୨ୟ କରନ୍ତିୟ 12:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ନିଜେ ବଡ୍ ଅଇବାକେ ମୁଇ ବକୁଆ ଲକର୍ ପାରା ଅଇଲିନି । ମାତର୍ ମୁଇ ତମ୍କେ ଦସ୍ ଦେଲିନି । କାଇକେବଇଲେ ତମେ ଜଦି ମକେ ସନ୍ମାନ୍ ଦେଇତାସ୍, ମୁଇ ଏନ୍ତାରି ନ କର୍ତି । ମୁଇ କାଇ କାମେ ନାଇ, ବଲି କେତେଲକ୍ କଇଲେ ମିସା ତମର୍ ସେ ପେରିତ୍ମନର୍ ଟାନେ ଅନି ଉନା ନଇ । အခန်းကိုကြည့်ပါ။ |
ମାତର୍ ଆମ୍କେ ଦୁକ୍ କସ୍ଟ ଅଇଲେ, ସେଟା ତମର୍ ଦୁକ୍ ସାରାଇବାକେ ଆରି ନ ସାର୍ବା ଜିବନ୍ ପାଇବାକେ । ସେନ୍ତାରିସେ ଜେଡେବେଲେ ଆମେ ପର୍ମେସରର୍ ଟାନେଅନି ସାଇଜ ମିଲାଇବୁ, ସେଟା ତମର୍ପାଇ ମିସା ସାଇଜ ମିଲ୍ଲା ପାରା । ଏନ୍ତାରି ସେ ତମର୍ ବିସ୍ବାସ୍ କର୍ବାଟା ଡାଟ୍ କରାଇସି, ଜେନ୍ତିକି ଆମେ ଦୁକ୍କସ୍ଟ ଆଇଲେ ମିସା ମୁର୍ଚି କରି ଆଚୁ, ସେନ୍ତାରି ଦୁକ୍ କସ୍ଟ ଆଇଲେ ତମେ ମିସା ମୁର୍ଚି କରି ରଇପାରାସ୍ ।
ମୁଇ ଜଦି ବଡ୍ପନ୍ ଅଇ କାତା ଅଇବାକେ ମନ୍ କଲେ, ସେଟା ବୁଦି ନ ରଇଲା ଲକ୍ ବଡ୍ପନ୍ ଅଇଲାପାରା ନ ଅଏ । ମୁଇ କଇବାଟା ସବୁ ସତ୍ । ମାତର୍ ମୁଇ ବଡ୍ପନ୍ ଅଇକରି କାତା ନ ଅଇ । କାଇକେବଇଲେ ଲକ୍ମନ୍ କେଡେବେଲେ ମିସା ମକେ ମୁଇ ଜେତ୍କି ଆଚି, ତାର୍ତେଇଅନି ଅଦିକ୍ ଗଟେକ୍ ବଡ୍ ଲକ୍ ଇସାବେ ଦେକ୍ବାଇ । ମୁଇ କର୍ବା କାମ୍ ଦେକିକରି ଆରି ମୁଇ କଇବା କାତା ସୁନିକରିସେ ସେମନ୍ ମାନ୍ବାଇ ।
ଆମେ ଆରିତରେକ୍ ନିଜ୍କେ ଉପର୍କେ ଉଟାଇବା କାତା କଇଲୁନି ବଲି ତମେ କୁଆ ନାଇ । ଆମେ ତେଇ ରଇବା କେତେଟା ଦରମ୍ ଗୁରୁମନର୍ ପାରା ନାଇ । ବିନ୍ ଲକର୍ ତେଇଅନି ଏ ଲକ୍ ନିକଟା ବଲି ଚିଟି ଆନ୍ଲେ, ତମେ ସେମନ୍କେ ଡାକି ନେଇସା, ଆରି ତମର୍ ଜାଗା ଚାଡିକରି ଗାଲେ, ଏ ଲକ୍ ନିକଟା ବଲିକରି ତମର୍ଟାନେଅନି ଏମନ୍ ଚିଟି ମାଙ୍ଗ୍ବାଇ । ଆମ୍କେ ସେନ୍ତାରି ଚିଟି ଦର୍କାର୍ ନାଇ ।