୨ୟ କରନ୍ତିୟ 12:20 - ସତିଅର୍ ବାଟ୍ ନୁଆ ନିୟମ୍ 202020 ମୁଇ ବେସି ଚିନ୍ତାଇ ଆଚି, ମୁଇ ତମର୍ ଟାନେ ଆଇଲାବେଲେ, ମନ୍ ନ କର୍ବା ଚଲାଚଲ୍ତି ତମର୍ ବିତ୍ରେ ଦେକ୍ବି ମିସା । ସେନ୍ତାରି ଅଇଲେ, ମୁଇ ତମ୍କେ ଦମ୍କାଇବାକେ ପଡ୍ସି ଆରି ସେଟା ତମେ ମନ୍ ନ କରାସ୍ । ତେଇ କେତେଟା ଜୁଜିଆଲ୍ମନ୍, ଇଁସ୍ଲିଆମନ୍, ଦାପ୍ରେ ରିସା ଅଉମନ୍, ନିଜର୍ ବିସଇ ଦେକାଇ ଅଉମନ୍, ତାର୍ ବାଇମନ୍କେ ନିନ୍ଦା କରୁମନ୍, ତିପ୍ଲିଆମନ୍, ବଡ୍ପନିଆମନ୍, ଆରି ବିସ୍ବାସିମନ୍ ଗଟେକ୍ ମନ୍ ନ ଅଇଲାଟା ଦେକ୍ବି । အခန်းကိုကြည့်ပါ။ |
ମୁଇ ଚିନ୍ତାଇ ଆଚି ଜେ, ମୁଇ ଆରିତରେକ୍ ଆଇଲାବେଲେ, ତମର୍ ମୁଆଟେ ମକେ ପର୍ମେସର୍ ଲାଜ୍ କରାଇସି । ଆରି ମୁଇ ବେସି ଦୁକ୍ ଅଇବି । କାଇକେବଇଲେ, ଆଗେ ଜେତ୍କି ଲକ୍ ପାପ୍ କରି ଆଚତ୍ ବଲି ମୁଇ ଜାନିଆଚି । ସେମନ୍ ଏବ୍କେ ଜାକ ତାକର୍ କାରାପ୍ ଚଲାଚଲ୍ତିର୍ ଲାଗି ମାନି ଅଅତ୍ ନାଇ । ଜନ୍ଟାକି ନିଜର୍ କାରାପ୍ ମନ୍ କଲା ଇସାବେ ବଁଚ୍ବାଟା ଆରି ବେସିଆ କାମ୍ କର୍ବାଟା ।
ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ କୁଟ୍ କାତା କୁଆ ନାଇ । ଜଦି ବିସ୍ବାସି ବାଇମନର୍ ବିରୁଦେ କୁଟ୍ କାତା କଇ ତାକେ ଦସ୍ ଦେଇସା, ତମେ ପର୍ମେସରର୍ ନିୟମ୍ ବିରୁଦେ କାତା ଅଇଲାସ୍ନି । ଆରି ତାର୍ ନିୟମ୍କେ ବିଚାର୍ କଲାସ୍ନି । ପର୍ମେସରର୍ ନିୟମ୍ ବିଚାର୍ କଲେ, ତମେ ତାର୍ ଆଦେସ୍ ମାନାସ୍ ନାଇ । ମାତର୍ ବିଚାର୍କାରିଆ ଇସାବେ ରଇଲାସ୍ନି ।