26 ମାତର୍ ଆମେ ଆଗ୍କେ ଗାଲେ ଗଟେକ୍ ଗୁଲାଇବାଟେ ପାନି ରଇକରି ମଜାଇ ରଇବା ସୁକ୍ଲା ଜାଗାଇ ପବନ୍ କେଟାଇସି ।
ଜାଜ୍ ଚାଲାଉମନ୍ ସାନ୍ ଡଙ୍ଗା ଜାଜ୍ଉପ୍ରେ ଟେକି ନେଲାଇ ଆରି ଡର୍ ସଙ୍ଗ୍ ଡାଟ୍କରି ଜାଜର୍ ଚାରିବେଟ୍ତି ନ ବାଙ୍ଗ ବଲି ବାନ୍ଦି ଦେଲାଇ । ଜାଜ୍ ଚାଲାଉମନ୍ ଜାଜ୍କେ ଲିବିଆର୍ ପାଲି ପାଲି ବାଲିବନ୍ଦ୍ ବାଟେ ଉଟିଜାଇସି ବଲି ଜାଜେ ବାନ୍ଦି ରଇବା ଡେରା ଉତ୍ରାଇକରି ପବନେ ସେ ବଁଲି ବଁଲି ର ବଲି ଚାଡି ଦେଲାଇ ।
ଏନ୍ତାରି ଆମେ ବାଉପବନ୍ ଆରାମ୍ଅଇକରି ଚଉଦ ଦିନ୍ ଚଉଦ ରାତି ମିସା ଅଇଗାଲା । ପବନ୍ ଆମ୍କେ ବୁମଦ୍ ସମ୍ଦୁରେ ଏନେ ତେନେ ନେଇତେରଇଲା । ମଜାରାତି ଅଇଲାକେ ଜାଜ୍ ଚାଲାଉମନ୍ ଗଟେକ୍ କଣ୍ଡିପାଲି ଲଗାଲଗି ଆଇଲୁ ବଲି ଅନ୍ମାନ୍ କଲାଇ ।
ପାନି ଜାଜ୍ କନ୍ଆଲେ ଡଙ୍ଗ୍ରର୍ ପାକ୍ନାଇ ଡୁକାଇ ଅଇଜାଇସି ବଲି ଡରିକରି ସେମନ୍ ପଚ୍ବାଟେ ଚାର୍ଟା ଜାଜ୍ ଅଟ୍କାଇବାଟା ପାକାଇଲାଇ । ଆରି ଦାପ୍ରେ ସାକାଲ୍ ପାଅ ବଲି ପାର୍ତନା କଲାଇ ।
କାଇଟା ନ ଅଇ, କଣ୍ଡିପାଲି ଜାଇ ଦେକ୍ଲୁ ଜେ, ଆମେ ମେଲିତି ନାଉଁର୍ ଚାରିବେଟ୍ତି ପାନିର୍ ମଜାଇ ରଇବା ସୁକ୍ଲା ଜାଗାଇ କେଟିଆଚୁ ।