14 ତମର୍ ବିତ୍ରେ ଆଲାଦ୍ ଆଚେ ବଲି ଦେକାଇବାକେ ଆତେ ଦାରି ଜୁଆର୍ କରାକରିଉଆ । କିରିସ୍ଟର୍ତେଇ ଜେତ୍କି ଲକ୍ ମିସ୍ଲାଇଆଚତ୍ ସେମନ୍ ସବୁ ଲକ୍କେ ସାନ୍ତି ମିଲ ।
ତମେ ଜଦି ନିଜର୍ ନିଜର୍ ବାଇମନ୍କେସେ ଜୁଆର୍ କର୍ସା, ତେବେ ଆରି ଅଦିକ୍ କାଇଟା କଲାସ୍ନି ? ବିସ୍ବାସ୍ ନକଲା ଲକ୍ମନ୍ ମିସା ସେଟା କର୍ବାଇ ।
“ମୁଇ ତମ୍କେ ସାନ୍ତି ଦେଇକରି ଗାଲିନି । ମର୍ ନିଜର୍ ସାନ୍ତି ତମ୍କେ ଦାନ୍ ଦେଇକରି ଗାଲିନି । ଏଟା ଦୁନିଆ ଦାନ୍ ଦେଲାପାରା ସାନ୍ତି ନଏଁ । ସେଟାର୍ ପାଇ ଚିନ୍ତା କରା ନାଇ କି କିଲ୍ବିଲ୍ ଅଇ ଡରା ନାଇ ।
ଜେନ୍ତାରି କି ତମେ ମର୍ତେଇ ରଇକରି ସାନ୍ତି ପାଇସା, ସେଟାର୍ପାଇ ମୁଇ ତମ୍କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍ପାଇ ବେସି ଦୁକ୍ କସ୍ଟ ଆଚେ, ମାତର୍ ଡାଟ୍ସଙ୍ଗ୍ ରୁଆ, ମୁଇ ଦୁନିଆର୍ କାରାପ୍ ବପୁ ନସାଇକରି ଜିତିଆଚି ।”
ସେ ଦିନ୍ ଆଟର୍ ପର୍ତୁମ୍ ଦିନ୍ ଅଇରଇଲା । ସଞ୍ଜ୍ ବେଲା ସବୁ ସିସ୍ମନ୍ ଗଟେକ୍ ତେଇ ରୁଣ୍ଡ୍ଲାଇ । ସେମନ୍ ଜିଉଦି ନେତାମନ୍କେ ଡରିକରି ଗରର୍ କାପାଟ୍ ସବୁ ଡାବିଅଇଦେଇ ରଇଲାଇ । ସେ ବେଲା, ଏଦେ ଦେକା ! ଜିସୁ ଅଟାତ୍ ସେମନ୍କେ ଦେକାଇଅଇକରି ସେମନ୍ ଟିଆଅଇଲା ଜାଗାଇ “ତମ୍କେ ସାନ୍ତି ମିଲ !” ବଲି କଇଲା ।
ଗଟେକ୍ ଆଟ୍ ଗାଲା ପଚେ ସିସ୍ମନ୍ ଆରି ତରେକ୍ ଗର୍ ବିତ୍ରେ ରଇଲାଇ, ତମା ମିସା ସେମନର୍ ସଙ୍ଗ୍ ତେଇ ରଇଲା । କାପାଟେ ଗାଡା ଦେଇରଇଲାଇ । ମାତର୍ ଏଦେ ଦେକା ! ଆଗ୍ତୁର୍ ପାରା ଜିସୁ ଗର୍ ବିତ୍ରେ ପୁରିକରି ସେମନର୍ ମଜାଇ ଟିଆଅଇକରି କଇଲା, “ତମ୍କେ ସାନ୍ତି ମିଲ !”
ରମେ ରଇବା ସବୁ ଲକ୍କେ ଏ ଚିଟି ଲେକ୍ଲିନି । କାଇକେବଇଲେ ତମ୍କେ ପରମେସର୍ ଆଲାଦ୍ କଲାନି । ଆରି ତାର୍ ନିଜର୍ ଲକ୍ ଅଇବାକେ ଡାକି ଆଚେ । ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
ତମର୍ ବିତ୍ରର୍ ଆଲାଦ୍ ଦେକାଇକରି ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଜୁଆର୍ବେଟ୍ ଉଆ । କିରିସ୍ଟର୍ ସବୁ ମଣ୍ଡଲି ତମ୍କେ ଜୁଆର୍ ଜାନାଇଲାନି ।
ତେବେ ଆମେ ଜେତ୍କି ଲକ୍ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଆଚୁ, ଆମର୍ପାଇ ଆରି ପର୍ମେସରର୍ ଡଣ୍ଡ୍ ନାଇ ।
ମାତର୍ ପର୍ମେସର୍ ତମ୍କେ କିରିସ୍ଟ ଜିସୁର୍ ସଙ୍ଗ୍ ମିସାଇଆଚେ ଆରି ସେ କିରିସ୍ଟକେସେ ଆମର୍ପାଇ ଗିଆନ୍ ପାରା କରିଆଚେ । ତାର୍ଲାଗି ଆମେ ପର୍ମେସର୍ ସଙ୍ଗ୍ ସତ୍ ମିସାବିଡା ଅଇଲାଟା ଆରିତରେକ୍ ଜଡିଅଇଲାଆଚେ । ଆମେ ଦରମ୍ ଆରି ସୁକଲ୍ ଲକ୍ ଅଇ ପାପେ ଅନି ମୁକ୍ତି ପାଇଆଚୁ ।
ଇତିର୍ ବାଇବଇନିମନ୍ ସବୁ ତମ୍କେ ଜୁଆର୍ ଜାନାଇଲାଇନି । ତମର୍ ତମର୍ ବିତ୍ରେ ଆତେ ଦାରାଦାରି ଅଇ କିରିସ୍ଟର୍ ଆଲାଦେ ସାଲାମ୍ କରି ଜୁଆର୍ବେଟ୍ ଉଆ ।
ତମେ ରୁଣ୍ଡ୍ଲା ବେଲେ ନିଜର୍ ନିଜର୍ ବିତ୍ରେ କିରିସ୍ଟର୍ ଆଲାଦେ ଜୁଆର୍ବେଟ୍ ଉଆ । ଇତି ରଇବା ପର୍ମେସରର୍ ଲକ୍ମନ୍ ତମ୍କେ ଜୁଆର୍ ଜାନାଇଲାଇନି ।
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ସବୁ ବିସ୍ବାସି ବାଇମନ୍କେ ସାନ୍ତି ଦେଅ । କିରିସ୍ଟକେ ବିସ୍ବାସ୍ କରି ତମର୍ ବିତ୍ରେ ଆଲାଦ୍ କରାକରି ଅଇବାକେ ସେମନ୍ ତମ୍କେ ସାଇଜ କରତ୍ ।
ସବୁ ବାଇମନ୍କେ ସୁକଲ୍ ରଇ, ଆତେ ଦାରି ଜୁଆର୍ କରା ।
ତାର୍ ଜଜ୍ନା ଇସାବେ ବାବା ପର୍ମେସର୍ ତମ୍କେ ଡାକ୍ଲା ଆଚେ । ତାର୍ ସୁକଲ୍ ଆତ୍ମାଇ ସେ ତମ୍କେ ତାର୍ ସୁକଲ୍ ଲକ୍ କରାଇସି । ତମେ ଜିସୁ କିରିସ୍ଟକେ ମାନିକରି, ତାର୍ ବନିତେଇ ଦଇଅଇକରି ରଇବାକେ ସେ ଏନ୍ତାରି ଜଜ୍ନା କଲା । ତାର୍ ଜିବନ୍ଦୁକାଇଲାଟା ଆରି ସାନ୍ତି ପୁରାପୁରୁନ୍ ତମ୍କେ ମିଲ ।
ମୁଇ ଦାପ୍ରେ ତମର୍ଟାନେ ଆସିକରି ତମର୍ ମୁଆଟେ ସବୁ କାତା କଇବି ।