30 ବେଲା ଆଇସି, ତମର୍ ନିଜର୍ ଦଲର୍ କେତେ ଲକ୍ ବିସ୍ବାସିମନ୍କେ ମିଚ୍ କାତା କଇ ତାକର୍ ବାଟେ ଡାକି ନେବାଇ ।
ଏ ଟକାବଣ୍ଡା ଦରମ୍ଗୁରୁମନ୍ ଆରି ପାରୁସିମନ୍ ! ତମେ କେଡେ ଇନସ୍ତା ଅଇ କାକୁର୍ତି ଅଇସା । ସମ୍ଦୁର୍ ଲଙ୍ଗି ବିନ୍ ବିନ୍ ଦେସ୍ମନ୍କେ ଜାଇ ଗଟେକ୍ ଲକ୍କେ ତମର୍ ଦରମ୍ଟାନେ ମିସାଇବାକେ କଜି ବୁଲ୍ଲାସ୍ନି । ମାତର୍ ସେନ୍ତାର୍ ଗଟେକ୍ ଲକ୍କେ ମିଲାଇଲେ, ତାକେ ତମର୍ ଟାନେଅନି ଅଦିକ୍, ନରକର୍ ଡଣ୍ଡ୍ ପାଇବାକେ ବାଚ୍ଲାସ୍ନି ।
ତେଇ ତାକେ ବେଟ୍ପାଇ ବର୍ନବା ଆନ୍ଟିଅକେ ଡାକି ଦାରିଆଇଲା । ପୁରା ଗଟେକ୍ ବରସ୍ ଜାକ ବର୍ନବା ଆରି ସାଉଲ୍ ତେଇ ମଣ୍ଡଲିର୍ ବିସ୍ବାସିମନର୍ ସଙ୍ଗ୍ ମିସି, ଲକ୍ମନ୍କେ ସିକିଆ ଦେଲାଇ । ଏ ଆନ୍ଟିଅକର୍ ବିସ୍ବାସିମନ୍କେସେ ଲକ୍ମନ୍ ସିଗ୍ ପର୍ତୁମ୍ କିରିସ୍ଟାନ୍ ବଲି କଇରଇଲାଇ ।
ସେନ୍ତି ଆଲେ କେତେ ଦିନ୍ ଆଗେ ମିସରର୍ ଜନ୍ ଲକ୍ ଚାରି ଅଜାର୍ କାଙ୍ଗାର୍ମନର୍ ସଙ୍ଗ୍ କେଟିରଇଲା, ତମେ ସେ ଲକ୍ ନୁଆଁସ୍ !”
ସେମନ୍ ସତ୍ ପେରିତ୍ମନ୍ ନଅତ୍ । ସେମନ୍ ମିଚୁଆଟାମନ୍ । ଜେ କି ନିଜର୍ ନିଜର୍ କାମ୍ ବିସଇନେଇ ମିଚ୍ କଇବାଇ । ଆରି ସେମନ୍ ମିଚ୍ ବେସ୍ ଦାରିକରି ଆମେ ସତ୍ ପେରିତ୍ ବଲି ଦେକାଇଅଇବାଇ ।
ଏଟାର୍ ମିସ୍ତେ ସେମନ୍ ଅଲସ୍ ଅଇବାଟା ସିକ୍ବାଇ । ଆର୍ ଗରେ ତାର୍ ଗରେ ଜାଇ ବେଲା ବିତାଇବାଇ । ତିପୁଲ୍ କାତା କଇ ବିନ୍ ଲକର୍ ବିସଇ କାତାବାର୍ତା ଅଇବାଇ ।
ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ କିରଜାଟି ଅଇ ଲାଗି ରଇସି । ସେନ୍ତାରି ଲକର୍ ମନ୍ କାରାପ୍ ଅଇଲା ଆଚେ ଆରି ସତ୍ ବିସଇ ତାକର୍ ମନ୍କେ ନ ଜାଏ । ସେମନ୍ ପର୍ମେସରର୍ ବିସଇ ସିକାଇତେରଇଲେ ଡାବୁ ମିଲ୍ତେରଇସି ବଲି ବାବ୍ଲାଇନି ।
ସେମନ୍ ଲକ୍ମନ୍କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍ ତେଇ କାଇଟା ନ ରଏ । ଗାଗଡ୍ ମନ୍ କଲା ସବୁ ଗୁନ୍ଚଲନ୍ କରିଅଇସି ବଲି ସେମନ୍ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍ତି କରି ଆଇତେରଇବା ଲକ୍ମନ୍କେ ସୁତ୍ରାଇକରି ନେବାଇ ।
ଏ ବିରଦ୍ କର୍ବାଟାମନ୍ ଆମର୍ ସଙ୍ଗ୍ ମିସିବିଡି ରଇଲାଇ । ଆରି ଏବେ ସେମନ୍ ଚାଡିଦେଲାଇ । ସେମନ୍ କେବେ ମିସା ଆମର୍ ମିସାବିଡାଟାନେ ମିସତ୍ନାଇ । ଜଦି ସେମନ୍ ସତଇସେ ଆମର୍ ସଙ୍ଗର୍ ବିସ୍ବାସି ଅଇରଇଲେ, ଆମର୍ ସଙ୍ଗ୍ ରଇତାଇ । ମାତର୍ ସେମନ୍ ଚାଡ୍ଲାର୍ପାଇ ଆମର୍ ଦଲର୍ ଲକ୍ ନଅତ୍ ବଲି ଜାନାପଡ୍ଲା ।
କାଇକେ ବଇଲେ ମୁଇ ଏନ୍ତିବଲି କଇଲିନିଜେ ସତ୍ ନ ରଇବା ବିସଇ ସିକାଇକରି ଲକ୍ମନ୍କେ ନାଡାଇବା ବେସି ଲକ୍ ଗୁଲାଇବାଟେ ଆଚତ୍ । ଜିସୁକିରିସ୍ଟ ନର୍ରୁପ୍ ଦାରି ଏ ଜଗତେ ଆସେନାଇ ବଲି ସେମନ୍ କଇବାଇ । ଜଦି କେ ମିସା ସେନ୍ତାରି କଇଲେ, ସେ ଲକ୍ମନ୍କେ ନାଡାଇବା କିରିସ୍ଟର୍ ବିରଦି ।
ମାତର୍ ତମର୍ ଗଟେକ୍ ବିସଇ ମକେ ନିକ ଲାଗ୍ସି । ତମେ ନିକଲାତିଅର୍ ଲକ୍ମନ୍ କର୍ବା କାମ୍ ଗିନ୍ କର୍ସା । ଜନ୍ଟାକି ମୁଇମିସା ବେସି ଗିନ୍ କର୍ବି ।