1 କାଇକେବଇଲେ ତମର୍ପାଇ, ଲାଉଦିକିଆର୍ ଲକ୍ମନ୍କେ ଆରି ଏବେ ଜେତ୍କି ଲକ୍ ମକେ ନ ଦେକିରଇଲାଇ, ସେ ସବୁଲକର୍ ପାଇ, ମୁଇ କେତେକ୍ କସ୍ଟ କଲିନି, ସେଟା ତମେ ଜାନା ବଲିକରି ମନ୍କଲିନି ।
ମାତର୍ ଜିସୁ ଅଦିକ୍ ବିକଲ୍ ଅଇ, ମନ୍ଦିଆନ୍ ଦେଇ ପାର୍ତନା କର୍ବାର୍ ଦାର୍ଲା । ତାର୍ ଗାଗ୍ଡର୍ ଜାଲ୍ ପାନି, ବନିପାରା ଜର୍ଜର୍ ଅଇ ବୁଏଁ ତିପିଗାଲା ।
“ପର୍ମେସରର୍ ରାଇଜ୍ ବିସଇ ଜାନାଇବାକେ ମୁଇ ତମର୍ ସବୁ ଲକର୍ ଲଗେ ଜାଇଆଚି । ଏବେ ମୁଇ ଜାନିଆଚି, ତମର୍ ବିତ୍ରେଅନି କେମିସା ମର୍ ମୁଁ କେବେ ଦେକି ନାପାରାସ୍ ।
ପାଉଲ୍ ସେମନ୍କେ “ତମେ ଆରି ମକେ ଦେକିନାପାରାସ୍ ।” ବଲି କଇରଇଲାକେ, ସେମନ୍ ବେସି ମନ୍ଦୁକ୍ ଅଇଜାଇରଇଲାଇ । ଲକ୍ମନ୍ ପାଉଲ୍କେ ପାଟାଇ ଦେବାକେ, ଜାଜେ ନେଇ ଚାଡ୍ଲାଇ ।
ଏ ମର୍ ଆଲାଦର୍ ପିଲାମନ୍, ତମର୍ ବିତ୍ରେ କିରିସ୍ଟର୍ ପାରା ଚଲାଚଲ୍ତି ଅଇ ଆଇବାକେ, ମୁଇ ଆରିତରେକ୍ ଆତ୍ଗଡ୍ ସୁକ୍ ଅଇବା ପାରା ଦୁକ୍କସ୍ଟ ପାଇଲିନି ।
ତମର୍ ବିରୁଦେ ଆଇବା ଲକ୍ମନର୍ ସଙ୍ଗ୍ ଜନ୍ ଜୁଇଦେ ତମେ ରଇଲାସ୍, ସେନ୍ତାରିସେ ଗଟେକ୍ ଜୁଇଦେ ମୁଇ ମିସା ପିଲିପ୍ତେଇ ରଇଲାବେଲେ ଅଇଲାଟା ତମେ ଦେକିଆଚାସ୍ । ଆରି ଏବେ ମିସା ସେ ଜୁଇଦେ ମୁଇ ଆଚି ବଲି ତମେ ସୁନି ଆଇଲାସ୍ନି ।
ଏବେ ମୁଇ ସାର୍ଦାଅଇଆଚି । କାଇକେବଇଲେ ଜେତ୍କି ଦୁକ୍କସ୍ଟ ମୁଇ ମୁର୍ଚିକରିଆଚି, ସେଟା ତମର୍ ନିକପାଇ । ତାର୍ ବାଦୁଲେ ରଇକରି ଜେତ୍କି ଦୁକ୍କସ୍ଟ ମକେ ମୁରଚ୍ବାକେ କିରିସ୍ଟ ମନ୍ କଲାନି, ସେଟା ସବୁ ସାର୍ଦାସଙ୍ଗ୍ କଲିନି । ତାର୍ ଗାଗଡ୍ ପାରା ରଇବା ତାର୍ ମଣ୍ଡଲିର୍ ନିକପାଇ ମୁଇ ସେଟା କଲିନି ।
ଏ କାମ୍ ମୁଇ ପୁରାପୁରୁନ୍ କର୍ବାକେ ମକେ କିରିସ୍ଟ ଦେଇରଇବା ବଡ୍ ବପୁସଙ୍ଗ୍ ଆବଡ୍ ଅଇ କଲିନି ।
କାଇକେବଇଲେ ଗାଗଡ୍ ଇସାବେ ମୁଇ ତମର୍ ସଙ୍ଗ୍ ନ ରଇଲେ ମିସା ଆତ୍ମା ଇସାବେ ଆଚି । ତମେ କିରିସ୍ଟକେ ଡାଟ୍ସଙ୍ଗ୍ ବିସ୍ବାସ୍ କଲାଟା ଆରି ଗଟେକ୍ ମନ୍ ଅଇରଇବାଟା ଦେକି ମୁଇ ବେସି ସାର୍ଦା ଅଇଲିନି ।
ତମର୍ଟାନେ ଆଇବା ଆଗ୍ତୁ ପିଲିପେ ଆମ୍କେ କେନ୍ତି ଦୁକ୍ ନିନ୍ଦା ଅଇରଇଲା, ସେଟା ତମେ ଜାନାସ୍ । ବେସି ଲକ୍ ଆମ୍କେ ବିରଦ୍ କଲେ ମିସା ସୁବ୍କବର୍ ତମ୍କେ ଜାନାଇବାକେ ପର୍ମେସର୍ ସାଆସ୍ ଦେଇରଇଲା ।
ଜିସୁ ଏ ଜଗତେ ରଇଲାବେଲେ, ସେ ଆକ୍ମାରି କାନ୍ଦିକରି ଆରି ଆଁସୁ ଜରାଇକରି କାନ୍ଦି ପର୍ମେସର୍କେ ପାର୍ତନା କରିଲାଗିରଇଲା । ମରନେଅନି ତାକେ ରକିଆ କର୍ବାକେ ପର୍ମେସର୍କେ ବପୁଆଚେ ବଲି ସେ ଜାନିକରି ଏନ୍ତାରି କଲା । ସେ ନିଜେ ଦୟାଦରମ୍ ଦେକାଇଲାକେ ଆରି ପର୍ମେସରର୍ କାତା ମାନ୍ଲାକେ, ପର୍ମେସର୍ ତାର୍ ପାର୍ତନା ସୁନ୍ଲା ।
ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍ କଲାସ୍ନି ଆରି ବିସ୍ବାସ୍ କଲାସ୍ନି । ସେଟାର୍ପାଇ ତମର୍ ସାର୍ଦା ବେସି ବଡ୍ ।
ତୁଇ ଦେକ୍ଲାଟା ବଇଟାନେ ଲେକ୍ ଆରି ଏପିସିୟ, ସୁର୍ନା, ପର୍ଗାମା, ତିଆଟିରା, ସାର୍ଦି, ପିଲାଦେଲ୍ପିଆ ଆରି ଲାଉଦିକିଆଇ ମଣ୍ଡ୍ଲିତେଇ ପାଟାଆ ବଲି ସେ ସବଦ୍ ସୁନ୍ଲି ।”