21 କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
ଦୁତ୍ ତାକେ କଇଲା, “ସୁକଲ୍ ଆତ୍ମା ଆସି ତକେ ଡାବି ଅଇସି, ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ବପୁ ତକେ ଗୁଡିଆଇ ଅଇସି, ତେବର୍ପାଇ ଜେ ଜାତ୍ ଅଇସି, ସେ ସୁକଲ୍ ପର୍ମେସରର୍ ପଅ ବଲି ଡାକ୍ପୁଟା ଅଇସି ।”
ସେ ଆକା ଗଟେକ୍ସେ ସୁକଲ୍ ଆରି ଦରମ୍ ଲକ୍ ରଇଲା । ମାତର୍ ତମେ ତାକେ ନାମାସ୍ ନାଇ ଆରି ତାର୍ ବାଦୁଲେ ଗଟେକ୍ ନର୍ମାରୁକେ ମୁକ୍ଲାଇବାକେ ପିଲାତ୍କେ ଗୁଆରି କଲାସ୍ ।
ଲକ୍ମନ୍ ପରମେସରର୍ ଲଗେ କେନ୍ତି ଦରମ୍ ଲକ୍ ବଲାଇ ଅଇ ପାର୍ବାଇ, ତାର୍ ଉପାଇ ତେଇ ଦେକାଇ ଦିଆଅଇଲା ଆଚେ । ଆରାମେ ଅନି ସାରାସାରିଜାକ ମୁକ୍ତି ପାଇବା ଗଟେକ୍ ମାତର୍ ଉପାଇ ଅଇଲାନି, ବିସ୍ବାସ୍ । ସାସ୍ତରର୍ ବାକିଅ ଇସାବେ “ଜେ ବିସ୍ବାସ୍ କରି ପରମେସରର୍ ମୁଆଟେ ଦରମ୍ ବଲାଇ ଅଇସି, ସେ ବଁଚ୍ସି ।”
ମାପ୍ରୁ ଜିସୁ ଆମର୍ ପାପର୍ ଲାଗି ମରିରଇଲା ଆରି ପରମେସରର୍ତେଇ ଆମ୍କେ ଦରମ୍ ଲକ୍ କରାଇବାକେ ଆରି ତରେକ୍ ଜିବନ୍ ଅଇ ଉଟ୍ଲା ।
ଗଟେକ୍ ଲକ୍ ଆଦେସ୍ ନ ମାନ୍ଲାର୍ ପାଇ ଜେନ୍ତିକି ସବୁ ଲକ୍ ପାପି ଅଇଲାଇ, ସେନ୍ତି ଗଟେକ୍ ଲକ୍ ଆଦେସ୍ ମାନ୍ଲେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାଇ ।
ମାତର୍ ପର୍ମେସର୍ ତମ୍କେ କିରିସ୍ଟ ଜିସୁର୍ ସଙ୍ଗ୍ ମିସାଇଆଚେ ଆରି ସେ କିରିସ୍ଟକେସେ ଆମର୍ପାଇ ଗିଆନ୍ ପାରା କରିଆଚେ । ତାର୍ଲାଗି ଆମେ ପର୍ମେସର୍ ସଙ୍ଗ୍ ସତ୍ ମିସାବିଡା ଅଇଲାଟା ଆରିତରେକ୍ ଜଡିଅଇଲାଆଚେ । ଆମେ ଦରମ୍ ଆରି ସୁକଲ୍ ଲକ୍ ଅଇ ପାପେ ଅନି ମୁକ୍ତି ପାଇଆଚୁ ।
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
ଆମେ କେ ମିସା ନିୟମର୍ ସବୁ ଆଦେସ୍ ମାନି ନାପାରୁ । ସେଟାର୍ପାଇ ଆମେ ସବୁ ଡଣ୍ଡ୍ ପାଇବାର୍ ରଇଲା । ମାତର୍ କିରିସ୍ଟ ଆମର୍ ସାଇପ୍ ନିଜେ ନେଲା ଆରି ନିୟମର୍ ସାଇପେଅନି ଆମ୍କେ ମୁକ୍ଲାଇଲା । ଦରମ୍ ସାସ୍ତରେ ଲେକାଆଚେ, ଜେ ଗଚେ ଉଚ୍କିଅଇ ମର୍ସି, ସେ ପରମେସରର୍ତେଇ ଅନି ସାଇପ୍ ପାଇଲା ଲକ୍ !
ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
ଜେନ୍ତାରି କି ମୁଇ ତାର୍ ସଙ୍ଗ୍ ପୁରାପୁରୁନ୍ ମିସିରଇବି । ରିତିନିତି ମାନିକରି ପର୍ମେସରର୍ ମୁଆଟେ ଦରମ୍ ଲକ୍ ଅଇବି ବଲି ଚେସ୍ଟା କର୍ତେରଇଲି, ଏବେ ସେଟା ସବୁ ଚାଡିଦେଲି । ତାର୍ ବାଦୁଲେ କିରିସ୍ଟକେ ବିସ୍ବାସ୍ କଲାର୍ପାଇ ପର୍ମେସର୍ ମକେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
ସେ ଆମର୍ ବାଦୁଲେ ବଡ୍ ପୁଜାରିଅଇ ପର୍ମେସରର୍ ମୁଆଟେ ଗାଲାଆଚେ । ଆରି ଜେତ୍କି ରକାମ୍ ପରିକା, ଜେତେକ୍ କସ୍ଟ ଆମେ ପାଇଲୁନି, ସେଟା ଆମର୍ ବଡ୍ ପୁଜାରି ସବୁବେଲେ ଆମର୍ ସଙ୍ଗ୍ ମିସିକରି କଲାନି । କାଇକେବଇଲେ ଜେତ୍କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍ ସେ କେଡେବେଲେ ମିସା ପାପ୍ କରେ ନାଇ ।
ତେବର୍ପାଇ ଜିସୁ ଅଇଲାନି ଆମର୍ ବଡ୍ ପୁଜାରି । ସେ ଆମର୍ପାଇ ସମାନ୍ ଆଚେ । କାଇକେବଇଲେ ସେ ସୁକଲ୍, ତାର୍ଟାନେ କାଇ ବୁଲ୍, କି ପାପ୍ ନାଇ । ଆମର୍ ପାପିମନର୍ଟାନେଅନି ସେ ପୁରାପୁରୁନ୍ ବିନ୍ଆଚେ । ଆରି ପର୍ମେସର୍ ତାକେ ସରଗ୍ ଜେତ୍କି ଜାଇ ଉଟାଇଆଚେ ।
କିରିସ୍ଟ ମିସା ଆମର୍ ପାପର୍ଲାଗି ଏକାତରେକ୍ ସବୁଲକର୍ପାଇ ଦୁକ୍କସ୍ଟ ଅଇ ମୁର୍ଚିକରି ମଲା । ସେ ଦରମ୍ ରଇ ପାପ୍କରିରଇବା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ମରିଜାଇରଇଲା । ଲକ୍ମନ୍ ତାର୍ ଗାଗଡ୍ ମରାଇଲାଇ, ମାତର୍ ତାର୍ ଆତ୍ମା ଜିବନ୍ ଅଇଆଚେ ।
ଆମର୍ ପାପର୍ ଡଣ୍ଡ୍ ନେବାର୍ପାଇ କିରିସ୍ଟ ଏ ଜଗତେ ଆଇଲା, ସେଟା ତମେ ଜାନାସ୍ । ଆରି ସେ କାଇ ପାପ୍କାମ୍ ନ କରେ ।