4 ଆମେ ଜେତ୍କି ସବୁ ଆଦେସ୍ ଦେଲେ ମିସା ତମେ ସେଟା କଲାସ୍ନି, ଆରି କର୍ସା ମିସା । ଏଟା ମାପ୍ରୁର୍ ଟାନେ ତମର୍ ବିସଇ ନେଇ ଆମେ ଡାଟ୍ସଙ୍ଗର୍ ବିସ୍ବାସ୍ ।
ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।”
ଏ ବାଇବଇନିମନ୍ ତମର୍ ବିସ୍ବାସ୍ ନିକଆଚେ, ବଲି ମୁଇ ଜାନିଆଚି । ଆରି ପର୍ମେସରର୍ ବାକିଅ ତମେ ନିକସଙ୍ଗ୍ ବୁଜ୍ଲାସ୍ନି ଆରି ଏବେ ତମେ ବିନ୍ ଲକ୍ମନ୍କେ ମିସା ସିକାଇପାର୍ସା ।
ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସରର୍ ଆଦେସ୍ ମାନ୍ବାକେ କିରିସ୍ଟ ମକେ ଦେଇକରି ଜନ୍ଟା ସାଦନ୍ କଲାଆଚେ, ଅବ୍କା ସେଟାସେ ମୁଇ ଡାଟ୍ ସଙ୍ଗ୍ କଇବି । କାଇଟା କଇବାର୍ଆଚେ, ଆରି କାଇଟା କର୍ବାର୍ଆଚେ, ସେମକେ ଜାନାଇଲାକେ ଏଟା ଅଇଲା ।
ଜନ୍ ଲକ୍ମନ୍ ଡାକ୍ପୁଟା, ସନ୍ମାନ୍ ଆରି ଅମର୍ ଅଇବା ଆସାଇ ମୁର୍ଚିକରି ସତ୍କାମ୍ କରିଜିବାଇ, ସେମନ୍କେ ପରମେସର୍ ନ ସାର୍ବା ଜିବନ୍ ଦେଇସି ।
କେ ଜଦି ତମର୍ ବିତ୍ରେ ପର୍ମେସରର୍ ବାକିଅ ଜାନାଇବା ଲକ୍ କି ସୁକଲ୍ ଆତ୍ମା ଅନି ଦାନ୍ ପାଇଲିଆଚି ବଲି ବାବ୍ସି, ସେନ୍ତିଆଲେ ମୁଇ ତମ୍କେ ଜାଇ ଜାଇଟା ଲେକ୍ଲିନି, ସେ ସବୁ ଜେ ମାପ୍ରୁର୍ ଆଦେସ୍, ଏଟା ସେ ଜାନ୍ବାର୍ ଆଚେ ।
ଲକ୍ମନ୍ ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ନାଇ, ପର୍ମେସରର୍ ଆଦେସ୍ ମାନ୍ବାଟାସେ ମୁକିଅ ।
ସେଟାର୍ପାଇ ମୁଇ ତମ୍କେ ଚିଟି ଲେକିରଇଲି । ଜନ୍ ଲକ୍ମନ୍ ମକେ ସାର୍ଦା କରାଇବାର୍ ଆଚେ, ମୁଇ ଆଇଲେ ସେମନ୍ସେ ମକେ ଦୁକ୍ ଦେଅତ୍ ବଲି ମନ୍ କରିନାଇ । ମୁଇ ଜାନି, ମୁଇ ସାର୍ଦା ଅଇକରି ରଇଲେ, ତମେ ମିସା ସବୁଲକ୍ ସାର୍ଦା ଅଇରଇସା ।
କାଇକେବଇଲେ ତମେ ବିସ୍ବାସର୍ ପରିକାତେଇ ଡାଟ୍ଅଇ ରଇଲାସ୍ କି ନାଇ, ଆରି ତମେ ମର୍ ଆଦେସ୍ ମାନ୍ଲାସ୍ନି କି ନାଇ ବଲି ଜାନ୍ବାକେ ମୁଇ ତମ୍କେ ଆଗ୍ତୁର୍ ସେ ଚିଟି ଲେକିରଇଲି ।
ଆମେ ଆରି ଗଟେକ୍ ବାଇକେ ମିସା ତିତସର୍ ଦଲ୍ ସଙ୍ଗ୍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍ ପରିକା କଲୁଆଚୁ । ଆରି ତାକେ ସାଇଜ କର୍ବାକେ ବେସି ମନ୍ ଆଚେ । ଏବେ ସେ ଅଦିକ୍ ମନ୍ କଲାନି । କାଇକେବଇଲେ ସେ ତମ୍କେ ଅଦିକ୍ ଆସା କଲାନି ।
ସେଟା ଜାଇଟା ଅଇଲେ ମିସା ଅଅବେ, ଏବେ ଜାକ ମର୍ ତମର୍ ଉପ୍ରେ ଆସାବର୍ସା ଆଚେ । କାଇକେ ବଇଲେ ଆମେ ସବୁ ଲକ୍ ମାପ୍ରୁର୍ ସଙ୍ଗ୍ ମିସି ଆଚୁ । ମୁଇ ବିସ୍ବାସ୍ କଲିନି, ତମେ ମର୍ ସିକିଆ ବିରଦ୍ ନ କରାସ୍ । ଆରି ଜନ୍ ଲକ୍ ତମ୍କେ କଚପଚ କଲାଇନି, ସେ ଜେ ଅଇରଇଲେ ମିସା, ତାକେ ପର୍ମେସର୍ ଡଣ୍ଡ୍ ଦେଇସି ।
ପର୍ମେସର୍ ଜେକି ତମର୍ ମନ୍ ବିତ୍ରେ କାମ୍ କର୍ବାକେ ଆରାମ୍କରିଆଚେ, ଜିସୁକିରିସ୍ଟ ବାଉଡିଆଇବା ଜାକ, ସେଟା କରି ସାରାଇସି ।
ତେବର୍ ପାଇ, ଏ ମର୍ ଆଲାଦର୍ ମଇତର୍ମନ୍, ତମେ ଜେନ୍ତାରିକି, ମାପ୍ରୁର୍ ଆଦେସ୍ ମାନିକରି ରଇଆଚାସ୍, ଜାଗିରଇ ଡରିକରି ତମର୍ ମୁକ୍ତିର୍ କାମ୍ ପୁରାପୁରୁନ୍ କରା । ମୁଇ ରଇଲାବେଲେସେ ନାଇ, ମାତର୍ ମୁଇ ଦୁରିକେ ରଇଲେ ମିସା ଏଟା କରା ।
ଆରି ଗୁଲାଇ ମାକିଦନିଆଇ ରଇବା ସବୁ ବିସ୍ବାସି ବାଇମନ୍କେ ସେନ୍ତାରି କଲାସ୍ନି । ଏଲେମିସା, ତମେ ଆରି ଅଦିକ୍ ଅଦିକ୍ ସେନ୍ତାରି କରା ।
ମାପ୍ରୁ ଜିସୁକିରିସ୍ଟର୍ ନାଉଁ ଦାରି ଆମେ ସେ ଲକ୍ମନ୍କେ ଜାଗ୍ରତ୍କରି ଆଦେସ୍ଦେଲୁନି, ସେମନ୍ ସେନ୍ତାରି କର୍ବାଟା ଚାଡିଦେସ୍ । ଜେନ୍ତାରିକି ନିଜର୍ ପେଟର୍ପାଇ କାଦି ପାଇବାକେ ପାଇଟି କରତ୍ ।
ଏ ବାଇବଇନିମନ୍, ଆମେ ତମ୍କେ ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ଆଦେସ୍ ଦେଲୁନି । କନ୍ ବାଇ ମିସା ଆମର୍ଟାନେଅନି ପାଇରଇବା ସିକିଆ ଇସାବେ ମାନିକରି ବାଡୁଅଇକରି ଚଲାଚଲ୍ତି କର୍ସି ବଇଲେ, ତାର୍ଟାନେଅନି ବେଗ୍ଲି ଦିଆସ୍ ।
ଏଟା ଲେକ୍ଲାବେଲେ, ମୁଇ ଡାଟ୍ ସଙ୍ଗ୍ ଜାନିଆଚି, ମୁଇ ମାଙ୍ଗ୍ବା ବିସଇ ତୁଇ କର୍ସୁ ଆକା । ଦେକ୍ଲେ, ମାଙ୍ଗ୍ଲାତେଇଅନି ଅଦିକ୍ କର୍ସୁ ।