12 ଏନ୍ତାରିସେ ଆମେ ମରନ୍ ଦାରିଆଚୁ । ମାତର୍ ତମର୍ଟାନେ ଜିବନ୍ ଅଇ ଆଇଲାନି । କାଇକେବଇଲେ ତମେ ନ ସାର୍ବା ଜିବନ୍ ପାଇସା ।
ମର୍ ନିଜର୍ ଜିବନ୍, ମର୍ ପାଇ, ମୁଇ ଇନ୍ କଲିନି । ପର୍ମେସରର୍ ଜିବନ୍ ଦୁକାଇଲା ବିସଇ ଆରି ମାପ୍ରୁ ଜିସୁ ଜନ୍ କାତା ଜାନାଇବାକେ ମକେ ଦାଇତ୍ ଦେଲାଆଚେ, ସେଟା ସାରାଇବି ଆରି ସୁବ୍ କବର୍ ଜାନାଇବାଟା ପୁରାପୁରୁନ୍ କର୍ବି । ଏତ୍କି ସେ ମୁଇ ମନ୍ କଲିନି ।
ଆମେ କିରିସ୍ଟର୍ ଲାଗି ବକୁଆ ଲକ୍, ମାତର୍ ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ବୁଦିରଇବା ଲକ୍ । ଆମେ ଦୁର୍ବଲ୍, ମାତର୍ ତମେ ବପୁରଇବା ଲକ୍, ତମ୍କେ ଲକ୍ମନ୍ ସନ୍ମାନ୍ ଦେଲାଇନି, ମାତର୍ ଆମ୍କେ ସନ୍ମାନ୍ ମିଲେନାଇ ।
ସତଇସେ ମର୍ ଜେତ୍କି ସବୁ ଆଚେ, ସେଟା ସବୁଜାକ ତମ୍କେ ଦେବାକେ ମୁଇ ସାର୍ଦା ଅଇବି । ଜେନ୍ତାରି କି ତମ୍କେ ସାଇଜ କର୍ବାକେ ମର୍ ଗାଗଡ୍ ମିସା ସର୍ପି ଅଇଦେବି । ତମର୍ ପାଇ ରଇବା ମର୍ ଆଲାଦ୍ ଅଦିକ୍ ଅଦିକ୍ ଅଇ ଆଇଲାନି, ମାତର୍ ମର୍ ପାଇ ରଇବା ତମର୍ ଆଲାଦ୍ ଉନା ଅଇ ଆଇଲାନି ।
ଜଦି ଲକ୍ମନ୍ ଆମ୍କେ ଦୁର୍ବଲ୍ ଆଚତ୍ ବଲି କଇଲେ ମିସା, ଆମେ ସାର୍ଦାସଙ୍ଗ୍ ଆଚୁ । ତମେ ଆକା ବିସ୍ବାସେ ଡାଁଟ୍ ରଇବାର୍ଆଚେ । ଆରି ତମର୍ ଚଲାଚଲ୍ତି ସିଦ୍ ଅଇଜାଅ ବଲି ଆମେ ଗୁଆରି କଲୁନି ।
ଆମେ ଜିସୁର୍ ସଙ୍ଗ୍ ରଇଲାର୍ ପାଇ ବଁଚ୍ବାଜାକ ମର୍ବା ବିପଦେ ଆଚୁ । ଜେନ୍ତିକି ଲକ୍ମନ୍ ଏ ମର୍ବା ଗାଗ୍ଡେ ଜିସୁ ବଁଚିରଇବାଟା ଦେକ୍ବାଇ ।
ସାସ୍ତରେ ଲେକା ଅଇଲାପାରା “ ମୁଇ ବିସ୍ବାସ୍ କଲି, ତେବର୍ପାଇ ମୁଇ କାତା ଅଇଲି ”। ସେ ସମାନ୍ ବିସ୍ବାସର୍ ଆତ୍ମାଇ, ଜନ୍ ବାକିଅ ମୁଇ ବିସ୍ବାସ୍ କଲିଆଚି, ସେଟାସେ ମୁଇ ଏବେ ଲକ୍ମନ୍କେ ଜାନାଇଲିନି ।
ସୁବ୍କବର୍ ବିସ୍ବାସ୍ କଲାର୍ପାଇ, ତମେ ଜେନ୍ତାରି ଦୁକ୍ କସ୍ଟ ପାଇକରି ମୁରଚ୍ଲାସ୍ନି, ସେନ୍ତାରିସେ ମୁଇ ମିସା ସୁବ୍କବର୍ ଜାନାଇଲାର୍ ପାଇ ଦୁକ୍ କସ୍ଟ ପାଇକରି ମରିମିସା ଜିବି । ସେନ୍ତାରିଅଇଲେ ମିସା ମୁଇ ନିଜେ ସାର୍ଦା ଅଇ ତମର୍ସଙ୍ଗ୍ ସାର୍ଦା କର୍ବି ।
କାଇକେବଇଲେ କିରିସ୍ଟର୍ ଲାଗି ବଲିକରି ସେ ତାର୍ ଜିବନ୍ ବିପଦେ ପାକାଇଲା । ଆରି ତମେ ମର୍ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍ କଲା ।
ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ ।