5 ମାତର୍ ପାରୁସି ଦଲର୍ କେତେଟା ବିସ୍ବାସିମନ୍ ଟିଆଅଇ କଇଲାଇ, “ ଜିଉଦି ନଇଲା ଲକ୍ମନ୍ ସୁନତ୍ ଅଇବାର୍ ଆଚେ ଆକା ଆରି ମସାର୍ ବିନ୍ ନିୟମ୍ମନ୍ ମାନ୍ବାକେ ମିସା ସେମନ୍କେ ସିକାଇବାର୍ ଆଚେ ।”
ମାତର୍ ପାରୁସି ଆରି ସାଦୁକି ମନର୍ ବିତ୍ରେ ଅନି ମିସା କେତେକ୍ ଲକ୍ ଡୁବନ୍ ନେବାକେ ଆଇବାଟା ଦେକି ଜଅନ୍ ସେମନ୍କେ କଇଲା, “ଏ ବେସି ବିସ୍ରଇବା ସାଁପର୍ ପାରା ବଁସର୍ ଲକ୍ମନ୍, ପର୍ମେସରର୍ ଟାନେଅନି ଆଇବା ଡଣ୍ଡ୍ତେଇ ଅନି ପାଲାଇବାକେ ତମ୍କେ କେ ଚେତ୍ନା ଦେଲା ?
ଜିଉଦାଇଅନି କେତେକ୍ ଲକ୍ ଆନ୍ଟିଅକ୍ ନଅରେ ଆଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ଏନ୍ତି କଇକରି ସିକାଇଲାଇ, “ମସାର୍ ନିୟମ୍ ଇସାବେ ଜଦି ତମେ ସୁନତ୍ ନ ଉଆସ୍, ତମର୍ ପାପର୍ ଡଣ୍ଡେଅନି ମୁକ୍ତି ନ ପାଆସ୍ ।”
ଆମେ ସୁନ୍ଲୁନି ଜେ, ଆମର୍ ଦଲେଅନି କେତେ ଲକ୍ ତମର୍ଟାନେ ଆସି, ଜାଇଜାଇଟା ସିକାଇଆଚତ୍, ତେଇଅନି ସେମନ୍ ତମ୍କେ କଚପଚ ଆରି ତେରେପେତେ କଲାଇଆଚତ୍ । ମାତର୍ ଆମେ ସେମନ୍କେ ସେନ୍ତାରି କର୍ବାକେ, କାଇମିସା ଆଦେସ୍ ଦେଉନାଇ ।
ତାର୍ କାତା ସୁନ୍ଲାପଚେ ସେମନ୍ ସବୁ ଲକ୍ ପରମେସରର୍ ଡାକ୍ପୁଟା କଲାଇ । ତାର୍ପଚେ କଇଲାଇ, “ବାଇ ପାଉଲ୍, ତମେ ଦେକ୍ଲାସ୍ନି, କେନ୍ତି, ଏବେ ଅଜାର୍ ଅଜାର୍ ଜିଉଦିମନ୍ ମାପ୍ରୁ ଜିସୁକେ ମାନ୍ଲାଇନି ଆରି ସେମନ୍ ରିତିନିତି ମିସା ମାନ୍ଲାଇନି ।
ଏଲେ ମିସା ମୁଇ ତମର୍ ଲଗେ ରାଜି ଅଇଲିନି ଜେ, ଜନ୍ ବାଟ୍ ସେମନ୍ ମିଚ୍ ବଲି କଇଲାଇନି, ସେ ବାଟେ ଜାଇ, ଆମର୍ ଆନିଦାଦିମନର୍ ପରମେସର୍କେ ପାର୍ତନା କଲିନି । ମାତର୍ ମୁଇ ମିସା ମସାର୍ ରିତିନିତି ଆରି ବବିସତ୍ବକ୍ତାମନର୍ ସାସ୍ତରେ ଲେକାଅଇଲା ସବୁ ବିସଇ ବିସ୍ବାସ୍ କଲିନି ।
ଏ ଲକ୍ ଗଟେକ୍ ବେସି ବଡ୍ ଗଣ୍ଡ୍ଗଲ୍ କରାଉ ବଲି ଆମେ ଜାନୁ, ସେ ଦେସ୍ବିଦେସେ ସବୁ ବାଟେ ବୁଲିବୁଲି ଜିଉଦିମନ୍କେ କିରମାର କରାଇବାକେ ଉସ୍କାଇଲାନି, ସେ ନାଜରିତ୍ ଦଲର୍ ଗଟେକ୍ ନେତା ।
ମାତର୍ ତମେ କାଇଟା ବଲି ବିସ୍ବାସ୍ କଲାସ୍ନି, ସେଟା ତମର୍ଟାନେଅନି ଆମେ ସୁନ୍ବାକେ ମନ୍ କଲୁନି । କାଇକେବଇଲେ, ଗୁଲାଇବାଟର୍ ଲକ୍ ତମର୍ ଦଲ୍ ବିରୁଦେ କାତା ଅଇଲାଇନି ।”
ତାର୍ ପଚେ ବଡ୍ ପୁଜାରି, ତାର୍ସଙ୍ଗ୍ ରଇବା ଲକ୍ମନ୍ ଆରି ସାଦୁକି ଦଲର୍ ଲକ୍ମନ୍, ସିସ୍ମନ୍କେ ଇଁସା ଅଇଗାଲାଇ । ଆରି ସେମନର୍ ବିରୁଦେ କାଇଟାଆଲେ କରୁ ବଲି ଜଜ୍ନା କଲାଇ ।
ଜଦି ତମେ ଗଟେକ୍ ସୁନତ୍ ଅଇଲା ଜିଉଦି ଲକ୍ ଆରି ପର୍ମେସର୍ ତମ୍କେ ଡାକ୍ଲାଆଚେ, ସେନ୍ତାର୍ ଆଲେ ତମେ ତମର୍ ଗାଗ୍ଡେଅନି ସୁନତ୍ ଚିନ୍ ଲିବାଇବାକେ ଚେସ୍ଟା କରା ନାଇ । ସେନ୍ତାରିସେ ତମେ ଜଦି ଜିଉଦି ନ ଅଇଲା ଲକ୍ ଜାକେ କି ପର୍ମେସର୍ ଡାକ୍ଲା ଆଚେ, ତମେ ସୁନତ୍ ଅଇବାକେ ଚେସ୍ଟା କରାନାଇ ।
ପିତର୍ ଆନ୍ତିଅକିଅତେଇ ଆସି ରଇଲା ବେଲେ ମୁଇ ସବୁ ଲକର୍ ମୁଆଟେ ତାକେ ମନାକରିରଇଲି, କାଇକେ ବଇଲେ ସତଇସେ ସେ ବୁଲ୍ କାମ୍ କର୍ତେରଇଲା ।
ସବୁର୍ ମୁଆଟେ ମୁଇ ପିତର୍କେ କଇଲି, “ତୁଇ ଜିଉଦି ଅଇକରି ମିସା, ଜିଉଦି ନଇଲା ଲକର୍ ପାରା କେତେଟା ଜିଉଦି ରିତିନିତି ଚାଡିଦେଇ ଆଚୁସ୍ । ସେନ୍ତାର୍ଆଲେ ଜିଉଦି ନ ଅଉଁମନ୍କେ ଆମର୍ ଦରମର୍ ସବୁ ରିତିନିତି ମାନ୍ବାକେ କେନ୍ତି ବାଦିଅ କଲୁସ୍ନି ?”