୨ୟ କରନ୍ତିୟ 4:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ । အခန်းကိုကြည့်ပါ။ |
ସେଟାର୍ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍ କରାନାଇ । କାଇକେବଇଲେ ବିଚାର୍ନା କର୍ବାକେ ବେଲା ଅଏ ନାଇତା । ମାପ୍ରୁ ବିଚାର୍ନା କର୍ବାକେ ଆଇବାଜାକ ଜାଗା । ମାପ୍ରୁ ଆଇଲେ ଆକା ସାରାସାରି ବିଚାର୍ନା ଅଇସି । ସେ ଆନ୍ଦାର୍ ବିତ୍ରେ ଲୁଚ୍ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍ମନର୍ ମନ୍ ବିତ୍ରର୍ କାତା ସବୁ ଦେକାଇ ଦେଇସି । ସେଡ୍କି ବେଲେ ସବୁଲକ୍ ପର୍ମେସରର୍ ଟାନେଅନି ଲାଡ୍ ପାଇବାଇ ।
ବାଇମନ୍ ଆମେ ବଡ୍ପନ୍ ଅଇକରି କଇବା ଗଟେକ୍ କାତା ଆଚେ । ସେଟା ଆମେ ସତ୍ ବଲି ଜାନ୍ଲୁନି ଆରି ସେଟା ଅଇଲାନି, । ସବୁଲକର୍ଟାନେ ଆରି, ତମର୍ଟାନେ ମିସା ଆମର୍ ଚଲାଚଲ୍ତି ସୁକଲ୍ ଆରି ଦରମ୍ ଆଚେ । ଏଟା ଆମର୍ ବିବେକ୍ ସାକି ଦେଲାନି । ଲକ୍ମନର୍ ଗିଆନ୍ ଇସାବେ ଆମେ କରୁନାଇ, ମାତର୍ ପର୍ମେସରର୍ ଜିବନ୍ ଦୁକାଇଲା ବପୁର୍ ସଙ୍ଗ୍ ଏ ସବୁଜାକ କଲୁନି ।