୨ୟ କରନ୍ତିୟ 11:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ମୁଇ ତମର୍ ବିସଇନେଇ ବାବି ବାବି ଆଚି । କେଡେବେଲେ ତମର୍ ମନର୍ ଚିନ୍ତା କିରିସ୍ଟତେଇ ଅନି ବିନ୍ ବାଟେ ଜାଇସି ଆରି ତାର୍ପାଇ ରଇବା ତମର୍ ଆଲାଦ୍ ପୁରାପୁରୁନ୍ ମନ୍ ସଙ୍ଗ୍ ନ ରଏ । ଅବା ପାରା ତମେ ନାଡାଇଅଇସା ମିସା । ଜେନ୍ତିକି ସେ ଗଟେକ୍ ଚତୁର୍ ସାଁପର୍ କାତା ଦାରି ନାଡାଇଅଇଲା । အခန်းကိုကြည့်ပါ။ |
ସଇତାନ୍ ଅଇଲାନି ତମର୍ ବାବା । ଆରି ତମେ ସେ କର୍ବା କାରାପ୍ କାମ୍ମନ୍ କର୍ବାକେ ମନ୍ କଲାସ୍ନି । ସେ ଆଗ୍ତୁଅନି ଲକ୍ମନ୍କେ ନସ୍ଟ କଲାନି, ଆରି ସେ ସତ୍ ବିସଇ ଗିନ୍ କଲାନି । ତାର୍ତେଇ ସତ୍ ବିସଇ ନାଇ । ଜେଡେବେଲା ସେ ମିଚ୍ କଇଲାନି, ସେବେଲା ସେ ନିଜର୍ ଗୁନ୍ ଚଲନ୍ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍ କଇବା ଲକ୍, ଆରି ମିଚ୍ କଇବା ଲକ୍ମନର୍ ବାବା ।
ବିନ୍ ଲକ୍ମନ୍କେ ସାର୍ଦା କରାଇବାକେ ବପୁ ଦେଇରଇଲେ, ସେଟା କର୍ତେ ରଉଁ । ଅର୍କିତ୍ ଲକ୍ମନ୍କେ ଦାନ୍ କର୍ବା ବପୁ ଦେଇରଇଲେ, କାଇଟା ନ ବାବିକରି ଦାନ୍ କରୁ । ବିନ୍ ଲକର୍ କାମ୍କେ ଦେକାରକା କର୍ବା ଅଦିକାର୍ ଦେଇରଇଲେ, ନିଜେ ବେସି କାମ୍ କର୍ବାର୍ଆଚେ । ଜଦି ବିନ୍ ଲକ୍ମନ୍କେ ଦୟା ଦେକାଇବା ବପୁ ଦେଲାଆଚେ, ବିଜାର୍ ନ ଅଇ ସାର୍ଦା ସଙ୍ଗ୍ କର୍ବାର୍ ଆଚେ ।
ବାଇମନ୍ ଆମେ ବଡ୍ପନ୍ ଅଇକରି କଇବା ଗଟେକ୍ କାତା ଆଚେ । ସେଟା ଆମେ ସତ୍ ବଲି ଜାନ୍ଲୁନି ଆରି ସେଟା ଅଇଲାନି, । ସବୁଲକର୍ଟାନେ ଆରି, ତମର୍ଟାନେ ମିସା ଆମର୍ ଚଲାଚଲ୍ତି ସୁକଲ୍ ଆରି ଦରମ୍ ଆଚେ । ଏଟା ଆମର୍ ବିବେକ୍ ସାକି ଦେଲାନି । ଲକ୍ମନର୍ ଗିଆନ୍ ଇସାବେ ଆମେ କରୁନାଇ, ମାତର୍ ପର୍ମେସରର୍ ଜିବନ୍ ଦୁକାଇଲା ବପୁର୍ ସଙ୍ଗ୍ ଏ ସବୁଜାକ କଲୁନି ।
ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ ।
ଏଲେମିସା କେତେକ୍ ଲକ୍ ତାକେ ସୁନତ୍ କର୍ବାକେ ମନ୍ କର୍ତେ ରଇଲାଇ । ସେମନ୍ ବିସ୍ବାସି ବାଇ ବଲି ନାଡାଇକରି କୁଟିଆଲ୍ ଇସାବେ ଦଲେ ମିସିରଇଲାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସିରଇଲାର୍ ଲାଗି ଆମେ ଜନ୍ ମୁକ୍ଲିରଇବା ଦିନ୍ ପାଇଲୁଆଚୁ, ସେ ବିସଇ କଜି ମିଲାଇବାକେ ସେମନ୍ ମନ୍ କର୍ତେ ରଇଲା । ଆମ୍କେ ଆରିତରେକ୍ ମସାର୍ ନିୟମର୍ ଦାଙ୍ଗ୍ଡା କର୍ବାକେ ମିସା ମନ୍ କର୍ତେରଇଲାଇ ।
ନିଜ୍କେ ନିଚ୍କରି ସେମନ୍ ଉପାସନା କଲାପାରା ଦୁତ୍ମନ୍କେ ଉପାସନା କର୍ବାକେ, କାକେମିସା ବାଦିଅ କର୍ବାକେ ଦିଆସ୍ନାଇ । ସେନ୍ତାର୍କଲେ ପର୍ମେସର୍ କାତାଦେଇରଇବା ପୁରୁସ୍କାର୍ ତମ୍କେ ନ ମିଲେ । ସେନ୍ତାରି ସିକାଇବା ଗଟେକ୍ଲକ୍, ପର୍ମେସର୍ଟାନେ ଅନି ଦର୍ସନ୍ ଦେକିଆଚି ବଲିକରି ଅଦିକାର୍ ସଙ୍ଗ୍ ସିକାଇଲାନି । ସେ ତାର୍ ଚାଲାକିସଙ୍ଗ୍ ନିଜେ ତିଆର୍କରିରଇବା ବିସଇର୍ ଲାଗି ବଡ୍ପନ୍ ଅଇସି, ମାତର୍ ସତଇସେ ସେନ୍ତାରି ବଡ୍ପନ୍ ଅଇବାକେ କାଇଟାମିସା ନାଇ ।
କେ ମିସା ନିଜର୍ ଚାଲାକିକରି ପର୍ମେସରର୍ ବିସଇ ତିଆର୍କରି ରଇବାଟା ସଙ୍ଗ୍ ତମ୍କେ ପାନ୍ଦେ ନ ଲାଗାଅତ୍, ସେଟାର୍ପାଇ ଜାଗ୍ରତ୍ ଅଇରୁଆ । ସେମନ୍ ସିକାଇବାଟା କାଇ ଲଡାକେ ନ ଆସେ ଆରି ସେଟା ସତ୍ ବିସଇ ନଏଁ । ସେଟା ବିନ୍ ଲକର୍ଟାନେଅନି ସୁନି ସୁନି ଆଇବାଟା ଆରି ସେଟା ଏ ଜଗତ୍ ବିତ୍ରେ ରଇବା ନିୟମ୍ । ମାତର୍ କିରିସ୍ଟର୍ ବିସଇଟାନେ ରଇବା, ସତ୍ ସିକିଆ ନଏଁ ।
ଏ ଆଲାଦର୍ ବାଇବଇନିମନ୍, ଜଦି କେ ମିସା ପର୍ମେସରର୍ ଆତ୍ମା ମର୍ଟାନେ ଆଚେ, ବଲି କଇବା ଲକ୍ମନର୍ କାତା ବିସ୍ବାସ୍ କର୍ବାର୍ ନାଇ । ମାତର୍ ସେନ୍ତାରି ଲକର୍ଟାନେ ସତଇସେ ପର୍ମେସରର୍ ଆତ୍ମା ଆଚେ କି ନାଇ ଜାନ୍ବାକେ ମନ୍ଦିଆନ୍ ଦେଇ ସେ କଇବା କାତା ପରିକା କର୍ବାର୍ ଆଚେ । କାଇକେବଇଲେ ମିଚ୍ କାତା ସିକାଉମନ୍ ବେସି ଲକ୍ ବାରଇଆଚତ୍ । ପର୍ମେସରର୍ ଟାନେଅନି ମିଲାଇଲା କବର୍ ବଲି ସବୁବାଟେ ଗାଲାଇ ଆଚତ୍ ।
କାଇକେବଇଲେ ବିସ୍ବାସି ବଲି କେତେକ୍ ନାଡାଇବା ଲକ୍ କେ ନାଜାନ୍ତେ ପୁରିଆଚତ୍ । ଏ ଲକ୍ମନ୍ ପାଇବା ଡଣ୍ଡ୍ ଆଗର୍ କାଲେଅନି ସାସ୍ତରେ ଲେକାଅଇଆଚେ । ଏ ଲକ୍ମନ୍ ପର୍ମେସରର୍ ଅଦିକାର୍ ନାମତ୍ନାଇ । ଆମର୍ ପର୍ମେସର୍ ଦରମ୍ଟା ବଲି ଲକ୍ମନ୍ ଜେନ୍ତାର୍ ସେନ୍ତାର୍ ବେସିଆ କାମ୍ କଲେମିସା କାଇଟା ନଏଁ ବଲି କଇଲାଇନି । ମାପ୍ରୁ ଜିସୁକିରିସ୍ଟସେ ଆମର୍ ମାଲିକ୍ ବଲି ସେମନ୍ ନାମତ୍ନାଇ ।