11 ଏଲେମିସା ସେ “ମସାର୍ ବିରଦେ ଆରି ପର୍ମେସରର୍ ବିରଦେ କାତା କଇବାଟା ଆମେ ସୁନ୍ଲୁ ।” ବଲି, ଏ ମିଚ୍ ସାକି ଦେବାକେ କେତେ ଲକ୍କେ ଲାଁଚ୍ ଦେଇ ଉସ୍କାଇଲାଇ ।
କାଇକେ ବଇଲେ ପର୍ମେସର୍ ଆମ୍କେ ମସାର୍ଟାନେଅନି ନିୟମ୍ ଦେଲା ଆଚେ । ମାତର୍ ଜିସୁ କିରିସ୍ଟର୍ଟାନେଅନି ଆମ୍କେ ଜିବନ୍ ଦୁକାଇ ସତ୍ ବାଟ୍ ଆଇଲା ଆଚେ ।
ତମ୍କେ ସେମନ୍ ଏନ୍ତି ସବୁ କାମ୍ମନ୍ କର୍ବାଇ । କାଇକେ ବଇଲେ ସେମନ୍ ମକେ ଆରି ମର୍ ବାବାକେ ନାଜାନତ୍ ।
ପର୍ମେସର୍ ମସାର୍ତେଇ କାତା ଅଇରଇଲାଟା ଆମେ ଜାନିଆଚୁ, ମାତର୍ ଏ ଲକ୍ କନ୍ତିଅନି ଆଇଲାଆଚେ, ସେଟା ନାଜାନୁ ।”
କାଇକେବଇଲେ ବେସି ଦିନେଅନି ସବୁ ବିସ୍ରାମ୍ବାରେ ଆମର୍ ପାର୍ତନା ଗର୍ମନ୍କେ ମସାର୍ ନିୟମ୍ ପଡ୍ଲାଇନି, ଆରି ସବୁ ଗଡେ ସେ ନିୟମ୍ମନ୍ ଜାନାଇଲାଇନି ।”
ମାତର୍ ସେମନ୍ ତାକେ ବିରଦ୍ କରି ତାର୍ କୁଟ୍ ପାଁଚ୍ବାର୍ ଦାର୍ଲାଇ, ସେଟା ବିରଦ୍ କର୍ବା ଇସାବେ, ତାର୍ ବସ୍ତରର୍ ଦୁଲି ପାପ୍ଡିଦେଇ ସେ ସେମନ୍କେ କଇଲା, “ଜଦି ତମେ କୁରୁପ୍ନାସ୍ ଅଇସା, ତେବେ ସେଟାର୍ପାଇ ତମେ ନିଜେ ଦାଇ ଅଇସା । ମୁଇ ଏଟାର୍ପାଇ ଦାଇ ନଇ, ଏବେ ମୁଇ ଜିଉଦି ନଇଲା ଲକ୍ମନର୍ ଲଗେ ଜିବି ।”
ସେମନ୍ ଆଉଲି ଅଇକରି କଇଲାଇ, “ଏ ଇସ୍ରାଏଲର୍ ବାଇମନ୍ ଆମ୍କେ ସାଇଜ କରା ! ଏ ଲକ୍ ଚାରିବାଟେ ଜାଇକରି ଇସ୍ରାଏଲ୍ ମନର୍ ବିରଦେ, ମସାର୍ ନିୟମ୍ ଆରି ଏ ମନ୍ଦିର୍ ବିରଦେ, ସିକିଆ ଦେଲାନି । ଏବେ କେତେଟା ଗିରିକ୍ ଲକ୍ମନ୍କେ ମନ୍ଦିର୍ ବିତ୍ରେ ଆନି, ଏ ସୁକଲ୍ ଜାଗା ଅସୁକଲ୍ କଲା ଆଚେ ।”
ଜେନ୍ତିକି ପାଉଲ୍କେ ଜିରୁସାଲାମେ ଆନ୍ବାକେ ଗୁଆରି କଲାଇ । କାଇକେବଇଲେ ବାଟେ ଜାଗିରଇ ସେମନ୍ ପାଉଲ୍କେ ମାରିମରାଇବାକେ ଜଜ୍ନା ତିଆର୍ କରିରଇଲାଇ ।
ପାଉଲ୍ ଆଇଲା ଦାପ୍ରେ ଜିରୁସାଲମେଅନି ଆସିରଇବା ଜିଉଦିମନ୍ ତାକର୍ ଚାରିବେଟ୍ତି ବେଡି ଟିଆ ଅଇଲାଇ ଆରି ତାର୍ ବିରଦେ କେତେକ୍ କେତେକ୍ ବଡ୍ ବଡ୍ ଦାବା କଲାଇ, ମାତର୍ ସେମନ୍ ଏ ସବୁ ସତ୍ ବଲି ଦେକାଇ ନାପାର୍ଲାଇ ।
କେତେ କେତେ ତର୍ ପାର୍ତନା ଗର୍ମନ୍କେ ସେମନ୍ ବିସ୍ବାସ୍ ଚାଡତ୍ ବଲି ମାର୍ବାକେ ତିଆର୍ଲି, ସେମନର୍ ଉପ୍ରେ ଏତେ ରିସା ଅଇଜାଇରଇଲି ଜେ, ସେମନ୍କେ କସ୍ଟ ଦେବାକେ ବିଦେସେ, ରଇବା ଗଡ୍ମନ୍କେ ମିସା ଜାଇରଇଲି ।”
ମାତର୍ ସୁକଲ୍ ଆତ୍ମା ତିପାନ୍କେ ଏନ୍ତି ଗିଆନ୍ ଦେଲାଜେ, କେମିସା ତାର୍ କାତା ଚାଡାଇକରି କଇ ନାପାର୍ତେ ରଇଲାଇ ।
ଏନ୍ତାରିକରି ସେମନ୍ ଲକ୍ମନ୍କେ, ପାର୍ଚିନ୍ମନ୍ ଆରି ସାସ୍ତର୍ ସିକାଉମନ୍କେ ରିସା ଅଇବା କାତା କଇଲାଇ । ଆରି ତିପାନ୍କେ ଦାରି ବଡ୍ସବାଇ ନେଲାଇ ।
ତାର୍ ପଚେ ସେମନ୍ ତାର୍ ବିରୁଦେ ମିଚ୍ ସାକି ଦେବାକେ କେତେଟା ଲକ୍ମନ୍କେ ବିତ୍ରେ ଆନ୍ଲାଇ । ସେମନ୍ କଇଲାଇ, “ଏ ଲକ୍ ସବୁବେଲେ ଆମର୍ ସୁକଲ୍ ମନ୍ଦିର୍ ଆରି ମସାର୍ ରିତିନିତି ବିରୁଦେ ନିନ୍ଦା କାତା କଇବୁଲ୍ଲାଇନି ।
ସେନ୍ତାର୍ଆଲେ “ଆସା, ଆମେ କାରାପ୍ କାମ୍ କରୁ ଜେନ୍ତାରି କି ତେଇଅନି ନିକ ବିସଇ ବାରଇସି” ବଲି କଇଅଇସି କି ? ନାଇ, କଇ ନଏ । ମୁଇ ସମାନ୍ ଏନ୍ତି କାତା କଇଲିନି ବଲି ଦାବା କରି କେତେ ଲକ୍ ମକେ ଇଜତ୍ ଜିକ୍ଲାଇନି । ସେମନ୍ ସେଟାର୍ ପାଇ ଜନ୍ ଡଣ୍ଡ୍ ପାଇବାର୍ ରଇଲାଇ, ସତଇସେ ପାଇବାଇ ।
ଗଟେକ୍ ବେଲାଇ କିରିସ୍ଟର୍ ବିସଇର୍ କାରାପ୍ କାତା କଇତେରଇଲେ ମିସା ଆରି ବିନ୍ ବିସ୍ବାସିମନ୍କେ କାରାପ୍ ଇସାବେ ଦେକି ନିନ୍ଦା କର୍ତେରଇଲି ମିସା, ପର୍ମେସର୍ ମକେ ଦୟା ଦେକାଇଲା । କାଇକେବଇଲେ ମୁଇ କାଇଟା କର୍ତେରଇଲି, ସେଟା ନିଜେ ନାଜାନ୍ତେରଇଲି । ଆରି ମୁଇ କିରିସ୍ଟକେ ବିସ୍ବାସ୍ ନ କରିରଇଲି ।