11 ତେବେ ତମେ ସେଟା କରା, ଆରି ଦେବାଟା ସାରାଇଦିଆସ୍ । ତମେ ବେସି ସାର୍ଦା ଅଇ ମୁଲିଆଇଲାସ୍ । ସେନ୍ତାରିସେ ସାର୍ଦା ଅଇ ସାରାଇବାର୍ ଆଚେ । ଗଟେକ୍ ଗଟେକ୍ ଲକ୍ ଜେତ୍କି ଦେଇପାରାସ୍, ସେତ୍କି ଦେଇ ସାରାଇଦିଆସ୍ ।
କାଇକେ ବଇଲେ ଜଦି ତମ୍କେ ଦାନ୍ ଦେବାକେ ମନ୍ଆଚେ, ତମର୍ ପାର୍ବା ଏତେକ୍ ଦେଲାସ୍ନି । ତମେ ଦେବାଟା ପର୍ମେସର୍ ସଙ୍ଗଇସି । କାଇକେବଇଲେ, ତମେ ନାପାର୍ବା ଏତ୍କି ଦିଆ ବଲି ମାଙ୍ଗେ ନାଇ ।
କାଲି ସେତ୍କିରେ ନଏଁଁ, ତମେ ଦେଇରଇବା ଆଲାଦର୍ ଦାନ୍ ଆମେ ଲଡା ରଇବା ବାଇମନର୍ ଲଗେ ନେବାବେଲେ, ଆମର୍ ସଙ୍ଗ୍ ଜିବାକେ ସବୁ ବିସ୍ବାସିମନ୍ ତାକେ ବାଚିକରି ପାଟାଇଆଚତ୍ । ଏଟା ପର୍ମେସର୍ ଡାକ୍ପୁଟା ପାଇବାକେ ଆରି ତମ୍କେ ସାଇଜ କର୍ବାକେ ଆମେ ସାର୍ଦା ଅଇକରି ଏନ୍ତାରି କଲୁନି ।
ସେମନ୍ ଜେତ୍କି ଦେବାର୍ ରଇଲା, ତାର୍ତେଇଅନି ଅଦିକ୍ ଦେଲାଇ ବଲି ମୁଇ ସାକି ଦେଲିନି । ଦେବାର୍ ମନ୍ ରଇଲାକେ ନିଜର୍ ମନ୍ କଲା ଇସାବେ ଦେଲାଇ ।
କାଇକେବଇଲେ ମୁଇ ଜାନି ଆଚି, ତମେ ସବୁବେଲେ ସାଇଜ କର୍ବାକେ ସାର୍ଦା ଅଇଲାସ୍ନି । ଆରି ମୁଇ ବଡ୍ପନ୍ ଅଇ ତମର୍ ବିସଇନେଇ ମାକିଦନିଆର୍ ଲକ୍ମନ୍କେ କଇ ଆଚି । ମୁଇ କଇଲି “ଆକାୟାର୍ ବାଇବଇନିମନ୍ ପରୁଅନି ସାଇଜ କର୍ବାକେ ଜାଗିଆଚତ୍ ।” ସେମନ୍ ଏଟା ସୁନ୍ଲାବେଲେ ତାକର୍ ବିତ୍ରେ ଅନି ବେସି ଲକ୍ ଦେବାକେ ମନ୍ କଲାଇ ।