15 ସେ ସବଦ୍ ଆରି କଇଲା “ପର୍ମେସର୍ ଜନ୍ଟା ସୁକଲ୍ କଲାଆଚେ ସେଟା ନିଚ୍ବାର୍ ନାଇ ।”
ଲକର୍ ଟଣ୍ଡେଅନି ଜାଇଟା ବିତ୍ରେ ଗାଲାନି, ସେଟା ତାକେ ଅସୁକଲ୍ ନ କରେ, ମାତର୍ ଜାଇଟା, ତାର୍ ବିତ୍ରେଅନି ବାରଇଆଇସି, ସେଟା ତାକେ ଅସୁକଲ୍ କର୍ସି ।”
କାଇକେବଇଲେ ସେଟା ତାର୍ ମନ୍ ବିତ୍ରେ ପୁରେନାଇ, ମାତର୍ ପେଟ୍ ବିତ୍ରେ ପୁରି କରି ବାଇରେ ବାରଇ ଆଇସି ।” ଏନ୍ତାରି କଇଲାକେ ସବୁ କାଦି ସୁକଲ୍ ଆକା ବଲି ଜିସୁ ଜାନାଇଲା ।
ଏନ୍ତାରି ତିନ୍ତର୍ ଅଇଲା ପଚେ ଚାଦର୍ ସରଗ୍ ବାଟେ ଚଗାଇ ଦାରି ଗାଲାଇ ।
ସେ ସେମନ୍କେ କଇଲା, “ଜିଉଦି ନ ଅଇଲା ଲକ୍ମନର୍ ସଙ୍ଗ୍ ମିସ୍ବାଟା କି ତାକର୍ ଗରେ ଜିବାଟା ଆମର୍ ଜିଉଦି ଲକ୍ମନର୍ ବିଦି ନାଇ । ସେଟା ତମେ ନିକକରି ଜାନାସ୍ । ଏଲେମିସା କନ୍ଆଲେ ଗଟେକ୍ ଲକ୍କେ ଅସୁକଲ୍ ଇସାବେ ଦେକ୍ବାର୍ ନାଇ ବଲି ପରମେସର୍ ମକେ କଇଲାଆଚେ ।
ସର୍ଗେଅନି ଆରିତରେକ୍ ଏ କଁଟ୍ ଆଇଲା, “ପରମେସର୍ କାଇଟା ଆଲେ କାଇ ଅଇସି ବଲି କଇଲେ ସେଟା ନିଚ୍ବାର୍ ନାଇ ।”
ଏଲେ ସେମନ୍ ଆରି ଜେନ୍ତିକି ପୁତ୍ଲା ଦେବ୍ତାମନ୍କେ ସର୍ପିଦେଲା କାଇମିସା ଅସୁକଲ୍ କାଦି ନ କାଆ, ବିନ୍ ଲକର୍ ମାଇଜି କି ମୁନୁସର୍ ସଙ୍ଗ୍ ମିସ୍ବାଟାନେଅନି ଦୁରିକେ ରଅତ୍, ଟଟ୍ରି ପିଚ୍କି ମରାଇରଇବା ପସୁର୍ ମାଉଁସ୍ କି ବନି, ନ କାଅତ୍ ଏ ସବୁ ବିସଇଟାନେ ସେମନ୍କେ ଉପ୍ଦେସ୍ ଦେଇ, ସେମନର୍ ଲଗେ ଗଟେକ୍ ଚିଟି ଲେକୁ ।
ସେ କେତେଟା ନିୟମ୍ ଅଇଲାନି ପୁତ୍ଲା ଦେବ୍ତାମନ୍କେ ପୁଜା କରିରଇବା କାଇମିସା କାଦି କାଇବାର୍ ନାଇ । ଟଟ୍ରି ପିଚ୍କି ମରାଇଲା କନ୍ ମିସା ପସୁର୍ ବନି କି ମାଉଁସ୍ କାଇବାର୍ ନାଇ । ଆରି ବିନ୍ ମାଇଜି କି ମୁନୁସର୍ ମିଲାମିସା ଟାନେଅନି ଦୁରିକେ ରଇବାର୍ । ଏ ସବୁ କାମ୍ ନ କର୍ବାକେ ତମେ ଜାଗ୍ରତ୍ ରଇଲେ, ଅଇଜାଇସି । ଏତ୍କିକେ ରଇଲୁନି ।”
ସେମନର୍ ଆରି ଆମର୍ ବିତ୍ରେ, ସେ କାଇମିସା ବଡ୍ସାନ୍ ଦେକେ ନାଇ । ସେମନ୍ ଜିସୁକେ ବିସ୍ବାସ୍ କଲାର୍ପାଇ, ସେ ସେମନ୍କେ ସୁକଲ୍ କଲାଆଚେ ।
ଜିସୁ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ପର୍ମେସର୍ ଦେକ୍ବା ଇସାବେ କାଇ କାଦି ମିସା ନିଚ୍ବାଟା ନାଇ ବଲି ମୁଇ ଜାନି । ମାତର୍ କାଇମିସା ଗଟେକ୍ କାଦି ପର୍ମେସର୍ ନିଚ୍ଲା ଆଚେ ବଲି ଗଟେକ୍ ଲକ୍ ବିସ୍ବାସ୍ କଲେ, ସେଟା ସେ ନ କାଇଲେ ତାର୍ପାଇ ନିକ ।
ଜନ୍ କାଦି କାଇବାକେ ବିନ୍ ଲକର୍ ମନ୍ନାଇ, ସେ କାଦି କାଇକରି, ପର୍ମେସରର୍ କାମ୍ ନସାଆ ନାଇ । ଜନ୍ ରକାମ୍ କାଦିମିସା କାଇଅଇସି । ମାତର୍ ତମେ କାଇଲାର୍ପାଇ ବିନ୍ ଲକ୍ମନ୍କେ ପାପ୍ବାଟେ ଡାକିନେଲେ, ସେଟା ବୁଲ୍ ।
ଆଟେ ବିକ୍ରି ଅଇବା ଜନ୍ ମାଉଁସ୍ ମିସା କାଇବାର୍ ତମର୍ ଅଦିକାର୍ ଆଚେ, ତମର୍ ବିବେକର୍ ପାଇ ଏଟା ପୁଜା କଲାଟା କି ନାଇ ? ବଲି ନ ପାଚାରି କାଇଦିଆସ୍ ।
ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସୁକଲ୍ ରଇବାଇ, ସେନ୍ତାରିସେ ତାକର୍ପାଇ ସବୁ ବିସଇ ସୁକଲ୍ ରଇସି । ମାତର୍ ଜନ୍ ଲକ୍ମନର୍ ବିବେକ୍ ସେମନ୍କେ ଦସି କର୍ସି, ସେମନ୍ କାରାପ୍ ଅଇ ଜିସୁକିରିସ୍ଟକେ ବିସ୍ବାସ୍ ନ କଲେ, ତାକର୍ପାଇ କାଇ ବିସଇ ମିସା ସୁକଲ୍ ନାଇ ।
ନଗରର୍ ବାଇରେ ରଇବା କୁଣ୍ଡେ ଚକ୍ଟାଗାଲା ଜାଗାଇ, ଅଙ୍ଗୁର୍ମନ୍ ପିଚକ୍ଲାଇ ଆରି ତେଇଅନି ବନି ବାରଇଲା । ସେ ବନି ତିନ୍ସ କିଲମିଟର୍ ଲମ୍, ଆରି ଦୁଇମିଟର୍ କାଲ୍ସେତ୍କି ବଇଗାଲା ।