1 ଏ ବାଇବଇନିମନ୍, ସାରାସାରି ଆମର୍ପାଇ ପାର୍ତନା କରା । ମାପ୍ରୁର୍ ବାକିଅ ତମର୍ ବିତ୍ରେ ଜେନ୍ତିକି ଦାପ୍ରେ ଡାବିଅଇ ଜାଇରଇଲା, ସେନ୍ତାରିସେ ଦାପ୍ରେ ଗୁଲାଇବାଟେ ବିଚିଅଇକରି ଡାକ୍ପୁଟା ଅ ।
ତେବର୍ପାଇ ‘କେତ୍ ରଇଲା ପଦାଇ କାଟ୍ବାକେ ବେସି ଲକ୍କେ ପାଟାଆ’ ବଲି ତାସ୍ କଲା ସାଉକାର୍କେ ପାର୍ତନା କରା ।”
ଆରି ଜିସୁ ସେମନ୍କେ କଇଲା, ଜମିତେଇ ପସଲ୍ ସିନା ଅଦିକ୍, ମାତର୍ କାମ୍କରୁମନ୍ ଉନା । ତେବର୍ପାଇ ତାର୍ ଚାସ୍କେତେ, ଅଦିକ୍ ଲକ୍ମନ୍କେ ପାଟାଇ ଦେବାକେ ଜମି ସାଉକାର୍ଟାନେ ଜାନାଆ ।
ଏ ବେଲାଇ ବିସ୍ବାସିମନ୍ ପର୍ମେସରର୍ ବାକିଅ ସୁନ୍ଲାଇ ଆରି ବିସ୍ବାସ୍ କର୍ବା ଲକ୍ମନ୍ ବଡିଗାଲାଇ ।
ଏନ୍ତିବାବ୍ରେ ପରମେସରର୍ ବାକିଅ ଅଦିକ୍ ଅଦିକ୍ ଗୁଲାଇବାଟେ ଉଡ୍ରା ଅଇଜାଇ ଅଦିକ୍ ବପୁ ଅଇବାର୍ ଦାର୍ଲା ।
ଏନ୍ତାରି ପର୍ମେସରର୍ ବାକିଅ ଗୁଲାଇବାଟର୍ ଲକ୍ ସୁନ୍ଲାଇ । ଜିରୁସାଲମେ ଅଦିକ୍ ଅଦିକ୍ ସିସ୍ମନ୍ ବଡ୍ବାର୍ ଦାର୍ଲାଇ, ବେସି ପୁଜାରିମନ୍ ମିସା ଜିସୁକେ ବିସ୍ବାସ୍ କଲାଇ ।
ଏ ମର୍ ଆଲାଦର୍ ବାଇବଇନିମନ୍ ! ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ଆରି ସୁକଲ୍ଆତ୍ମା ଦେଲା ଆଲାଦର୍ ପାଇ ମୁଇ ତମ୍କେ ଗୁଆରି କଲିନି, ମର୍ ପାଇ ମନ୍ଦେଇ ପାର୍ତନା କର୍ତେରୁଆ ।
ଇତି ମର୍ ବିରଦେ ବେସିଲକ୍ ରଇଲେ ମିସା, ସପଲ୍ ଅଇବା କାମ୍ କର୍ବାକେ ମର୍ ପାଇ ଦୁଆର୍ ଉଗାଡି ଅଇଆଚେ ।
ତମେ ଆମର୍ ପାଇ ପାର୍ତନା କରି ଆମ୍କେ ସାଇଜ କର୍ବାର୍ ଆଚେ । ସେନ୍ତାର୍ କଲେ ପର୍ମେସର୍ ସବୁ ପାର୍ତନାଇ ମାଙ୍ଗ୍ଲାଟା ପାଟାଇସି । ଆରି ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ । କାଇକେବଇଲେ ସେ ଆମ୍କେ ଆସିର୍ବାଦ୍ କଲାଆଚେ ।
ଏବେ ଏ ମର୍ ବାଇବଇନିମନ୍ ମୁଇ ରଇଲିନି । ତମର୍ ଚଲାଚଲ୍ତି ସିଦ୍ କର୍ବାକେ ଜବର୍ ଚେସ୍ଟା କରା । ମର୍ ଆଦେସ୍ ସବୁ ମାନିକରି ରୁଆ । ସବୁଲକ୍ ଗଟେକ୍ ମନ୍ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍ ଆରି ସାନ୍ତିର୍ ପର୍ମେସର୍ ତମର୍ ସଙ୍ଗ୍ ରଇସି ।
ଆମର୍ ପାଇ ମିସା ପାର୍ତନା କରା । ଜେନ୍ତିକି କିରିସ୍ଟର୍ ବିସଇଟାନେ ରଇବା ଏ ସୁବ୍କବର୍ ଆମେ ସବୁଲକ୍କେ ଜାନାଇପାର୍ବୁ । ଏ ସୁବ୍ କବର୍ ସେମନ୍ ଆଗ୍ତୁ ନାଜାନିରଇଲାଇ । ଏ ସୁବ୍କବର୍ ଜାନାଇଲାର୍ପାଇ ମୁଇ ଏବେ ବନ୍ଦିଗରେ ଆଚି ।
ଜେଡେବେଲେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇରଇଲୁ, ସେଟା ଅବ୍କା କାତାଇ ନ ରଇଲା, ମାତର୍ ସୁକଲ୍ଆତ୍ମାର୍ ବପୁ ସଙ୍ଗ୍ ଆରି ସେଟା ସତ୍ ବଲି ପୁରାପୁରୁନ୍ ବିସ୍ବାସର୍ ସଙ୍ଗ୍ ରଇଲା । ତମେ ଜାନାସ୍, ତମର୍ ସଙ୍ଗ୍ ରଇଲାବେଲେ ଆମେ କେନ୍ତି ରକାମେ ଜିଉନାକାଉନା କର୍ତେରଇଲୁ, ଜେନ୍ତିକି ତମର୍ ମଙ୍ଗଲ୍ ଅ ବଲି ଆମର୍ ବାବ୍ନା ରଇଲା ।
ତମର୍ଲଗେଅନି ମାସିଦନିଆ ଆରି ଆକାୟାର୍ ଜାଗାମନ୍କେ ଅବ୍କା ମାପ୍ରୁର୍ ସୁବ୍କବର୍ସେ ବିଚି ନ ଅଇରଇଲା । ମାତର୍ ତମେ ମାପ୍ରୁକେ ବିସ୍ବାସ୍ କରିରଇବା କାତା ସବୁ ବାଟେ ଜାନାପଡ୍ଲା ଆଚେ । ଏ ବିସଇ ଆରି ଆମେ ଅଦିକ୍ କଇବା ଦର୍କାର୍ ନାଇ ।
ଏ ବାଇବଇନିମନ୍ ତମେ ନିଜେ ଜାନି ଆଚାସ୍, ତମର୍ଲଗେ ଆମେ ଆଇଲାଟା ଚୁଚାଇ ନ ରଇଲା ।
ଆମେ ପର୍ମେସର୍କେ ଏଟାର୍ପାଇ ମିସା ଦନିଅବାଦ୍ ଦେଲୁନି, କାଇକେବଇଲେ ଜେଡେବେଲେ ଆମେ ତାର୍ ସୁବ୍କବର୍ ତମ୍କେ ଜାନାଇରଇଲୁ ସେଟା ପର୍ମେସର୍ ଟାନେ ଅନି ଆଇଲା ବାକିଅ ବଲି ତମେ ମାନ୍ଲାସ୍ । ଏଟା ଲକ୍ମନର୍ ଟାନେଅନି ଆସି ଆଚେ ବଲି ନାଇ । ସତଇସେ ସେଟା ପର୍ମେସରର୍ ବାକିଅ । ଆରି ତମର୍ପାରା ବିସ୍ବାସିମନର୍ ମନ୍ ବିତ୍ରେ, ସେଟା ଡାଟ୍ ଅଇରଇସି ।
ତେବେ ଏ ବାଇମନ୍ ସାରାସାରି ବେଲାଇ କେନ୍ତାରି ଚଲାଚଲ୍ତି କଲେ ପର୍ମେସର୍ ସାର୍ଦା ଅଇସି, ସେ ବିସଇ ତମେ ଆମର୍ଟାନେଅନି ସିକିଆଚାସ୍ । ଆରି ସେନ୍ତାରିସେ ଚଲାଚଲ୍ତି କଲାସ୍ନି । ତମେ ଜେନ୍ତାରି କଲାସ୍ନି, ସେ ଇସାବେ ଆରି ଆଗ୍ତୁ ଆଗ୍ତୁ ଜିବାକେ ଆମେ ତମ୍କେ ମାପ୍ରୁ ଜିସୁର୍ ନାଉଁଦାରି ବାବୁଜିଆ କରି ସାର୍ଦା କରାଇଲୁନି ।
ସବୁବେଲେ ପାର୍ତନା କରା ।
ଏ ବାଇବଇନିମନ୍, ଆମର୍ପାଇ ମିସା ପାର୍ତନା କରା ।
ସେ ସୁବ୍କବରର୍ ଲାଗି ମୁଇ ଦୁକ୍ କସ୍ଟ ଅଇ ଆଇଲିନି ଆରି ଗଟେକ୍ ଦସ୍ କଲା ଲକର୍ପାରା ବନ୍ଦିଗରେ ଆଚି । ମାତର୍ ପର୍ମେସରର୍ ବାକିଅ ବାନ୍ଦାଇଅଇ ରଏନାଇ ।