32 ଆମର୍ ଆନିଦାଦିମନକେ ପର୍ମେସର୍ କାତା ଦେଇରଇଲା ଇସାବେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇଲୁନି ।
ଦୁତ୍ ତାକେ କଇଲା “ମୁଇ ଗାବ୍ରିଏଲ୍, ମୁଇ ପର୍ମେସରର୍ ମୁଆଟେ ଟିଆ ଅଇରଇବା ଦୁତ୍, ତମ୍କେ ଏ କବର୍ ଜାନାଇବାକେ ମକେ ପାଟାଇଆଚେ ।
ତେଇ ଦୁତ୍ ସେମନ୍କେ କଇଲା, “ଡରାନାଇ ! ଦେକା ମୁଇ ସବୁଲକର୍ପାଇ ଗଟେକ୍ ବେସି ସାର୍ଦାର୍ କବର୍ ତମ୍କେ ଜାନାଇଲିନି, ଜନ୍ଟାକି ସବୁଲକର୍ପାଇ ସାର୍ଦାର୍ ବିସଇ ଅଇସି ।
ଇସ୍ରାଏଲିଅ ମନର୍ ଲଗେ ପର୍ମେସର୍ ଜନ୍ କବର୍ ପାଟାଇରଇଲା, ସେଟା ତୁଇ ଜାନିଆଚୁସ୍ । ଜିସୁ କିରିସ୍ଟ ଜେ କି ସବୁର୍ ମାପ୍ରୁ, ସେ କରିରଇବା କାମେଅନି ସବୁଲକ୍ମନ୍ ସାନ୍ତିସଙ୍ଗ୍ ମିସ୍ବାଇ, ବଲି ପର୍ମେସର୍ ଆମ୍କେ ଜାନାଇଲାଆଚେ ।
ଏ ଦାଉଦର୍ କୁଟୁମର୍ ଲକର୍ଟାନେଅନି ପର୍ମେସର୍ ସେ କାତା ଦେଲା ଇସାବେ ଜିସୁକେ ଇସ୍ରାଏଲ୍ ଜାତିର୍ ମୁକ୍ତିକାରିଆ କଲାଆଚେ ।
ତେବର୍ପାଇ ମର୍ ଏ ଇସ୍ରାଏଲର୍ ବାଇମନ୍, ତମେ ଏଟା ଜାନିରୁଆ । ଜିସୁ କରିରଇବା କାମେଅନି ସେ, ତମର୍ ପାପ୍ କେମା ଅଇସି ।
“ଏ ଲକ୍ମନ୍ ତମେ କାଇକେ ଏଟା କଲାସ୍ନି ? ଆମେ ତମର୍ ପାରା ଲକ୍ ସେ । ତମ୍କେ ସୁବ୍ କବର୍ ଜାନାଇବାକେ ଆଇଲୁଆଚୁ । ଆରି ଏ ଚୁଚାଇ ରଇବା ପୁତ୍ଲାମନ୍କେ ପୁଜା କର୍ବାଟା ଚାଡିକରି, ଜିବନ୍ ରଇବା ପର୍ମେସର୍କେ ଉପାସନା କରା ବଲି, କଇବାକେ ଆସିଆଚୁ । ଏ ପର୍ମେସର୍ ସରଗ୍, ଦର୍ତନି, ସମ୍ଦୁର୍ ଆରି ତାର୍ ବିତ୍ରେ ରଇବା ସବୁ ବିସଇ ତିଆର୍ କଲାଆଚେ ।
ପର୍ମେସର୍ ଆମର୍ ଆନିଦାଦିମନ୍କେ ଜନ୍ କାତା ଦେଇ ରଇଲା, ତେଇ ମର୍ ଆସା ରଇଲାର୍ପାଇ ଆଜି ମୁଇ ଇତି ବିଚାର୍ନା କରାଇଅଇବାକେ ଟିଆ ଅଇଲିଆଚି ।
ସେନ୍ତିଆଲେ ତମେ ମନ୍ବାଦ୍ଲାଇ କରି ପରମେସରର୍ ବାଟେ ବାଉଡି ଆସା । ତେବେ ସେ ତମର୍ ପାପ୍ କେମା କର୍ସି ।”
ଆରି ସେମନ୍ ସବୁ ଦିନ୍ ମନ୍ଦିରେ ଆରି ଲକ୍ମନର୍ ଗରେ ଗରେ ମସିଅ ଜିସୁର୍ ବିସଇର୍ ସୁବ୍କବର୍ ଜାନାଇଲାଇ ଆରି ସିକିଆ ଦେବାର୍ ଦାର୍ଲାଇ ।
ପର୍ମେସର୍ ଏ ବିସଇ ଆଗେଅନି କାତା ଦେଇରଇଲା, ଆରି ସୁକଲ୍ ସାସ୍ତରେ ସେ ସବୁ ଲେକ୍ବା ପାଇ ତାର୍ ବବିସତ୍ବକ୍ତାମନ୍କେ ତିଆର୍ଲା ।
ଆରି କବର୍ ନେଉକେ ନ ପାଟାଇଲେ କେନ୍ତି ଜାନାଇସି ? ଏ ବିସଇ ସାସ୍ତରେ ଲେକା ଆଚେ “ସୁବ୍କବର୍ ଜାନାଉମନ୍ ଆଇବାଟା, କେଡେ ସାର୍ଦାର୍ କାତା !”
ଅବ୍ରାଆମ୍ ନିୟମ୍ ମାନ୍ଲାର୍ ପାଇ ନାଇ, ଅବ୍କା ବିସ୍ବାସ୍ କଲାର୍ପାଇ ସେ ଦରମ୍ ଲକ୍ ବଲି ଏଜାଇଅଇରଇଲା । ଆରି ସେଟାର୍ ପାଇ, ସେ ଆରି ତାର୍ କୁଟୁମର୍ ଲକ୍ମନ୍ ଜଗତର୍ ଅଦିକାରି ଅଇବାଇ ବଲି ପରମେସର୍ କାତା ଦେଇରଇଲା ।
କାଇକେବଇଲେ ସେମନ୍ ପରମେସରର୍ ଲକ୍ । ପରମେସର୍ ସେମନ୍କେ ନିଜର୍ ପିଲା କରି ବାଚିଆଚେ । ସେ ସେମନର୍ ଲଗେ ନିଜର୍ ଡାକ୍ପୁଟା ଦେକାଇରଇଲା । ସେମନର୍ ସଙ୍ଗ୍ ରାଜିନାମା କରି ସେମନ୍କେ ନିୟମ୍ ଦେଇରଇଲା । ସେମନ୍ ସତଇସେ ପାର୍ତନା କର୍ବାଇ । ସେମନ୍କେ ପରମେସର୍ କାତା ଦେଇରଇଲା ।