24 ପାଉଲ୍ ନିଜର୍ ବାଟେଅଇ କଇଲା ବେଲେ, ପେସ୍ଟସ୍ ତାକେ ଆଉଲିଅଇ କରି କଇଲା, “ପାଉଲ୍, ତୁଇ ବାୟା ଅଇଗାଲୁସ୍ ! ତୁଇ ପାଟ୍ପଡି ବେସି ପାଇରଇବା ଗିଆନ୍ ତକେ ବାୟା କଲାଆଚେ ।”
“ ଜିସୁକେ କାଇବାକେ ମିସା ବେଲା ନାଇ ।” ବଲି କଇ ତାକର୍ ଗରର୍ ଲକ୍ ସୁନି, ତାକେ ଗରେ ଡାକିନେବାକେ ଆଇଲାଇ । କାଇକେବଇଲେ ସେମନ୍ କଇଲାଇ, “ତାର୍ ବୁଦି ବାନାଅଇଗାଲାନି ।”
ତେଇ ଜିଉଦି ନେତାମନ୍ କାବାଅଇଜାଇ କରି କଇଲାଇ, “ଏ ଲକ୍ ପାଟ୍ ନ ପଡି ମିସା କେନ୍ତି ଏତ୍କି ବିସଇ ଜାନିଆଚେ ?”
ଜିଉଦିମନ୍ ଜିସୁକେ ପାଚାର୍ଲାଇ, “ତୁଇ ଗଟେକ୍ ସମିରଣିୟ ଲକ୍, ତକେ ଗଟେକ୍ ଡୁମା ଦାର୍ଲା ଆଚେ ବଲି ଆମେ କଇଲା କାତା ସତ୍ ନଏଁ କି ?”
ସେମନ୍ ଜିସୁକେ କଇଲାଇ, “ଏବେ ଆମେ ଜାନ୍ଲୁ ତକେ ଗଟେକ୍ ଡୁମା ଦାର୍ଲା ଆଚେ । ଅବ୍ରାଆମ୍ ଆରି ବବିସତ୍ବକ୍ତାମନ୍ ମରିଗାଲାଇ ଆଚତ୍, ମାତର୍ ତୁଇ କଇଲୁସ୍ନି ଜଦି କେ ମିସା ମର୍ କାତା ମାନ୍ସା ବଇଲେ ସେ କେବେ ମିସା ନ ମରେ ବଲି ।”
ପାଉଲର୍ଟାନେ, ମଲାଟାନେଅନି ଉଟ୍ଲା ବିସଇ ସୁନି ସେମନର୍ ବିତ୍ରେଅନି କେତେ ଲକ୍ ତାକେ କିଜାଇଲାଇ, ମାତର୍ ବିନ୍ ଲକ୍ମନ୍ କଇଲାଇ, “ତମର୍ତେଇଅନି ଆମେ ଆରିତରେକ୍ ଏ ବିସଇ ସୁନ୍ବାକେ ମନ୍ କଲୁନି ।”
“ମର୍ ସଙ୍ଗାରି ଜିଉଦି ବାଇ ଆରି ବାବାମନ୍, ମର୍ ନିଜର୍ବାଟେଅନି ମୁଇ ଜାଇଟା କଇଲିନି ସେଟା ସୁନା !”
ମାତର୍ ଜେଡେବେଲେ ପାଉଲ୍ ଦରମ୍ ଚଲାଚଲ୍ତି ଆରି ଲକ୍ମନ୍ ନିଜର୍ ପାପର୍ ଗୁନ୍ଚଲନ୍ ଇସାବେ ନ ଜାଇକରି ନିଜେ ଦାରିଅଇରଇବା ବିସଇ, ଆରି ଆଇବା ଦିନର୍ ବିଚାର୍ନା ବିସଇ କଇବାକେ ଦାର୍ଲା, ପେଲିକସ୍ ଡରିଜାଇକରି “ତମେ ଏବେ ଜାଇପାରାସ୍ ।” ବଲି କଇଲା, “ବେଲା ପାଇଲେ ଆରି ତରେକ୍ ମୁଇ ତମ୍କେ ଡାକାଇବି ।”
ଏନ୍ତି ଦୁଇ ବରସ୍ ଗାଲାପଚେ ପର୍କିୟସ୍ ପେସ୍ଟସ୍ ପେଲିକର୍ ଜାଗାଇ ସାସନ୍କାରିଆ ଅଇ ଆଇଲା । ପେଲିକ୍ସ୍ ଜିଉଦିମନ୍କେ ବଲ୍ବଲାଇ ଅଇବାକେ ମନ୍ କରି ପାଉଲ୍କେ ନ ମୁକ୍ଲାଇ ବନ୍ଦି ଗରେ ଚାଡି ଉଟିଗାଲା ।
କେତେ କେତେ ତର୍ ପାର୍ତନା ଗର୍ମନ୍କେ ସେମନ୍ ବିସ୍ବାସ୍ ଚାଡତ୍ ବଲି ମାର୍ବାକେ ତିଆର୍ଲି, ସେମନର୍ ଉପ୍ରେ ଏତେ ରିସା ଅଇଜାଇରଇଲି ଜେ, ସେମନ୍କେ କସ୍ଟ ଦେବାକେ ବିଦେସେ, ରଇବା ଗଡ୍ମନ୍କେ ମିସା ଜାଇରଇଲି ।”
ମାତର୍ ଆମେ କୁରୁସ୍ ଉପ୍ରେ ଚଗାଇ ଅଇରଇବା କିରିସ୍ଟର୍ ବିସଇ ଜାନାଇଲୁନି । ଏ କାତା ସୁନ୍ଲେ ଜିଉଦିମନ୍ ରିସା ଅଇଗାଲାଇନି ଆରି ଜିଉଦି ନଇଲା ଲକ୍ମନ୍ ସେ କାତାର୍ କାଇ ମୁଲିଅ ନାଇ ବଲି ବାବ୍ଲାଇନି ।
ଆମେ କିରିସ୍ଟର୍ ଲାଗି ବକୁଆ ଲକ୍, ମାତର୍ ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ବୁଦିରଇବା ଲକ୍ । ଆମେ ଦୁର୍ବଲ୍, ମାତର୍ ତମେ ବପୁରଇବା ଲକ୍, ତମ୍କେ ଲକ୍ମନ୍ ସନ୍ମାନ୍ ଦେଲାଇନି, ମାତର୍ ଆମ୍କେ ସନ୍ମାନ୍ ମିଲେନାଇ ।
କେତେଲକ୍ ଆମେ ବାୟା ଅଇଗାଲୁଆଚୁ ବଲି ବାବ୍ବାଇ । ସେନ୍ତାର୍ଆଲେ ସେନ୍ତି ଅଇବାଟା ପର୍ମେସର୍ ମନ୍ କଲା ଇସାବେ । ଜଦି ଆମେ ନିକ ଆଚୁ ବଲି ବାବ୍ଲେ ସେଟା ତମର୍ ବଲ୍ ପାଇ ।
ଆରି ତୁଇ ପିଲାବେଲେ ଅନି ସୁକଲ୍ ସାସ୍ତର୍ ଜାନିଆଚୁସ୍ । କିରିସ୍ଟ ଜିସୁକେ ବିସ୍ବାସ୍ କଲାର୍ ପାଇ ପର୍ମେସର୍ ତକେ ରକିଆ କର୍ସି ବଲି ତୁଇ ଜାନ୍ଲୁସ୍ନି ।