ପେରିତ୍ 14:22 - ସତିଅର୍ ବାଟ୍ ନୁଆ ନିୟମ୍ 202022 ସେମନ୍ ବିସ୍ବାସିମନ୍କେ ବିସ୍ବାସେ ଡାଟ୍ଅଇ ରଇବାକେ ସାର୍ଦା କଲାଇ । ସେମନ୍ ସିକିଆ ଦେଇ କଇଲାଇ, “ପରମେସରର୍ ରାଇଜେ କେଟ୍ବାକେ ଆଲେ ଆମ୍କେ ବେସି ଦୁକ୍କସ୍ଟ ଦେଇ ଜିବାକେ ଅଇସି ।” အခန်းကိုကြည့်ပါ။ |
ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ ।
ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ ।
“ମୁଇ ଜଅନ୍, ତମର୍ ବିସ୍ବାସର୍ ଲାଗି ବାଇ ଅଇଲିଆଚି । ଜିସୁର୍ ସଙ୍ଗ୍ ଆମେ ମିସିଆଚୁକେ, ତାର୍ ରାଇଜେ ରଇବା ଲକ୍ମନର୍ପାଇ ଆସିରଇବା ସବୁ ଦୁକ୍ କସ୍ଟଟାନେ ମୁଇ ତମର୍ ସଙ୍ଗ୍ ମୁର୍ଚିକରି ଆଚି । ଚାରିବେଟ୍ତି ସମ୍ଦୁର୍ ରଇକରି ମଜାଇ ରଇବା ପାତ୍ମସ୍ ବଲି ଗଟେକ୍ ରାଇଜେ ମକେ ନେଇରଇଲା । ମୁଇ ପର୍ମେସରର୍ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍ତାରି କଲା ।