୧ ମ ପିତର୍ 2:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ତମର୍ ନଅରେ ରଇବା ବିସ୍ବାସ୍ ନ କର୍ବା ଲକ୍ମନ୍ ଦେକ୍ବା ଇସାବେ ତମର୍ ଚଲାଚଲ୍ତି ନିକ ରଇବାର୍ଆଚେ । ସେନ୍ତାରି ରଇଲେ ସେମନ୍ ତମର୍ ବିରୁଦେ ନିନ୍ଦା କାତା କଇଲେ ମିସା, ତମେ କରିରଇବା ନିକ କାମ୍ ଦେକିକରି ପର୍ମେସର୍ ବାଉଡିଆଇବା ଦିନେ ତାକେ ଡାକ୍ପୁଟା କର୍ବାଇ । အခန်းကိုကြည့်ပါ။ |
ବାଇମନ୍ ଆମେ ବଡ୍ପନ୍ ଅଇକରି କଇବା ଗଟେକ୍ କାତା ଆଚେ । ସେଟା ଆମେ ସତ୍ ବଲି ଜାନ୍ଲୁନି ଆରି ସେଟା ଅଇଲାନି, । ସବୁଲକର୍ଟାନେ ଆରି, ତମର୍ଟାନେ ମିସା ଆମର୍ ଚଲାଚଲ୍ତି ସୁକଲ୍ ଆରି ଦରମ୍ ଆଚେ । ଏଟା ଆମର୍ ବିବେକ୍ ସାକି ଦେଲାନି । ଲକ୍ମନର୍ ଗିଆନ୍ ଇସାବେ ଆମେ କରୁନାଇ, ମାତର୍ ପର୍ମେସରର୍ ଜିବନ୍ ଦୁକାଇଲା ବପୁର୍ ସଙ୍ଗ୍ ଏ ସବୁଜାକ କଲୁନି ।
ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ଏଟା । କିରିସ୍ଟର୍ ସୁବ୍ କବର୍ ବିସ୍ବାସ୍ କର୍ବା ଲକ୍ମନ୍ କେନ୍ତାରି ଚଲାଚଲ୍ତି କର୍ବାର୍ଆଚେ, ତମେ ସେନ୍ତାରି କରା । ମୁଇ ତମ୍କେ ଦେକ୍ବାର୍ ଆଇଲେମିସା, କି ତମର୍ଟାନେଅନି ଦୁରିକେ ରଇ ଅବ୍କା ସୁନିପାର୍ଲେ ମିସା ଏନ୍ତାରି ଜିଇତେରୁଆ । ଏଟାର୍ଲାଗି ତମେ ସବୁ ଗଟେକ୍ ମନ୍ ଅଇ ମିସିଆଚାସ୍ ବଲି ମୁଇ ଜାନିପାର୍ବି । ଜନ୍ ଲକ୍ମନ୍ ସୁବ୍ କବରର୍ ବିରୁଦେ ଦଦାପେଲା କଲାଇନି, ତାକର୍ ମୁଆଟେ କିରିସ୍ଟର୍ ସୁବ୍କବର୍ ଦେକାରକା କର୍ବାକେ ତମେ ସବୁ ଗଟେକ୍ ଅଇ ଟିଆଅଇଲାସ୍ନି ବଲି ମୁଇ ଜାନ୍ବି ।
ବିନ୍ ଲକ୍ ଦେକ୍ବା ଇସାବେ, ସେ ବେସି ଦରମ୍ ଅଇ, ବିନ୍ ଲକ୍କେ ସାଇଜ କର୍ବାର୍ ଆଚେ । ଜେନ୍ତାରି କି ନିଜର୍ ପିଲାମନ୍କେ ନିକ ସଙ୍ଗ୍ ବଡାଇରଇସି, ଆଇଲା ଲକ୍ମନ୍କେ ଗତିଆ ଇସାବେ ଡାକ୍ସି, ପର୍ମେସରର୍ ସୁକଲ୍ ଲକ୍ମନର୍ ଗଡ୍ ଦଇଦେଇସି, ଦୁକ୍ କସ୍ଟେ ରଇବା ଲକ୍ମନ୍କେ ସାଇଜ କର୍ସି, ଲକ୍ମନ୍କେ ସାଇଜ କର୍ବାକେ ବିନ୍ ବିନ୍ କାମ୍ କର୍ତେରଇସି ।
ଜନ୍ ଲକ୍ମନ୍ କବର୍ ଜାନାଇଲାଇନି, ଆମେ ପର୍ମେସରର୍ କବର୍ ଜାନାଇଲୁନି, ବଲି ଜାଗ୍ରତ୍ ରଇବାର୍ ଆଚେ । ଜନ୍ ଲକ୍ମନ୍ ତାକର୍ ବାଇବଇନିମନ୍କେ ସେବା କଲାଇନି, ଆମେ ପର୍ମେସର୍ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍ । ତମେ କରିରଇବା ସବୁ କାମେ ଜିସୁକିରିସ୍ଟର୍ଟାନେଅନି ପର୍ମେସର୍ ଡାକ୍ପୁଟା ପାଅ । ସେ ଆକା କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ବପୁ ପାଇସି । ଆମେନ୍ !