୧ ମ ପିତର୍ 3:21 - ସତିଅର୍ ବାଟ୍ ନୁଆ ନିୟମ୍ 202021 ସେ ପାନି ଆମର୍ ଡୁବନ୍ ବିସଇ ଜାନାଇଲାନି । ତମେ ଡୁବନ୍ ନେଲାକେ ତମର୍ ଗାଗଡର୍ ମୁର୍କି ଦଇଅଇଲାର୍ ପାଇ ନଏଁ, ମାତର୍ ଗଟେକ୍ ନିକ ବିବେକ୍ ସଙ୍ଗ୍ ପର୍ମେସର୍କେ ଦେଇରଇଲା କାତାର୍ ଲାଗି ତମ୍କେ ମୁକ୍ତି କର୍ସି । ଜିସୁ କିରିସ୍ଟ ମଲାତେଇଅନି ଜିବନ୍ ଅଇକରି ଉଟ୍ଲାକେ ଏଟା ଅଇସି । အခန်းကိုကြည့်ပါ။ |
ବାଇମନ୍ ଆମେ ବଡ୍ପନ୍ ଅଇକରି କଇବା ଗଟେକ୍ କାତା ଆଚେ । ସେଟା ଆମେ ସତ୍ ବଲି ଜାନ୍ଲୁନି ଆରି ସେଟା ଅଇଲାନି, । ସବୁଲକର୍ଟାନେ ଆରି, ତମର୍ଟାନେ ମିସା ଆମର୍ ଚଲାଚଲ୍ତି ସୁକଲ୍ ଆରି ଦରମ୍ ଆଚେ । ଏଟା ଆମର୍ ବିବେକ୍ ସାକି ଦେଲାନି । ଲକ୍ମନର୍ ଗିଆନ୍ ଇସାବେ ଆମେ କରୁନାଇ, ମାତର୍ ପର୍ମେସରର୍ ଜିବନ୍ ଦୁକାଇଲା ବପୁର୍ ସଙ୍ଗ୍ ଏ ସବୁଜାକ କଲୁନି ।
ତମେ ଜେଡେବେଲେ ଡୁବନ୍ ନେବାକେ ପାନିଟାନେ ବୁଡ୍ଲାସ୍, ସେଟା ତମର୍ ପାପର୍ ଗୁନ୍ଚଲନ୍ କିରିସ୍ଟର୍ ସଙ୍ଗ୍ ମରିକରି ତପିଅଇଲାପାରା ଅଇରଇଲାସ୍ । ପାନିବିତ୍ରେଅନି ବାରଇଲାଟା ନୁଆ ଗୁନ୍ଚଲନ୍ ଦାରି କିରିସ୍ଟର୍ ସଙ୍ଗ୍ ଆରି ତରେକ୍ ଉଟ୍ଲାପାରା ଅଇଲା । ପର୍ମେସର୍ ତାର୍ ବପୁସଙ୍ଗ୍ ମଲାତେଇଅନି ଜିବନ୍କରି କିରିସ୍ଟକେ ଉଟାଇଲା ବଲି ତମେ ବିସ୍ବାସ୍ କଲାର୍ପାଇ ଏଟା ତମ୍କେ ଗଟ୍ଲା ।
ଏଟା ଜଦି ଲକ୍ମନର୍ ଗାଗଡ୍ ଦଇପାର୍ଲା, ସେନ୍ତାର୍ଆଲେ କିରିସ୍ଟର୍ ବନିସଙ୍ଗ୍ ଆରି କେତେକ୍ ଅଦିକ୍ କରିଅଇସି ? ନ ସାର୍ବା ଆତ୍ମାର୍ପାଇ ସେ ନିଜେ ପରମେସରର୍ ସାଇଜ ନେଇ, କାଇ ପାପ୍ଦସ୍ ନ ଅଇତେ ବିରୁ ଇସାବେ ନିଜ୍କେ ପୁରାପୁରୁନ୍ ସର୍ପି ଦେଲାଆଚେ । ତାର୍ ବନିର୍ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍ ବିବେକ୍ ସୁକଲ୍ ଅଇସି । ଆରି ଆମେ ସତଇସେ ଜିବନ୍ ରଇଲା ପରମେସରର୍ ସେବା କର୍ବା ଅଦିକାର୍ ପାଇଆଚୁ ।