17 ଏ ଚିଟିତେଇ ମାପ୍ରୁ ବଲି କଇବାଟା ଅଇଲାନି ଆତ୍ମା ଆରି ମାପ୍ରୁର୍ ଆତ୍ମା ଜନ୍ତି ମିସା ରଇଲେ, ତେଇ ଆମେ ମୁକ୍ଲି କରି ଆଚୁ ।
ପର୍ମେସରର୍ ଆତ୍ମାସେ ଜିବନ୍ ଦେଇପାରେ । ମୁନୁସର୍ ବପୁ କାଇଟା କରିନାପାରେ । ପର୍ମେସରର୍ ଜିବନ୍ ଦେବା ଆତ୍ମା ତମେ ଜେନ୍ତାରିକି ଜାନି ପାର୍ସା ? ସେଟାର୍ପାଇ ମୁଇ ଏ କାତା କଇଲିଆଚି ।
ଆରି ତମେ ସତ୍ ବିସଇ ଜାନ୍ସା, ସେ ସତ୍ ତମ୍କେ ମୁକ୍ଲାଇସି ।”
ଜିସୁ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ ସୁକଲ୍ଆତ୍ମା ଆମ୍କେ ନୁଆ ଜିବନ୍ ଦେଲାଆଚେ । ତେଇଅନି, ପାପ୍ କଲେ ମର୍ବା ନିୟମେଅନି, ଆମ୍କେ ମୁକ୍ଲାଇ ଆଚେ ।
ଜେନ୍ତାରିକି ଲେକା ଅଇଲାଆଚେ, ପର୍ତୁମ୍ ମୁନୁସ୍ ଜେ କି ଆଦମ୍, ତାକେ ତିଆର୍ କରି ଜିବନ୍ ଦେଇରଇଲା, ମାତର୍ ସାରାସାରିପଚର୍ ଆଦମ୍ ନ ସାର୍ବା ଜିବନ୍ ଦେବା ଆତ୍ମା ଅଇଲା ।
ତେବେ ଆମେ ଜେତ୍କି ଲକ୍ ସବୁ ମାପ୍ରୁକେ ବିସ୍ବାସ୍ କରିଆଚୁ, ଆମର୍ ମୁଁ ଡାବି ଅଏନାଇ । ପର୍ମେସରର୍ ବପୁ ଆରି ମଇମା ଦେକାଇଅଇବା ଗଟେକ୍ ଦର୍ପନ୍ ପାରା ଆମେ ଆଚୁ । ଆମେ ତାର୍ପାରା ଅଇବା ଜାକ ଦିରେ ଦିରେ ବାଦ୍ଲାଇ ଅଇ ଆଇଲୁନି । ପର୍ମେସରର୍ ଆତ୍ମାସେ ଆମ୍କେ ବାଦ୍ଲାଇଲାନି ।
ସେ ତା ଆମ୍କେ ବପୁ ଦେଲାଆଚେ, ଜେନ୍ତିକି ଆମେ ତାର୍ ନୁଆ ରାଜିନାମା କଲାଟା ସବୁକେ ଜାନାଇ ପାର୍ବୁ । ସେଟା ଲେକ୍ଲା ନିୟମ୍ ନଏଁ, ମାତର୍ ତାର୍ ଆତ୍ମାଇ ଅନି ଅଇଲାଟା । ଲେକ୍ଲା ନିୟମ୍ ମରନ୍ ଆନ୍ସି, ମାତର୍ ପର୍ମେସରର୍ ଆତ୍ମା ନ ସାର୍ବା ଜିବନ୍ ଦେଇସି ।
ତମେମନ୍ ଜେ ପରମେସରର୍ ପିଲାଜିଲା, ଏଟା ଦେକାଇ ଦେବାକେ, ପରମେସର୍ ତାର୍ ପଅର୍ ଆତ୍ମା ଆମର୍ ମନ୍ ବିତ୍ରେ ପାଟାଇଲା ଆଚେ । ସେ ଆତ୍ମା ଆଉଲିଅଇ କଇଲାନି, “ବାବା ! ଏ ମର୍ ବାବା !”
ଏବେ ଆମେ ବାନ୍ଦ୍ନେଅନି ମୁକ୍ଲିଆଚୁ । ଆମ୍କେ କିରିସ୍ଟ ବାନ୍ଦନେଅନି ମୁକ୍ଲାଇଆଚେ । ସେଟାର୍ ପାଇ ଆମେ ବାନ୍ଦନ୍ କୁସ୍ଲାଇ ଡାଟ୍ ସଙ୍ଗ୍ ରଉଁ । ଆରି ତରେକ୍ ଗତିଦାଙ୍ଗ୍ଡାର୍ ବାନ୍ଦନେ ବାନ୍ଦିଅଇବାକେ ନ ଦେଉ ।
ଏ ବାଇବଇନିମନ୍, ନିୟମର୍ ଡଣ୍ଡେଅନି ମୁକ୍ଲାଇ ଅଇବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । ମାତର୍ ଜାଗ୍ରତ୍, ଏବେ ଆରି ଗାଗଡର୍ ମନ୍ କର୍ବାଟା ସବୁ ପୁରାପୁରୁନ୍ କରିଅଇସି ବଲି କୁଆନାଇ । ମାତର୍ ଆଲାଦେଅନି ଚଲାଚଲ୍ତି ଅଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସେବା କରା ।
କାଇକେବଇଲେ ଜନ୍ ଆତ୍ମା ପର୍ମେସର୍ ଆମ୍କେ ଦେଲାଆଚେ, ସେଟା ଆମ୍କେ ଡର୍ବାକେ ନ ଦେଏ । ତାର୍ ବାଦୁଲେ ଆତ୍ମାଇ ବପୁ ଦେଇସି, ବିନ୍ ଲକ୍ମନ୍କେ ଆଲାଦ୍ କର୍ବାକେ ସିକାଇସି ଆରି ନିଜ୍କେ ଜାଗରତ୍ ରଇବାକେ ସିକାଇସି ।