18 ସେ ଦିନ୍ମନ୍କେ ମର୍ ଆତ୍ମା ଜବର୍ ଅଇତେ ମର୍ ଦାଙ୍ଗ୍ଡା ଅଇରଇବା ମାଇଜିମୁନୁସ୍ମନ୍କେ ଆଜାଡି ଦେବି । ସେମନ୍ ମୁଇ କଇବା କାତା କଇବାଇ ।
ଜଦି ସେ ଦାଙ୍ଗ୍ଡା, ମର୍ ସାଉକାର୍ ଆଇବାଟା ଅଲ୍ସମ୍ ଅଇସି ବଲି ମନେକରି, ମାତୁଆଲ୍ ଅଇ ବିନ୍ ଦାଙ୍ଗ୍ଡାମନ୍କେ ଲାଗ୍ମାର୍ କର୍ବାର୍ ଆରାମ୍ କର୍ସି,
ସେଟା କାଇଟା ବଇଲେ ପର୍ମେସର୍ କଇଲାନି, “ସାରାସାରି ଦିନେ ମୁଇ ଏ ସବୁ ବିସଇ କର୍ବି । ମର୍ ଆତ୍ମା ଜବର୍ ଅଇତେ ସବୁବାଟର୍ ଲକ୍କେ ଦେବି । ତମର୍ ପିଲାଜିଲା ମୁଇ କଇବା କାତା କଇବାଇ । ତମର୍ ଦାଙ୍ଗ୍ଡାପିଲାମନ୍କେ ମୁଇ ଦର୍ସନ୍ ଦେକାଇବି । ଆରି ଡକ୍ରା ଲକ୍ମନ୍ ମର୍ ବିସଇନେଇ ସପନ୍ ଦେକ୍ବାଇ ।
ଆକାସେ କାବା ଅଇଜିବା କାମ୍ କର୍ବି । ଦର୍ତନି ତେଇ ମିସା କାବାଅଇଜିବା ଚିନ୍ମନ୍ କର୍ବି । ଲକ୍ମନ୍ ବନି, ଜଇ ଆରି କାଲିଆ ଦୁଆଁ ଦେକ୍ବାଇ ।
ଆମେ ସେ ଜାଗାଇ ବେସି ଦିନ୍ ରଇଲା ପଚେ, ଜିଉଦା ରାଇଜେଅନି ଆଗାବ୍ ନାଉଁର ଗଟେକ୍ ବବିସତ୍ବକ୍ତା ତେଇ ଆଇଲା ।
ସେଟାର୍ ପାଇ ଜିଉଦି ଆରି ଜିଉଦିନଇଲା ଲକ୍, ଗେନାଅଇଲା ଗତିଦାଙ୍ଗ୍ଡାଦାଙ୍ଗ୍ଡି କି ମୁକ୍ଲାଇଲା ଲକ୍, ମୁନୁସ୍ କି ମାଇଜି ବିତ୍ରେ, କାଇଟା ମିସା ବିନ୍ ନାଇ । ଆମେ ସବୁ ଲକ୍ ଜିସୁର୍ ସଙ୍ଗ୍ ମିସିକରି ଗଟେକ୍ ଅଇଆଚୁ ।
ତମେ ଜିଉଦି ଲକ୍ ଉଆ କି ଜିଉଦି ନ ଅଇଲା ଲକ୍ ଉଆ, ସୁନତ୍ ଅଇଲାଲକ୍ କି ସୁନତ୍ ନ ଅଇଲା ଲକ୍, ଦାପ୍ରେ ରିସା ଅଇ ମାରିମରାଇବା ଲକ୍ କି ବିନ୍ ଦେସର୍ ଗତିଦାଙ୍ଗ୍ଡା କି ମୁକ୍ଲାଇଲା ଲକ୍, ସେଟା କାଇଟା ନଏଁ । ମାତର୍ କିରିସ୍ଟ ସବୁର୍ଟାନେ ଆଚେ ଆରି ସେ ଆକା ସବୁର୍ ଉପ୍ରେ ସାସନ୍ କଲାନି ।