ ।
ପର୍ମେସର୍ସେ ଆମ୍କେ ତିଆର୍ କଲା ଆଚେ । ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ନିକ କାମ୍ କର୍ବାକେ ସେ ଆମ୍କେ ନୁଆ କଲା ଆଚେ । ଏଟା ଆଗ୍ତୁଆନି ସେ ଆମର୍ ପାଇ ମନ୍ କରି ରଇଲା ।
ସେ ଜିଉଦିମନ୍ ମାନିଆଇତେରଇବା ସବୁ ରିତିନିତି ନିୟମ୍ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ଟାନେଅନି ତାର୍ ସାଇଜ ପାଇତେରଇବା ଗଟେକ୍ ନୁଆ ମୁନୁସ୍ଜାତି ତିଆର୍ କଲାଆଚେ । ଏନ୍ତାରି କରି ଦୁଇ ଦଲ୍ ବିତ୍ରେ ସେ ସାନ୍ତି ଆନିଦେଇ ଆଚେ ।
ତେବେ ପର୍ମେସର୍ ତମ୍କେ ତାର୍ ଲକ୍ ଅଇବାକେ ବାଚିରଇଲାର୍ ପାଇ ଆରି ତମ୍କେ ଆଲାଦ୍ କରି ସୁକଲ୍ ଲକ୍ ଅଇବାକେ ବେଗ୍ଲାଇଲାର୍ ପାଇ, ଦୟା ଦେକାଇବାକେ, ଦରମ୍ ଅଇବାକେ, ନିଚ୍ ଅଇବାକେ, ସୁଆଲ୍ ଅଇବାକେ, ମୁର୍ଚିକରି ରଇବାକେ ଜାଗ୍ରତ୍ ଉଆ ।
ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି ।
କିରିସ୍ଟର୍ ସଙ୍ଗ୍ ଆମେ ମିସ୍ଲାର୍ପାଇ ଆମର୍ ଜିବନେ ଜେତ୍କି ସବୁ ଆସିର୍ବାଦ୍ ପାଇଆଚୁ, ସେଟା ସବୁ ନିକ ସଙ୍ଗ୍ ବୁଜ୍ବାକେ ଆମେ ତମର୍ ସଙ୍ଗ୍ ରଇଲାବେଲେ, ବୁଜିପାର୍ବୁ ବଲି ମୁଇ ଆସା କଲିନି ।
ଏଟା ସବୁ ଅଇଲା ପଚେ ସେମନ୍ ତାକର୍ ବିସ୍ବାସ୍ ଆରାଇ ଆଚତ୍ । ସେଟାର୍ପାଇ ସେମନ୍କେ ଆରିତରେକ୍ ମନ୍ ବାଉଡାଇବାକେ ସଅଜ୍ ନାଇ । କାଇକେବଇଲେ ସେମନ୍ ପର୍ମେସରର୍ ପଅକେ ଆରିତରେକ୍ କୁର୍ସେ ମରାଇକରି ଗୁଲାଇ ଲକର୍ ମୁଆଟେ ଇଜତ୍ ଜିକ୍ଲାଇନି ।
ଆମେ ତାକେ ଜାନ୍ବା ଲକ୍ ଅଇଲୁଆଚୁ । ଜଦି ଆମେ ତାର୍ ତିଆର୍ଲାଟା ମାନ୍ଲୁନି, ଏଟା ଡାଁଟ୍ସଙ୍ଗ୍ ଜାନ୍ଲୁନି ।
ମାତର୍ ଜେ ଜଦି ତାର୍ ବାକିଅ ମାନ୍ସି, ସେନ୍ତାର୍ ଆଲେ ପର୍ମେସରର୍ପାଇ ରଇବା ତାର୍ ଆଲାଦ୍ ସତଇସେ ପୁରାପୁରୁନ୍ ସିଦ୍ ଅଇଆଚେ । ଆମେ ପର୍ମେସରର୍ ସଙ୍ଗ୍ ମିସ୍ଲୁଆଚୁ ବଲି ଦେକାଇବା ବିସଇ ।
ତାର୍ପଚେ ଜେ ବସ୍ବା ଜାଗାଇ ବସିରଇଲା, ସେ କଇଲା “ମୁଇ ଏବେ ସବୁ ବିସଇ ନୁଆ କଲିନି ।” ସେ ମକେ ଆରି କଇଲା “ଏଟା ଲେକିକରି ସଙ୍ଗ । କାଇକେବଇଲେ ଏ ବାକିଅ ସବୁ ସତ୍ । ଆରି ବିସ୍ବାସ୍ କରିଅଇସି ।”