୨ ୟ ପିତର୍ 3:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ସେ ତାର୍ ସବୁ ଚିଟି ଲଗେ ମିସା ଏ ସମାନ୍ ବିସଇ ଲେକ୍ଲାଆଚେ । ମାତର୍ ତେଇଅନି କେତେଟା ବିସଇ ଲକ୍ମନ୍କେ ବୁଜ୍ବାକେ କସ୍ଟ ଆଚେ । ଜନ୍ ଲକ୍ମନ୍ ନିକ ସିକତ୍ନାଇ ଆରି ତାକର୍ ବିସ୍ବାସ୍ଟାନେ ଡାଟ୍ନାଇ, ଏ ସବୁ ବିସଇର୍ ଅରତ୍ ବୁଲ୍ଇସାବେ ବାତାଇଲାଇନି । ପର୍ମେସରର୍ ବାକିଅତେଇରଇବା କେତେଟା ବିନ୍ ବିସଇମନ୍ ମିସା ଏନ୍ତାରି ବୁଲ୍କରି ବାତାଇଲାଇନି । ଏନ୍ତାରି କଲାର୍ପାଇ ପର୍ମେସର୍ ସେମନ୍କେ କୁରୁପ୍ନାସ୍ କର୍ସି । အခန်းကိုကြည့်ပါ။ |
ପୁର୍ବେ ପର୍ମେସରର୍ ଲକ୍ମନର୍ ବିତ୍ରେ ମିଚ୍ କାତା କଇବା ବବିସତ୍ବକ୍ତାମନ୍ ମିସା ରଇଲାଇ । ସେନ୍ତାରିସେ ତମର୍ ବିତ୍ରେ ମିସା ମିଚ୍ ସିକାଉମନ୍ ରଇବାଇ । ପର୍ମେସରର୍ ବିସଇ ସେମନ୍ ମିଚ୍ଟା ସିକାଇବାଇ । ଜନ୍ ଲକ୍ମନ୍ ସେ କାତା ବିସ୍ବାସ୍ କର୍ବାଇ, ସେମନ୍ ବିନାସ୍ ଅଇଜିବାଇ । ସେମନ୍କେ ମୁକ୍ଲାଇଲା ନିଜର୍ ମୁକ୍ତିକାରିଆକେ ସେମନ୍ ଚାଡିଦେବାଇ । ସେନ୍ତାରି କଲାର୍ ପାଇ ପର୍ମେସର୍ ସେମନ୍କେ ଦାପ୍ରେ କୁରୁପ୍ନାସ୍ କର୍ସି ।
କାଇକେବଇଲେ ବିସ୍ବାସି ବଲି କେତେକ୍ ନାଡାଇବା ଲକ୍ କେ ନାଜାନ୍ତେ ପୁରିଆଚତ୍ । ଏ ଲକ୍ମନ୍ ପାଇବା ଡଣ୍ଡ୍ ଆଗର୍ କାଲେଅନି ସାସ୍ତରେ ଲେକାଅଇଆଚେ । ଏ ଲକ୍ମନ୍ ପର୍ମେସରର୍ ଅଦିକାର୍ ନାମତ୍ନାଇ । ଆମର୍ ପର୍ମେସର୍ ଦରମ୍ଟା ବଲି ଲକ୍ମନ୍ ଜେନ୍ତାର୍ ସେନ୍ତାର୍ ବେସିଆ କାମ୍ କଲେମିସା କାଇଟା ନଏଁ ବଲି କଇଲାଇନି । ମାପ୍ରୁ ଜିସୁକିରିସ୍ଟସେ ଆମର୍ ମାଲିକ୍ ବଲି ସେମନ୍ ନାମତ୍ନାଇ ।