ପେରିତ୍ 14:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ପଚେ ପିସିକିଆର୍ ଆନ୍ଟିଅକ ଆରି ଇକନିୟଅନି କେତେଟା ଜିଉଦିମନ୍ ଆଇଲାଇ । ସେମନ୍ ଲକ୍ମନ୍କେ ସୁତ୍ରାଇକରି ତାକର୍ବାଟେ ନେଲାଇ । ପାଉଲ୍କେ ପାକ୍ନାମାରାଇଲାଇ ଆରି ତାକେ ମଲାବଲି ବାବି ଗଡ୍ ବାଇରେ ଅର୍ଗଡି ଜିକିନେଲାଇ । အခန်းကိုကြည့်ပါ။ |
ସେମନ୍ ଜଦି ଆମେ କିରିସ୍ଟର୍ ଦାଙ୍ଗ୍ଡା ବଇଲେ, ମୁଇ ମିସା ଗଟେକ୍ ଦାଙ୍ଗ୍ଡା । ମାତର୍ ସେମନର୍ ଟାନେ ଅନି ମୁଇ ଅଦିକ୍ ନିକ ଦାଙ୍ଗ୍ଡା । ନିଜ୍କେ ବଡ୍ କରାଇ ମୁଇ ଗଟେକ୍ ବାୟାଲକର୍ ପାରା କାତା ଅଇଲିନି ବଲି ଜାନିଆଚି । ମୁଇ ତାକର୍ଟାନେ ଅନି ଅଦିକ୍ ଆବଡ୍ କାମ୍ କରିଆଚି, ଅଦିକ୍ ତର୍ ବନ୍ଦିଗରେ ରଇଆଚି, ଅଦିକ୍ ତର୍ ମାଡ୍ କାଇଆଚି, ଅଦିକ୍ ତର୍ ମଲାସମାନ୍ ଅଇଜାଇରଇଲି ।
ମୁଇ ଜିବାବେଲେ ବାଟେ, ମର୍ ମୁଆଟେ କେତେକ୍ କେତେକ୍ ବିପଦ୍ ଆଇଲା । ଜେନ୍ତିକି, ବନିଆର୍ ବିପଦେ, ଚର୍ମନର୍ ବିପଦେ, ମର୍ ଜିଉଦି ବାଇମନର୍ ବିପଦେ, ଜିଉଦି ନ ଅଇଲା ଲକ୍ମନର୍ ବିପଦେ, ସଅରେ ଅଇରଇବା ବିପଦେ, କିନରା ଜାଗା ମନର୍ ବିପଦେ, ଡଙ୍ଗରର୍ ଜଁତ୍ ଜିଆଦ୍ ମନର୍ ବିପଦେ, ସମ୍ଦୁରେ ବନିଆ ଆଇଲାବେଲର୍ ବିପଦେ ଆରି କିରିସ୍ଟର୍ ବିସ୍ବାସିମନ୍ ବଲି ନାଡାଇ ଅଇରଇବା ଲକ୍ମନର୍ ବିପଦେ ।