15 ମାତର୍ ଏ କାତା ତମର୍ ବିଦିବିଦାନ୍ ଆରି ରିତିନିତିର୍ କାତା ଅଇଲାର୍ ପାଇ, ଏଟା ତମେ ଟିକ୍କର୍ବାଟା ନିକ ଅଇସି । ମୁଇ ଏନ୍ତି ବିଚାର୍ ନ କରି ।”
ଜେଡେବେଲେ ପିଲାତ୍ ଦେକ୍ଲା ଜେ ସେମନ୍କେ ଆରି କାଇଟା କଇକରି ମିସା ଲାବ୍ ନାଇ, ନଇଲେ ଗଣ୍ଡ୍ଗଲ୍ ଅଇବାର୍ ଉପ୍ରେ ଆଚେ, ସେ ପାନି ଗୁଡିକ୍ ନେଇ, ସବୁ ଲକ୍ମନର୍ ମୁଆଟେ ଆତ୍ ଦଇପାକାଇ କଇଲା, “ଏ ଲକର୍ ମରନର୍ ପାଇ ମୁଇ ଦାଇ ନାଇ । ଏଟା ତମର୍ କାମ୍ ।”
“ଗଟେକ୍ କାଇ ଦସ୍ ନ ରଇଲା ଲକ୍କେ ମୁଇ ବିସ୍ବାସେ ବିସ୍ ଦେଲାପାରା କରି ବଡ୍ ପାପ୍ କରିଆଚି ।” ସେମନ୍ କଇଲାଇ, “ତେଇ ଆମର୍ କାଇଟା ଆଚେ ? ସେଟା ତର୍ ନିଜର୍ କାତା ।”
ସେଡ୍କି ବେଲା ପିଲାତ୍ ସେମନ୍କେ କଇଲା, “ତମେ ତାକେ ଦାରିଜାଇକରି ତମର୍ ନିୟମ୍ ଇସାବେ ବିଚାର୍ କରା ।” ଜିଉଦି ନେତାମନ୍ କଇଲାଇ, “ଗଟେକ୍ ଲକ୍କେ ମରନ୍ ଡଣ୍ଡ୍ ଦେବାଟା ରମିୟ ସର୍କାର୍କେ ସେ ଆଚେ । ଜିଉଦି ଲକ୍ମନ୍ କାକେମିସା ମରନ୍ ଡଣ୍ଡ୍ ଦେବାକେ ଆମର୍ ଅଦିକାର୍ ନାଇ ।”
ସେମନ୍ କଇଲାଇ, “ଏ ଲକ୍ ଆମର୍ ନିୟମ୍ ବିରଦେ ପରମେସର୍କେ ପାର୍ତନା କର୍ବାକେ ଲକ୍ମନ୍କେ ସୁତ୍ରାଇଲାନି ।”
ମାତର୍ ସେ ମରନର୍ କି ବନ୍ଦି ଡଣ୍ଡ୍ ପାଇବା ପାରା କାଇମିସା ବୁଲ୍ କାମ୍ କରେ ନାଇ ବଲି ମୁଇ ଜାନିପାର୍ଲି । ତାର୍ ବିରଦେ ଅଇଲା ଦାବା ସବୁ, ତାକର୍ ନିଜର୍ ଦରମ୍ ବିସଇ ।
ଜଦି ମୁଇ ରିତିନିତି ନ ମାନି ମରନ୍ ଡଣ୍ଡ୍ ପାଇବାପାରା କାଇ ଦସ୍ କଲିଆଚି ବଇଲେ, ମର୍ବାକେ ନ ଡରି । ମାତର୍ ସେମନ୍ ମର୍ ବିରଦେ ଆନିରଇବା ଦାବା ବିତ୍ରେ କାଇମିସା ସତ୍ ନ ରଏ, ତେବେ କେ ମିସା ମକେ ସେମନ୍କେ ସର୍ପିଦେଇ ନାପାରତ୍ । ବଡ୍ ସାସନ୍କାରିଆ ଆକା ମକେ ବିଚାର୍ନା କର ବଲି ଗୁଆରି କଲିନି ।”
ସେମନର୍ ଦାବି ତାକର୍ ନିଜର୍ ଦରମ୍ ବିସଇ ରଇଲା, ଆରି ଜିସୁ ବଲି ଗଟେକ୍ ମରିଜାଇରଇବା ଲକର୍ ବିସଇ ରଇଲା । ମାତର୍ ସେଲକ୍ ବଁଚ୍ଲା ଆଚେ ବଲି ପାଉଲ୍ କଇଲା ।
କାଇକେବଇଲେ ଜିଉଦିମନର୍ ରିତିନିତି ବିସଇ ଆରି ସେମନର୍ ଲାଗାଜଡା ବିସଇ ତମେ ନିକସଙ୍ଗ୍ ଜାନାସ୍ । ମୁଇ ଗୁଆରି କଲିନି, ତମେ ବିଜାର୍ ନ ଅଇକରି ମର୍ ସବୁକାତା ସୁନା ।
ସେମନ୍ ଟଣ୍ଡେ ପାନ୍ଦି କାତା କଇବାଇ ଆରି ଆଗ୍ତୁର୍ ଆନିଦାଦିମନର୍ କୁଟୁମର୍ କାତା ତିଆର୍ କର୍ବାଟା ଚାଡାବଲି ତିଆରା । ଲକ୍ମନ୍କେ ଏନ୍ତାରି ସିକିଆ ଦେଇତେରଇଲେ ଲକ୍ମନ୍ ତେଇ ଦଦାପେଲା ଅଇବାଇ । ବିସ୍ବାସ୍ ମାନିକରି ଜନ୍କାମ୍ ପର୍ମେସର୍ ସେମନ୍କେ କରତ୍ ବଲି ମନ୍ କଲାନି, ସେଟା ସେମନ୍ କରତ୍ ନାଇ ।
ସେନ୍ତାରି ଲକ୍ ବେସି ବଡ୍ପନିଆ ଆରି ସେ କାଇଟା ନାଜାନେ । ସେ ସବୁବେଲେ ଦଦାପେଲା କରି କାଇ ମୁଲିଅ ନ ରଇବା ବିସଇନେଇ ଜଗ୍ଡାଜାଟି କର୍ତେରଇବାକେ ମନ୍ କର୍ସି । ଏନ୍ତାରି କରି କରି ଲକ୍କେ ଇଁସା କର୍ବାଟା, କିରଜାଟି କର୍ବାଟା, ନିନ୍ଦା କର୍ବାଟା ଆରି କାରାପ୍ ଚିନ୍ତା,
ଆସାର୍ କାତାଇଅନି, ଚୁଚାଇ ଦଦାପେଲା ଅଇବା କାତାଇଅନି ଦୁରିକେ ର । କାଇକେବଇଲେ, ସେନ୍ତାରି ଟାନେ ମିସ୍ବା ଲକ୍ମନ୍ ସବୁ କିରଜାଟି ଅଇକରି ସାରିଜିବାଇ । ଏଟା ତୁଇ ଜାନିଆଚୁସ୍ ।
ମାତର୍ ଜନ୍ ଲକ୍ମନ୍ କାଇ ଲଡାକେ ନ ଆଇବା ବିସଇର୍ପାଇ ଦଦାପେଲା ଅଇବାଇ, ଆରି ତାକର୍ କୁଟୁମର୍ ଆନିଦାଦିମନର୍ ବିସଇ କଇ ଲାଗିରଇବାଇ, ଚୁଚାଇ ଚୁଚାଇ ଦଦାପେଲା ଅଇବାଇ ଆରି ମସା ମିଲାଇରଇବା ରିତିନିତି ବିସଇନେଇ ଲାଗାଲାଗି ଅଇବାଇ, ସେନ୍ତାରିଟାନେ ପୁର୍ନାଇ । କାଇକେବଇଲେ ଏଟା କାକେ ଲଡାକେ ନ ଦେଏ, ଆରି ଚୁଚାଇସେ ।