ପେରିତ୍ 20:29 - ସତିଅର୍ ବାଟ୍ ନୁଆ ନିୟମ୍ 202029 ମୁଇ ଜାନିଆଚି, ମୁଇ ଗାଲାପଚେ ତମର୍ ବିତ୍ରେ ଅପର୍ବଲ୍ ଗଦଡୁର୍କାମନ୍ ଆଇବାଇ ଆରି ମେଣ୍ଡାରାସିକେ ଚିନ୍ ଚତର୍ କରିସେ ଚାଡ୍ବାଇ । အခန်းကိုကြည့်ပါ။ |
ତମେ ଦେକାରକା କର୍ବା ବିସ୍ବାସିମନ୍କେ ଜତନ୍ କରା । କାଇକେବଇଲେ ସେମନ୍ ପର୍ମେସରର୍ ମେଣ୍ଡାରାସି ପାରା । ପର୍ମେସର୍ ସେ ଲକ୍ମନ୍କେ ତମ୍କେ ସର୍ପିଦେଇଆଚେ । ତମେ ସାର୍ଦାସଙ୍ଗ୍ ତାକର୍ ଜତନ୍ ନେବାର୍ଆଚେ । କାଇକେବଇଲେ ସେଟା ସେ ମନ୍ କଲାନି । ଡାବୁ ଆସା ଅଇକରି ଏ କାମ୍ କର୍ବାର୍ ନାଇ । ତାର୍ବାଦୁଲେ, ପର୍ମେସର୍କେ ଆରି ତାର୍ ଲକ୍ମନ୍କେ ସେବାକର୍ବାକେ ମନ୍ କରି ସେଟା କରା ।
ପୁର୍ବେ ପର୍ମେସରର୍ ଲକ୍ମନର୍ ବିତ୍ରେ ମିଚ୍ କାତା କଇବା ବବିସତ୍ବକ୍ତାମନ୍ ମିସା ରଇଲାଇ । ସେନ୍ତାରିସେ ତମର୍ ବିତ୍ରେ ମିସା ମିଚ୍ ସିକାଉମନ୍ ରଇବାଇ । ପର୍ମେସରର୍ ବିସଇ ସେମନ୍ ମିଚ୍ଟା ସିକାଇବାଇ । ଜନ୍ ଲକ୍ମନ୍ ସେ କାତା ବିସ୍ବାସ୍ କର୍ବାଇ, ସେମନ୍ ବିନାସ୍ ଅଇଜିବାଇ । ସେମନ୍କେ ମୁକ୍ଲାଇଲା ନିଜର୍ ମୁକ୍ତିକାରିଆକେ ସେମନ୍ ଚାଡିଦେବାଇ । ସେନ୍ତାରି କଲାର୍ ପାଇ ପର୍ମେସର୍ ସେମନ୍କେ ଦାପ୍ରେ କୁରୁପ୍ନାସ୍ କର୍ସି ।