21 ଗଟେକ୍ ବେଲାଇ ତମେ ପର୍ମେସରର୍ ଟାନେଅନି ବେଗ୍ଲି ରଇଲାସ୍ । ତମେ କରିରଇବା ଆରି ମନେ ବାବିରଇବା କାରାପ୍ ବିସଇର୍ ଲାଗି ତାର୍ ସତ୍ରୁ ଅଇରଇଲାସ୍ ।
ସେମନ୍ କାନେ ପୁସୁର୍ ପାସାର୍ ଅଇବାଟା, ବିନ୍ ଲକ୍କେ ନିନ୍ଦା କର୍ବାଟା, ପରମେସର୍କେ ଗିନ୍ କର୍ବାଟା, ବଡ୍ପନ୍ ଅଇବାଟା, ବଡ୍ପନିଆ କାତା ଅଇବାଟା, ବିନ୍ଲକ୍କେ ପାନ୍ଦେ ଅଦ୍ରାଇବାଟା, ଆରି ଆୟା ବାବାର୍ କାତା ନ ମାନ୍ବାଟା,
ଆଗେ ତମେ କିରିସ୍ଟର୍ ଲଗେ ଅନି ଦୁର୍କେ ରଇଲାସ୍ । ଆରି ପର୍ମେସର୍ ବାଚିରଇବା ଲକ୍ମନର୍ଟାନେ ମିସି ନ ରଇଲାସ୍ । ତାର୍ ଲକ୍ମନ୍କେ କାତା ଦେଇ, ତିଆର୍ କରିରଇବା ନିୟମ୍ଟାନେ, ତମର୍ କାଇ ମିସା ଅଦିକାର୍ ନ ରଇଲା । ତମେ ଜଗତେ ବାସାକରି, କାଇ ଆସା ନ ରଇକରି ପର୍ମେସରର୍ ଲକ୍ ନ ଅଇ ରଇଲାସ୍ ।
ସେ ଜିଉଦିମନ୍ ମାନିଆଇତେରଇବା ସବୁ ରିତିନିତି ନିୟମ୍ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ଟାନେଅନି ତାର୍ ସାଇଜ ପାଇତେରଇବା ଗଟେକ୍ ନୁଆ ମୁନୁସ୍ଜାତି ତିଆର୍ କଲାଆଚେ । ଏନ୍ତାରି କରି ଦୁଇ ଦଲ୍ ବିତ୍ରେ ସେ ସାନ୍ତି ଆନିଦେଇ ଆଚେ ।
ତେବର୍ ପାଇ ଏ ଜିଉଦି ନଇଲା ଲକ୍ମନ୍, ତମେ ଆରି ବିନ୍ ଦେସେ ବାସା ଅଇରଇବାଲକ୍ ନୁଆସ୍ । ଏବେ ପର୍ମେସରର୍ ଲକ୍ମନର୍ସଙ୍ଗ୍ ତମେମିସା ତାର୍ ରାଇଜେ ମିସ୍ବା ଲକ୍ ଆରି ତାର୍ ଜାତିର୍ କୁଟୁମର୍ ଲକ୍ ।
ସେମନ୍ ଚିନ୍ତାକର୍ବାଟା ଚୁଚାଇସେ । ସେମନ୍ ପର୍ମେସରର୍ ବିସଇ ବୁଜି ନାପାରତ୍ । ଆରି ସେ ଦେଇରଇବା ଜିବନେ ଅନି ଦୁରିକେ ଆଚତ୍ । ସେମନ୍ ତାକର୍ ମନ୍ ଡାଟ୍ କଲାର୍ପାଇ ତାକେ ନାଜାନତ୍ ।
ଏ ବିସ୍ବାସେ ବିସ୍ଦେବା ଲକ୍ମନ୍, ତମେ କାଇ ନାଜାନାସ୍ କି ଜଗତ୍କେ ଆଲାଦ୍ କରୁମନ୍ ପର୍ମେସରର୍ ସତ୍ରୁ ବଲିକରି ? ଜନ୍ଲକ୍ ଏ ଜଗତର୍ ଚଲାଚଲ୍ତି ଆଲାଦ୍ କର୍ବାଇ ସେମନ୍ ପର୍ମେସରର୍ ବିରଦି ।