9 ସେମନର୍ ଆରି ଆମର୍ ବିତ୍ରେ, ସେ କାଇମିସା ବଡ୍ସାନ୍ ଦେକେ ନାଇ । ସେମନ୍ ଜିସୁକେ ବିସ୍ବାସ୍ କଲାର୍ପାଇ, ସେ ସେମନ୍କେ ସୁକଲ୍ କଲାଆଚେ ।
ସେ ସବଦ୍ ଆରି କଇଲା “ପର୍ମେସର୍ ଜନ୍ଟା ସୁକଲ୍ କଲାଆଚେ ସେଟା ନିଚ୍ବାର୍ ନାଇ ।”
ସେ ସେମନ୍କେ କଇଲା, “ଜିଉଦି ନ ଅଇଲା ଲକ୍ମନର୍ ସଙ୍ଗ୍ ମିସ୍ବାଟା କି ତାକର୍ ଗରେ ଜିବାଟା ଆମର୍ ଜିଉଦି ଲକ୍ମନର୍ ବିଦି ନାଇ । ସେଟା ତମେ ନିକକରି ଜାନାସ୍ । ଏଲେମିସା କନ୍ଆଲେ ଗଟେକ୍ ଲକ୍କେ ଅସୁକଲ୍ ଇସାବେ ଦେକ୍ବାର୍ ନାଇ ବଲି ପରମେସର୍ ମକେ କଇଲାଆଚେ ।
ସିତିଅନି ପିତର୍ କଇଲା, “ଏବେ ମୁଇ ବୁଜିପାର୍ଲିନି ଜେ ପର୍ମେସର୍ କେତେଟା ଦଲ୍ମନ୍କେସେ ଡାକ୍ସି, ସେନ୍ତାରି ନଏଁ, ମାତର୍ ସବୁକେ ସମାନ୍ ଇସାବେ ଡାକ୍ସି ।
ଦୁଇମନିଆ ନ ଅଇ ସେମନର୍ ସଙ୍ଗ୍ ଜିବାକେ ମକେ ସୁକଲ୍ଆତ୍ମା ଚାଲ୍ନା ଦେଲା । ଜପାରର୍ ଏ ଚଅଟା ବିସ୍ବାସି ବାଇମନ୍ ମିସା ମର୍ ସଙ୍ଗ୍ ସିସେରିଆଇ ଗାଲାଇ ଆରି ଆମେ ସବୁ ଲକ୍ କର୍ନେଲିଅର୍ ଗରେ କେଟ୍ଲୁ ।
ଜନ୍ଟା ଆନ୍ଟିଅକିତେଇ ଗଟିରଇଲା, ସେ ସମାନ୍ ବିସଇ ଆକିଅଟାନେ ମିସା ଅଇଲା । ପାଉଲ୍ଆରି ବର୍ନବା ପାର୍ତନା ଗରେ ଏନ୍ତି ଡାଟ୍ ସଙ୍ଗ୍ ପର୍ଚାର୍ କଲାଇ ଜେ ବେସି ଜିଉଦି ଆରି ଗିରିକ୍ ଲକ୍ମନ୍ ଜିସୁକେ ବିସ୍ବାସ୍ କଲାଇ ।
ସେମନ୍ ଆନ୍ଟିକିଅ କେଟି ମଣ୍ଡଲିର୍ ଲକ୍ମନ୍କେ ରୁଣ୍ଡାଇଲାଇ । ପରମେସର୍ ତାକର୍ଟାନେ କରିରଇବା ସବୁ କାମ୍ ସେମନ୍କେ ଜାନାଇଲାଇ । ଜିଉଦି ନ ଅଇଲା ଲକ୍ମନ୍ ଜିସୁଟାନେ ବିସ୍ବାସ୍ କର୍ବାକେ ପର୍ମେସର୍ କେନ୍ତି ବାଟ୍ ଉଗାଡ୍ଲା, ସେଟା ସବୁଜାକ ସେମନ୍କେ ଜାନାଇଲାଇ ।
ଉଜେ ଜିସୁକିରିସ୍ଟକେ ବିସ୍ବାସ୍ କଲାକେ ଏବେ ଆମେ ପରମେସରର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲାଇ ଅଇଆଚୁ । ପରମେସର୍ କେତେ ଲକ୍କେ ଆଲାଦ୍ କରି ଆରି କେତେକ୍ ଲକ୍କେ ଗିନ୍ କରେନାଇ । କିରିସ୍ଟକେ ବିସ୍ବାସ୍କର୍ବା ସବୁ ଲକ୍ମନ୍କେ ଏ ଅଦିକାର ଦେଲାଆଚେ ।
ତେବେ କାଇ ଜିଉଦିମନର୍ ଜିଉନା କାଉନା, ଜିଉଦି ନଇଲା ଲକ୍ମନର୍ଟାନେଅନି ଅଦିକ୍ ନିକ କି ? ନାଇ, ମୁଲ୍କେ ନାଇ ! ମୁଇ ଆଗ୍ତୁଅନି କଇଲି ଆଚି ଜେ, ସେମନ୍ ଦୁଇ ଦଲ୍ ଜାକ ପାପର୍ ସାସନେ ଆଚତ୍ ।
ଜନ୍ ଲକ୍ମନ୍କେ ସେ ଡାକିଆଚେ, ସେ ବିତ୍ରେ ଆମେ ମିସା ଆଚୁ । ସେଟା ଅବ୍କା ଜିଉଦିମନର୍ ବିତ୍ରେ ଅନି ନାଇ, ମାତର୍ ଜିଉଦି ନଅଇଲା ଲକ୍ମନର୍ ବିତ୍ରେଅନି ମିସା ।
କରନ୍ତିୟ ନଅରେ ରଇବା ପର୍ମେସରର୍ ମଣ୍ଡ୍ଲିର୍ ଲକ୍ମନ୍କେ ଲେକ୍ଲୁନି । ପର୍ମେସର୍ ତମ୍କେ ଜିସୁକିରିସ୍ଟ ସଙ୍ଗ୍ ମିସାଇ, ତାର୍ ନିଜର୍ ଲକ୍ କଲାଆଚେ । ଆରି ମାପ୍ରୁ ଜିସୁକିରିସ୍ଟକେ ଉପାସନା କର୍ବା, ସବୁ ଜାଗାଇ ରଇବା ଲକର୍ ସଙ୍ଗ୍ ତମ୍କେ ସୁକଲ୍ ଅଇବାକେ ବାଚିଆଚେ । ସେ ଆମର୍ ମାପ୍ରୁ ଆରି ତାକର୍ ମିସା ।
ଜଦି ତମେ ଗଟେକ୍ ସୁନତ୍ ଅଇଲା ଜିଉଦି ଲକ୍ ଆରି ପର୍ମେସର୍ ତମ୍କେ ଡାକ୍ଲାଆଚେ, ସେନ୍ତାର୍ ଆଲେ ତମେ ତମର୍ ଗାଗ୍ଡେଅନି ସୁନତ୍ ଚିନ୍ ଲିବାଇବାକେ ଚେସ୍ଟା କରା ନାଇ । ସେନ୍ତାରିସେ ତମେ ଜଦି ଜିଉଦି ନ ଅଇଲା ଲକ୍ ଜାକେ କି ପର୍ମେସର୍ ଡାକ୍ଲା ଆଚେ, ତମେ ସୁନତ୍ ଅଇବାକେ ଚେସ୍ଟା କରାନାଇ ।
ସେଟାର୍ ପାଇ ଜିଉଦି ଆରି ଜିଉଦିନଇଲା ଲକ୍, ଗେନାଅଇଲା ଗତିଦାଙ୍ଗ୍ଡାଦାଙ୍ଗ୍ଡି କି ମୁକ୍ଲାଇଲା ଲକ୍, ମୁନୁସ୍ କି ମାଇଜି ବିତ୍ରେ, କାଇଟା ମିସା ବିନ୍ ନାଇ । ଆମେ ସବୁ ଲକ୍ ଜିସୁର୍ ସଙ୍ଗ୍ ମିସିକରି ଗଟେକ୍ ଅଇଆଚୁ ।
କାଇକେବଇଲେ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଜିଇଲେ କାଇଲେ, ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ମିସା ନାଇ । ଏକାଇ ଗଟେକ୍ସେ ଦର୍କାର୍ ରଇଲା ବିସଇ । ସେଟା ଅଇଲାନି, ବିସ୍ବାସେ ଡାଟ୍ ରଇ ଆଲାଦ୍ ସଙ୍ଗ୍ ଦାଇତେ ରଇବା କାମ୍ କର୍ବାର୍ ।
ଏ ଲୁଚି ରଇବା ବିସଇ ଅଇଲାନି, ସୁବ୍କବରର୍ ଲାଗି, ଜିଉଦି ବିସ୍ବାସିମନର୍ ସଙ୍ଗ୍, ଜିଉଦି ନଇଲା ବିସ୍ବାସିମନ୍ ମିସା ପର୍ମେସରର୍ ଆସିର୍ବାଦେ ମିସ୍ବାଇ । ସେମନ୍ ମିସିକରି, ଗଟେକ୍ ଗାଗଡ୍ ପାରା ଅଇଜିବାଇ । ମାପ୍ରୁ ଜିସୁ କିରିସ୍ଟର୍ ଲାଗି ପର୍ମେସର୍ ଦେଇ ରଇବା ସବୁ କାତାଇ ବାଗ୍ ଅଇସା ।
ତମେ ଜିଉଦି ଲକ୍ ଉଆ କି ଜିଉଦି ନ ଅଇଲା ଲକ୍ ଉଆ, ସୁନତ୍ ଅଇଲାଲକ୍ କି ସୁନତ୍ ନ ଅଇଲା ଲକ୍, ଦାପ୍ରେ ରିସା ଅଇ ମାରିମରାଇବା ଲକ୍ କି ବିନ୍ ଦେସର୍ ଗତିଦାଙ୍ଗ୍ଡା କି ମୁକ୍ଲାଇଲା ଲକ୍, ସେଟା କାଇଟା ନଏଁ । ମାତର୍ କିରିସ୍ଟ ସବୁର୍ଟାନେ ଆଚେ ଆରି ସେ ଆକା ସବୁର୍ ଉପ୍ରେ ସାସନ୍ କଲାନି ।
ତମେ ସତ୍ ମାନ୍ଲାର୍ ପାଇ, କାରାପ୍ ଚଲାଚଲ୍ତି ଚାଡିକରି ତମର୍ ସଙ୍ଗର୍ ବିସ୍ବାସିମନ୍କେ ସତ୍ସଙ୍ଗ୍ ଆଲାଦ୍ କଲାସ୍ନି । ମନ୍ ପରାନ୍ ଦେଇକରି ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାସ୍ନି ।