3 ଦରମ୍ ସାସ୍ତର୍ ପଡିକରି ବୁଜାଇଲା ଜେ, ମସିଅ ଦୁକ୍ ପାଇବାର୍ ରଇଲା ଆରି ପର୍ମେସର୍ ତାକେ ମଲାତେଇଅନି ଉଟାଇବାର୍ ରଇଲା । ପାଉଲ୍ କଇଲା, “ଜନ୍ ଜିସୁର୍ ବିସଇ ମୁଇ ଜାନାଇଲି, ସେ ଅଇଲାନି ମସିଅ ।”
ସେବେଲାଇ ସେମନ୍ ସେମନର୍ ବିତ୍ରେ କାତା ଅଇଲାଇ, “ଜେଡେବଲ୍ ସେ ଆମର୍ ସଙ୍ଗ୍ ବାଟେ କାତା ଅଇତେ ରଇଲା, ଆରି ପର୍ମେସରର୍ ସାସ୍ତରର୍ କାତା ବୁଜାଇ ଦେଇତେ ରଇଲା, ଆମର୍ ମନ୍ ବିତ୍ରେ ଉଡୁକ୍ ଦୁଡୁକ୍ ନ ଅଇତେ ରଇଲା କି ?”
ଜିସୁ ସେମନ୍କେ କଇଲା, “ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ଆରି ଗିତ୍ସଙ୍ଗିତା ବଇଟାନେ କାଇକାଇଟା ଲେକା ଅଇଲାଆଚେ ସେ ସବୁ, ସତ୍ ଅଇବାର୍ ରଇଲା । ମୁଇ ତମର୍ ସଙ୍ଗ୍ ରଇଲାବେଲେ ଏ ସବୁ କାତା ତମ୍କେ କଇରଇଲି ।”
ଆରି ସେମନ୍କେ କଇଲା, “ପର୍ମେସର୍ ବାଚି ପାଟାଇଲା କିରିସ୍ଟ ରାଜା ମୁଇ, ଏନ୍ତି ଦୁକ୍ କସ୍ଟ ପାଇକରି ମର୍ବି । ପଚେ ତିନ୍ଦିନ୍ ଗାଲେ ଆରି ତରେକ୍ ଉଟ୍ବି ବଲି ଲେକା ଅଇଲା ଆଚେ ।
(ସେ ସିସ୍ମନ୍ ସେ ବେଲା ଜାକ ପର୍ମେସରର୍ ବଇତେଇ ଲେକା ଅଇଲା ଇସାବେ, ଜିସୁ ମଲାଟାନେଅନି ଆରି ତରେକ୍ ଜିବନ୍ ଅଇ ଉଟ୍ସି ବଲି ବୁଜି ନ ରଇଲାଇ ।)
ତରେକ୍ ସେମନର୍ସଙ୍ଗ୍ ମିସିକରି କାଇବା ବେଲେ, ସେ ଏ ଆଦେସ୍ ଦେଲା, “ଜିରୁସାଲମ୍ ଚାଡାନାଇ । ମାତର୍ ଜନ୍ଟା ମର୍ ସରଗର୍ ବାବା, ଇନାମେ ଦେବିବଲି କଇଆଚେ, ସେଟା ନ ମିଲ୍ବା ଜାକ ଜାଗିରୁଆ ।
ଜିସୁ ଜେ ମସିଅ, ତାକର୍ ବେସି ଡାଟ୍ ଜୁକ୍ତି, ଦରମ୍ ସାସ୍ତରେଅନି ଜାନାଇ କରି, ଜିଉଦିମନ୍କେ ଆରାଇଲା ।
ସିଲା ଆରି ତିମତି ମାସିଦନିଆଇଅନି ବାଉଡି ଆଇଲା ପଚେ ପାଉଲ୍ ଜିଉଦିମନର୍ ଲଗେ ଜିସୁର୍ ସୁବ୍ କବର୍ ଜାନାଇବାକେ ପୁରାପୁରି ବେଲା ଦେଲା ଆରି ଜିସୁକେ ମସିଅ ବଲି ସାକି ଦେଲା ।
ବେସି ବରସ୍ ଆଗ୍ତୁ ତାର୍ ବବିସତ୍ବକ୍ତା ମନର୍ଟାନେ ଅନି ଜାନାଇରଇବା କାତା ଇସାବେ ଏବେ ସିଦ୍ ଅଇଲା ଜେ, ସେ ମସିଅ ଦୁକ୍ପାଇବାକେ ଅଇସି ।
ମାତର୍ ସାଉଲ୍ ଦରମ୍ ସାସ୍ତରେ ଅନି, ଜିସୁ ଆକା ମସିଅ ବଲି ସତ୍ ଦେକାଇଲା । ଏ ବିସଇଟାନେ ତାର୍ କଇବା କାତା ଏତେ ବପୁ ରଇଲା ଜେ, ଦାମାସ୍କସେ ବାସାଅଇ ରଇବା ଜିଉଦିମନ୍ ତାର୍ କଇବା କାତାର୍ ଗଟେକ୍ ମିସା ଉତର୍ ଦେଇନାପାର୍ଲାଇ ।
ଏ ବକୁଆ ଗାଲାତିଅମନ୍ ! କେ ତମ୍କେ ଏନ୍ତାରି ବୁଲ୍ ସିକିଆ ଦେଇ ଚଟ୍ପଟ୍ କରାଇଲାନି ? ତମର୍ ମୁଆଟେ ତା କୁର୍ସେ ମରିରଇବା ଜିସୁ କିରିସ୍ଟର୍ ବିସଇ ଅର୍ସା ସଙ୍ଗ୍ ବାତାଇ ଦେଇଆଚୁ ।