10 ବେସି ଦୁକେ ରଇଲେ ମିସା ସାର୍ଦା ସଙ୍ଗ୍ ଆଚୁ । ଆମେ ଅର୍କିତ୍ ପାରା ଅଇରଇଲେ ମିସା, ବିନ୍ ଲକ୍ମନ୍କେ ସାଉକାର୍ କରାଇଆଚୁ । ଆମେ କାଇଟା ନ ରଇବା ଲକର୍ ପାରା ଆଚୁ, ମାତର୍ ସବୁଜାକ ଆମର୍ଟା ।
ସାର୍ଦା ଅଇ ସାର୍ଦାଇ ରୁଆ, କାଇକେବଇଲେ ସର୍ଗେ ତମର୍ ପାଇ ବଡ୍ ପୁରୁସ୍କାର୍ ସଙ୍ଗଇଲା ଆଚେ । ମନେରକା ସେନ୍ତାରି ତମର୍ ଆଗ୍ତୁ ରଇଲା ବବିସତ୍ବକ୍ତାମନ୍ ମିସା ଦୁକ୍ପାଇ ରଇଲାଇ ।”
ଦୁକେ ରଇବା ଲକ୍ମନର୍ କେଡେକ୍ ନିକ କରମ୍, କାଇକେବଇଲେ ପର୍ମେସର୍ ସେମନର୍ ଦୁକ୍ ସାରାଇସି ।
ତମେମନ୍ ଏବେ ବୁକେ ଆଚାସ୍, ତମର୍ କେଡେକ୍ ନିକ କରମ୍, କାଇକେବଇଲେ, ତମ୍କେ ପର୍ମେସର୍ ପୁରାପୁରୁନ୍ ଦେଇସି । ତମେମନ୍ ଏବେ କାନ୍ଦ୍ଲାସ୍ନି, ତମର୍ କେଡେକ୍ ନିକ କରମ୍, କାଇକେବଇଲେ ତମେମନ୍ ସାର୍ଦା ଅଇକରି ଆଁସ୍ସା ।”
ସେନ୍ତାରିସେ ତମ୍କେ ମିସା ଅଇସି । ଏବେ ତମେ ଦୁକ୍ଅଇ ଆଚାସ୍, ମାତର୍ ଆରି ତରେକ୍ ମୁଇ ତମ୍କେ ଦେକାଇଅଇବି, ତାର୍ ପଚେ ତମେ ବେସି ସାର୍ଦା ଅଇସା । ଆରି କେମିସା ତମର୍ ସାର୍ଦା ତମର୍ଟାନେଅନି ଚାଡାଇ ନେଇ ନାପାରତ୍ ।
ପାଉଲ୍ ଆରି ସିଲା ମଜା ରାତି ବେଲାଇ ପର୍ମେସର୍କେ ପାର୍ତନା କରି ଗିତ୍ ଗାଇତେ ରଇଲାଇ । ବନ୍ଦି ଗରେ ରଇବା ବିନ୍ଲକ୍ମନ୍ ସେଟା ସବୁ ସୁନ୍ତେ ରଇଲାଇ ।
ମାତର୍ ପିତର୍ ତାକେ କଇଲା, “ମର୍ଲଗେ ସୁନା କି ରୁପା ନାଇ, ମକେ ଜାଇଟା ଆଚେ ସେଟା ତକେ ଦେଲିନି । ନାଜରିତର୍ ଜିସୁର୍ ନାଉଁଦାରି ମୁଇ ଆଦେସ୍ ଦେଲିନି, ଉଟ୍ ଆରି ଇଣ୍ଡ୍ !”
ପେରିତ୍ ସିସ୍ମନ୍ ସାର୍ଦାସଙ୍ଗ୍ ବଡ୍ସବାଇଅନି ବାରଇଲାଇ, କାଇକେବଇଲେ ପର୍ମେସର୍ ଦେକ୍ବା ଇସାବେ ଜିସୁର୍ ସିସ୍ ଅଇକରି ଅପ୍ମାନ୍ ପାଇବାକେ ଅଦିକାର୍ ପାଇରଇଲାଇ ।
ଜିଉଦିମନର୍ ନ ମାନ୍ବାଟା, ଜଗତର୍ ବିନ୍ ଲକ୍ମନ୍କେ ବେସି ଆସିର୍ବାଦ୍ ମିଲ୍ଲା । ଜିଉଦିମନ୍ ପର୍ମେସର୍କେ ନ ମାନ୍ଲାକେ ଜିଉଦି ନ ଅଇଲା ଲକ୍ମନ୍ ତାର୍ଟାନେ ଅନି ବଡ୍ ଆସିର୍ବାଦ୍ ପାଇଲାଇ । ସେନ୍ତାର୍ ଆଲେ ପଚ୍କେ ବାଚି ରଇବା ସବୁ ଜିଉଦିମନ୍ ବିସ୍ବାସ୍ କଲେ, ସେ ଆସିର୍ବାଦ୍ କେତେକ୍ ଅଦିକ୍ ଅଇସି ।
ଜଦି ଗଟେକ୍ ଲକ୍କେ ସାର୍ଦାର୍ ଦିନ୍ ଆଇଲାଆଚେ, ତେବେ, ତାର୍ ସଙ୍ଗ୍ ମିସି ସାର୍ଦା କରା, ଜଦି ଦୁକର୍ ଦିନ୍ ଆସିରଇଲେ, ସେ ଲକର୍ ସଙ୍ଗ ମିସି ଦୁକ୍ କରା ।
ପରମେସର୍ ଜେକି ସବୁ ଆସାର୍ ମୁଲ୍ଡେଲି । ତମର୍ ବିସ୍ବାସର୍ ଲାଗି ସେ ତମ୍କେ ସବୁ ସାନ୍ତି ସାର୍ଦା ଦେଅ । ସୁକଲ୍ ଆତ୍ମାର୍ ବପୁ ସଙ୍ଗ୍ ତମର୍ ଆସା ଅଦିକ୍ ଅଇଜାଅ ।
ପରମେସର୍ କେବେମିସା ଆମର୍ ବିରଦି ନଏଁଁ, କାଇକେବଇଲେ ସେ ନିଜର୍ ପଅକେ ମିସା ରକିଆ ନ କରି ଆମର୍ ପାଇ ଦାନ୍ ଦେଇଆଚେ । ସେନ୍ତିଆଲେ ସେ ଆମର୍ ପାଇ କାଇ ସବୁ ବିସଇ ଦାନ୍ ନ ଦେଏ କି ?
ଏଟା ମୁଇ କିରିସ୍ଟକେ ସାକିଦେଇ କଇଲିନି । ମୁଇ ଜେ କେଡେକ୍ ତେରେପେତେ ଆରି ନ ସାର୍ବା ଦୁକେ, ମର୍ ମନ୍ କେଡେକ୍ ଉଡୁକ୍ ଦୁଡୁକ୍ ଅଇଲାନି ।
କାଇକେବଇଲେ ତମେ କିରିସ୍ଟ ସଙ୍ଗ୍ ମିସିକରି ଆଚାସ୍ ବଲି ପର୍ମେସର୍ ତମ୍କେ ଲଡାକେ ଅଇବା ସବୁ ବିସଇ, ତମର୍ କାତା ଅଇବା ବପୁ ଆରି ସବୁ ରକାମର୍ ଗିଆନ୍ ଦେଇଆଚେ ।
ମୁଇ ମନେ ମନେ ବେସି ଦୁକ୍ କସ୍ଟ ଅଇକରି ଆରି ମନେ ମନେ କାନ୍ଦି ଆସୁଜରାଇ କରି ଲେକି ରଇଲି, ଜେନ୍ତିକି ତମେ ଦୁକ୍ ଅଇରୁଆ ବଲିକରି ମୁଇ ବାବିନାଇ । କାଇକେବଇଲେ ମୁଇ ତମ୍କେ ବେସି ଆଲାଦ୍ କଲିନି । ଏଟା ଜେନ୍ତିକି ତମେ ଜାନିରୁଆ ।
ତେବର୍ପାଇ ଜେତ୍କି ସବୁ ସାଦ୍ନା ବାନ୍ଦ୍ନା ଆଇଲାନି, ସେ ସବୁ ବିସଇ ତମର୍ ମଙ୍ଗଲର୍ପାଇ ସେ ଅଇଲାନି । ପର୍ମେସରର୍ ଜିବନ୍ ଦୁକାଇଲାଟା ଅଦିକ୍ ଅଦିକ୍ ଅଇକରି ଲକ୍ମନର୍ଟାନେ କେଟ୍ସି, ଆରି ସେମନ୍ ସବୁଲକ୍ ତାକେ ଦନିଅବାଦ୍ ଦେବାଇ ।
ଆମେ ଗଟେକ୍ ମାଟି ଆଣ୍ଡି ପାରା । କାଇକେବଇଲେ ଆମ୍କେ ବପୁ ନ ରଇଲେ ମିସା ପର୍ମେସର୍ ତାର୍ ବେସି ମୁଲିଅ ରଇବା ବାକିଅ ଆମ୍କେ ସର୍ପି ଦେଲାଆଚେ । ଜେନ୍ତାରି କି ଆମ୍କେ ବପୁ ନ ରଇକରି ପର୍ମେସର୍କେସେ ବେସି ବପୁ ଆଚେ ବଲି ଲକ୍ମନ୍ ଜାନ୍ବାଇ ।
ଆମର୍ ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍ । ସର୍ଗେ ସେ ବେସି ସାଉକାର୍ ଅଇରଇଲେ ମିସା ସେ ନିଜେ ଅର୍କିତ୍ ଅଇଆଇଲା । ଜେନ୍ତି କି ତାର୍ଲାଗି ତମେ ସାଉକାର୍ ଅଇସା ।
ମୁଇ ପାର୍ତନା କଲିନି ଜେନ୍ତିକି ସେ ତାର୍ ନ ସାର୍ବା ମଇମାଇଅନି, ତାର୍ ଆତ୍ମା ତମ୍କେ ବପୁ ଦେଇସି, ଜେନ୍ତିକି ତମର୍ ମନ୍ ଡାଟ୍ ଅଇସି ।
ମୁଇ ପର୍ମେସରର୍ ଲକ୍ମନର୍ ସବୁର୍ଟାନେଅନି ସାନ୍ ଅଇଲେ ମିସା ଜିଉଦିନଇଲା ଲକ୍ମନ୍କେ କିରିସ୍ଟର୍ଟାନେ ରଇବା ନିକ ନିକ ବିସଇ ଜାନାଇବାକେ ମକେ ସେ ବାଚ୍ଲା ଆଚେ । ଏ ବିସଇ ଲକ୍ମନ୍ ବୁଜ୍ବାକେ ଆବଡ୍ ରଇବାଟା ।
ସୁବ୍କବର୍ ବିସ୍ବାସ୍ କଲାର୍ପାଇ, ତମେ ଜେନ୍ତାରି ଦୁକ୍ କସ୍ଟ ପାଇକରି ମୁରଚ୍ଲାସ୍ନି, ସେନ୍ତାରିସେ ମୁଇ ମିସା ସୁବ୍କବର୍ ଜାନାଇଲାର୍ ପାଇ ଦୁକ୍ କସ୍ଟ ପାଇକରି ମରିମିସା ଜିବି । ସେନ୍ତାରିଅଇଲେ ମିସା ମୁଇ ନିଜେ ସାର୍ଦା ଅଇ ତମର୍ସଙ୍ଗ୍ ସାର୍ଦା କର୍ବି ।
ମାପ୍ରୁର୍ ସଙ୍ଗ୍ ମିସିରଇଲାର୍ପାଇ ସବୁବେଲେ ସାର୍ଦା ଅଇକରି ରୁଆ । ମୁଇ ଆରିତରେକ୍ କଇଲିନି ସାର୍ଦା ଅଇକରି ରୁଆ ।
ଏବେ ମୁଇ ସାର୍ଦାଅଇଆଚି । କାଇକେବଇଲେ ଜେତ୍କି ଦୁକ୍କସ୍ଟ ମୁଇ ମୁର୍ଚିକରିଆଚି, ସେଟା ତମର୍ ନିକପାଇ । ତାର୍ ବାଦୁଲେ ରଇକରି ଜେତ୍କି ଦୁକ୍କସ୍ଟ ମକେ ମୁରଚ୍ବାକେ କିରିସ୍ଟ ମନ୍ କଲାନି, ସେଟା ସବୁ ସାର୍ଦାସଙ୍ଗ୍ କଲିନି । ତାର୍ ଗାଗଡ୍ ପାରା ରଇବା ତାର୍ ମଣ୍ଡଲିର୍ ନିକପାଇ ମୁଇ ସେଟା କଲିନି ।
କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ ।
ତମେ ଚଲାଚଲ୍ତିତେଇ ଆମର୍ ପାରା ଆରି ମାପ୍ରୁର୍ ପାରା ରଇଲାସ୍ । ତମ୍କେ ଦୁକ୍କସ୍ଟ ଅଦିକ୍ ରଇଲେ ମିସା ସୁକଲ୍ ଆତ୍ମାର୍ ଟାନେଅନି ମିଲାଇରଇବା ସାର୍ଦା ସଙ୍ଗ୍ ସୁବ୍ କବର୍ ମାନ୍ଲାସ୍ ।
ସବୁବେଲେ ସାର୍ଦାଅଇ ରୁଆ ।
କାଇକେବଇଲେ ଗାଗଡ୍କେ ବୁଲାଚାଲା କରି ନିକ ସଙ୍ଗ୍ ସଙ୍ଗଇବାଟା କେତେଟା କାମର୍ ପାଇ ନିକ ବିସଇ । କାଇକେବଇଲେ ଏଟା ଜଗତେ ବଁଚିରଇଲେ କି ମରିଗାଲେ ମିସା ତାକେ ଲଡାକେ ଆଇସି । ମାତର୍ ଆତ୍ମାଇ ଚଲାଚଲ୍ତି କର୍ବାଟା ସବୁ କାମେ ନିକ ରଇସି ।
ଦରମ୍ ମନେ ଲକ୍ମନ୍କେ ସାଇଜ କର୍ବାକେ ସେମନ୍କେ କଇଦେସ୍ । ଅର୍କିତ୍ ଲକ୍ମନ୍କେ କାଇଟା ନ ବାବି ଦେବାକେ, ତାକର୍ ଟାନେ ରଇଲାଟା ସାର୍ଦା ସଙ୍ଗ୍ ବାଟାକର୍ବାକେ କଇଦେସ୍ ।
ଆରି ବନ୍ଦି ଗରେ ରଇବା ତମର୍ ସଙ୍ଗାରିମନ୍କେ ଦୟା ଦେକାଇଲାସ୍ । ତମର୍ଟାନେ ଜେତ୍କି ରଇଲାଟା ସେମନ୍ ମାର୍ଦାର୍ କରି ନେଲାବେଲେ, ତମେ ସାର୍ଦାସଙ୍ଗ୍ ମୁର୍ଚି ରଇଲାସ୍ । କାଇକେବଇଲେ, ତମ୍କେ ତାର୍ତେଇଅନି ନିକଟା ଆରି ନ ସାର୍ବା ଦିନ୍ ଜାକ ରଇବା ଦନ୍ସଁପତି ଆଚେ ବଲି ଜାନିରଇଲାସ୍ ।
ଏ ମର୍ ଆଲାଦର୍ ମଇତର୍ମନ୍ ସୁନା, ପର୍ମେସର୍ ଏ ଜଗତର୍ ଅର୍କିତ୍ ଲକ୍ମନ୍କେ ବାଚି ଆଚେ । ସେମନ୍ ତାକେ ବିସ୍ବାସ୍ କର୍ବାଇ ଆରି ତାର୍ ରାଇଜେ କେଟ୍ବାଇ । ତାକେ ଆଲାଦ୍କର୍ବା ସବୁ ଲକ୍କେ ସେ ରାଇଜ୍ ଦେବିବଲି କାତା ଦେଏ ନାଇ କି ?
ତାର୍ ବାଦୁଲେ, କିରିସ୍ଟ ଦୁକ୍ କସ୍ଟ ମୁର୍ଚିକରି ରଇଲାର୍ ପାରା ତମ୍କେ ମୁରଚ୍ବାକେ ଆଇଲେ, ସାର୍ଦା ଉଆ । ଜନ୍ ଦିନେ ସେ ତାର୍ ଡାକ୍ପୁଟା ଦେକାଇସି, ସେ ଦିନେ ତମେ ଅଦିକ୍ ସାର୍ଦା ଅଇସା ।
ତମର୍ ଦୁକ୍କସ୍ଟ ମୁଇ ଜାନି । ତମେ ଅର୍କିତ୍ ବଲି ମୁଇ ଜାନି । ମାତର୍ ସତଇସେ ତମେ ସାଉକାର୍ ଲକ୍ । ଜିଉଦିମନ୍ ତମର୍ କାରାପ୍ ବିସଇ କଇଲାଇନି ବଲି ମୁଇ ଜାନି । ମାତର୍ ସେମନ୍ ଆମେ ଜିଉଦି ବଲି କଇଲେମିସା ସତ୍ସେ ସେମନ୍ ପର୍ମେସରର୍ ଲକ୍ ନଅତ୍ । ମାତର୍ ସଇତାନ୍ ଦଲର୍ ଲକ୍ ।
ଜନ୍ ଲକ୍ମନ୍ ଜୁଇଦ୍ କରି ଜିତ୍ବାଇ ସେମନ୍କେ ଇନାମ୍ ଦେବି, ଆରି ତାକର୍ ପର୍ମେସର୍ ଅଇବି ଆରି ସେମନ୍ ମର୍ ପିଲାଟକି ଅଇବାଇ ।