୧ ତେସଲନିକିୟ 2:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ତମେତା ଜାନାସ୍ । ବାବା ଜେନ୍ତି ନିଜର୍ ପିଲାମନ୍କେ ଚଲାଚଲ୍ତି କର୍ତା, ଆମେ ମିସା ସମାନ୍ ସେନ୍ତାରିସେ ଚଲାଚଲ୍ତି କରିରଇଲୁ । အခန်းကိုကြည့်ပါ။ |
ଏ ଜିବନର୍ ବିସଇନେଇ ଜେତ୍କି ଲକ୍ମନ୍ ସାଉକାର୍ ଅଇ ଆଚତ୍, ବିନ୍ ଲକ୍ମନର୍ଟାନେଅନି ସେମନ୍ ନିକ ବଲି ନ ବାବ୍ବାକେ ତିଆର୍ । ଦନ୍ ସଁପତି ଉପ୍ରେ ବେସି ଆସା କର୍ବାର୍ ନାଇ ବଲି ସେମନ୍କେ ସିକା । କାଇକେବଇଲେ ଡାବୁ ଦାପ୍ରେ ମାୟାଅଇଜାଇସି । ତାର୍ ବାଦୁଲେ ସେମନ୍କେ ଲଡାକେ ଲାଗ୍ବା ବିସଇ ସବୁ ଦେବାକେ ପର୍ମେସରର୍ଟାନେ ଆସା ରକ୍ବାକେ ସିକାଇଦେସ୍ । ସେ ଆକା ଆମର୍ପାଇ କାଇଟା ନ ଦେକି, ସବୁ ବିସଇ ସାର୍ଦା କର୍ବାକେ ଦେଇସି ।
ଜଦି ତାକର୍ ସାଉକାର୍ମନ୍ କିରିସ୍ଟକେ ବିସ୍ବାସ୍ କଲାଇନି, ସେନ୍ତାର୍ଆଲେ ବିସ୍ବାସି ସାଉକାର୍ମନ୍କେ, ବିସ୍ବାସ୍ ନ କର୍ବା ସାଉକାର୍ମନର୍ ତେଇଅନି, କିରିସ୍ଟର୍ଟାନେ ବାଇ ଇସାବେ ସନ୍ମାନ୍ ଉନା ଦେକାଇଲେ ଅଇସି ବଲିକରି ବାବ୍ବାର୍ ନାଇ । ତାର୍ ବାଦୁଲେ ସେମନର୍ପାଇ ଅଦିକ୍ ଆବଡ୍ କାମ୍ କର୍ବାର୍ ଆଚେ । କାଇକେବଇଲେ ସେମନ୍ ଜନ୍ ସାଉକାରର୍ପାଇ କାମ୍ କଲାଇନି, ସେମନ୍ ମିସା ବିସ୍ବାସି ଲକ୍ । ଆରି କିରିସ୍ଟର୍ଟାନେ ବାଇ ଇସାବେ ଆଲାଦ୍ କଲାଇନି । ବିସ୍ବାସି ମନ୍କେ ଏ ସର୍ତେ ବିସଇ ସିକାଆ । ଆରି ସେଟା କର୍ବାକେ ସେମନ୍କେ ସାର୍ଦା କର୍ ।