କଲସିଅ 2:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ନିଜ୍କେ ନିଚ୍କରି ସେମନ୍ ଉପାସନା କଲାପାରା ଦୁତ୍ମନ୍କେ ଉପାସନା କର୍ବାକେ, କାକେମିସା ବାଦିଅ କର୍ବାକେ ଦିଆସ୍ନାଇ । ସେନ୍ତାର୍କଲେ ପର୍ମେସର୍ କାତାଦେଇରଇବା ପୁରୁସ୍କାର୍ ତମ୍କେ ନ ମିଲେ । ସେନ୍ତାରି ସିକାଇବା ଗଟେକ୍ଲକ୍, ପର୍ମେସର୍ଟାନେ ଅନି ଦର୍ସନ୍ ଦେକିଆଚି ବଲିକରି ଅଦିକାର୍ ସଙ୍ଗ୍ ସିକାଇଲାନି । ସେ ତାର୍ ଚାଲାକିସଙ୍ଗ୍ ନିଜେ ତିଆର୍କରିରଇବା ବିସଇର୍ ଲାଗି ବଡ୍ପନ୍ ଅଇସି, ମାତର୍ ସତଇସେ ସେନ୍ତାରି ବଡ୍ପନ୍ ଅଇବାକେ କାଇଟାମିସା ନାଇ । အခန်းကိုကြည့်ပါ။ |
ମୁଇ ବେସି ଚିନ୍ତାଇ ଆଚି, ମୁଇ ତମର୍ ଟାନେ ଆଇଲାବେଲେ, ମନ୍ ନ କର୍ବା ଚଲାଚଲ୍ତି ତମର୍ ବିତ୍ରେ ଦେକ୍ବି ମିସା । ସେନ୍ତାରି ଅଇଲେ, ମୁଇ ତମ୍କେ ଦମ୍କାଇବାକେ ପଡ୍ସି ଆରି ସେଟା ତମେ ମନ୍ ନ କରାସ୍ । ତେଇ କେତେଟା ଜୁଜିଆଲ୍ମନ୍, ଇଁସ୍ଲିଆମନ୍, ଦାପ୍ରେ ରିସା ଅଉମନ୍, ନିଜର୍ ବିସଇ ଦେକାଇ ଅଉମନ୍, ତାର୍ ବାଇମନ୍କେ ନିନ୍ଦା କରୁମନ୍, ତିପ୍ଲିଆମନ୍, ବଡ୍ପନିଆମନ୍, ଆରି ବିସ୍ବାସିମନ୍ ଗଟେକ୍ ମନ୍ ନ ଅଇଲାଟା ଦେକ୍ବି ।
କେ ମିସା ନିଜର୍ ଚାଲାକିକରି ପର୍ମେସରର୍ ବିସଇ ତିଆର୍କରି ରଇବାଟା ସଙ୍ଗ୍ ତମ୍କେ ପାନ୍ଦେ ନ ଲାଗାଅତ୍, ସେଟାର୍ପାଇ ଜାଗ୍ରତ୍ ଅଇରୁଆ । ସେମନ୍ ସିକାଇବାଟା କାଇ ଲଡାକେ ନ ଆସେ ଆରି ସେଟା ସତ୍ ବିସଇ ନଏଁ । ସେଟା ବିନ୍ ଲକର୍ଟାନେଅନି ସୁନି ସୁନି ଆଇବାଟା ଆରି ସେଟା ଏ ଜଗତ୍ ବିତ୍ରେ ରଇବା ନିୟମ୍ । ମାତର୍ କିରିସ୍ଟର୍ ବିସଇଟାନେ ରଇବା, ସତ୍ ସିକିଆ ନଏଁ ।
ମୁଇ ତାକେ ଜୁଆର୍ କର୍ବି ବଲି ତାର୍ ଗଡେ ଡାଣ୍ଡାସନ୍ ପଡ୍ଲି, ମାତର୍ ସେ ମକେ କଇଲା, “ନିଚୁ, ମୁଇ ଆରି ତର୍ ସଙ୍ଗର୍ ବିସ୍ବାସି ବାଇମନ୍ ଜେତ୍କି ଲକ୍ ଆମେ ସବୁ ଜିସୁ ଜାନାଇରଇବା ସତ୍ ଦାରିଆଚୁ, ଆମେ ସବୁ ଅବ୍କା ଦାଙ୍ଗ୍ଡାମନ୍, ପର୍ମେସର୍କେ ଜୁଆର୍ କରା । କାଇକେବଇଲେ ଜିସୁ ଜନ୍ ସତ୍ ଜାନାଇଆଚେ, ସେଟାସେ ବବିସତ୍ ବକ୍ତାମନ୍କେ କାତାଅଇବାକେ ବପୁଦେଲାଆଚେ ।”